କ୍ରୀଡା

ଟୋକିଓ ଅଲିମ୍ପିକ୍ସ: ରୌପ୍ୟ ପଦକ ହାସଲ କରିଥିବା ମୀରାବାଈ ଚାନୁଙ୍କୁ ଲାଇଫ ଟାଇମ ମିଳିବ ମାଗଣା ପିଜା

ଟୋକିଓ ଅଲିମ୍ପିକ୍ସରେ ମୀରାବାଈ ଚାନୁ ଇତିହାସ ସୃଷ୍ଟି କରିଛନ୍ତି। ୨୬ ବର୍ଷୀୟ ମୀରାବାଈ ଚାନୁ ୪୯ କିଲୋଗ୍ରାମ ବର୍ଗ ଭାରୋତ୍ତୋଳନରେ ରୌପ୍ୟ ଜିତିଥିଲେ ଏବଂ ଗର୍ବର ସହିତ ସମଗ୍ର ଦେଶରେ ତାଙ୍କର ପ୍ରଶଂସା ହୋଇଥିଲା । ସବୁ ଜାଗାରେ ଲୋକମାନେ ମୀରାବାଈ ଚାନୁଙ୍କୁ ଅଭିନନ୍ଦନ ଜଣାଇଥିବାବେଳେ ରେଷ୍ଟୁରାଣ୍ଟ ଶୃଙ୍ଖଳା ଡୋମିନୋଜ ମଧ୍ୟ ତାଙ୍କୁ ଏକ ବିଶେଷ ଅଭିନନ୍ଦନ ଜଣାଇଛନ୍ତି ।

ରେଷ୍ଟୁରାଣ୍ଟ ଚେନ୍ ଡୋମିନୋଜ ସାଇଖୋମ୍ ମୀରାବାଈ ଚାନୁ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ହୋଇଥିବାରୁ ତାଙ୍କ ପାଇଁ ମାଗଣା ପିଜା ପ୍ରଦାନ କରିଛିନ୍ତି । ବାସ୍ତବରେ ପଦକ ଜିତିବା ପରେ ମୀରାବାଈ କହିଛନ୍ତି ଯେ ସେ ପିଜା ଖାଇବାକୁ ଚାହୁଁଛନ୍ତି। ଶନିବାର ପଦକ ଜିତିବା ପରେ ଡୋମିନୋଜ ମୀରାବାଈଙ୍କ ପରିବାର ସଦସ୍ୟଙ୍କ ଘରକୁ ପିଜା ପଠାଇଥିଲେ।

ଏହା ସହିତ ଡୋମିନୋଜ ଟ୍ୱିଟ୍ କରି କହିଛନ୍ତି, ‘ଆପଣ କହିଲେ ଏବଂ ଆମେ ମଧ୍ୟ ଶୁଣିଲୁ, ଆମେ କେବେ ବି ଚାହୁଁନାହୁଁ ଯେ ମୀରାବାଈ ଚାନୁଙ୍କୁ ଖାଇବାକୁ ଅପେକ୍ଷା କରିବାକୁ ପଡୁ ଏହି କାରଣରୁ ଆମେ ତାଙ୍କୁ ଆଜୀବନ ମାଗଣା ପିଜା ଦେବୁ ବୋଲି ଡୋମିନୋଜ କହିଛନ୍ତି । ରୌପ୍ୟ ପଦକ ଜିତିବା ପରେ ମୀରାବାଈ ଚାନୁ ଏକ ସାକ୍ଷାତକାରରେ କହିଛନ୍ତି ,ପିଜା ଖାଇବାର ବହୁତ ଦିନ ହୋଇଗଲାଣି ଆଜି ମୁ ବହୁତ ପିଜା ଖାଇବି ।

ଅଲିମ୍ପିକ୍ସରେ ରୌପ୍ୟ ଜିତିବାର ମୀରାବାଈ ଚାନୁ ପ୍ରଥମ ଭାରତୀୟ ଭାରୋତ୍ତୋଳକ ହୋଇଛନ୍ତି। ସେ କ୍ଲିନ୍ ଏବଂ ଜର୍କରେ ମୋଟ ୨୦୨ କିଲୋଗ୍ରାମ ଏବଂ ସ୍ନାଚ୍ ରେ ୮୭ କିଲୋଗ୍ରାମ ଉଠାଇ ପଦକ ଜିତିଥିଲେ । ଭାରତ ୨୧ ବର୍ଷ ପରେ ଭାରୋତ୍ତୋଳନରେ ପଦକ ପାଇଛି ।ଏହାପୂର୍ବରୁ ସିଡନୀ ଅଲିମ୍ପିକ୍ସ ୨୦୦୦ ରେ ଦେଶ ପାଇଁ ଭାରୋତ୍ତୋଳନରେ କର୍ଣ୍ଣମ ମଲେସ୍ୱରୀ ବ୍ରୋଞ୍ଜ ଜିତିଥିଲେ।

 

KNews Bureau

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

9 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

34 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

38 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

41 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

46 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

59 mins ago