ଟୋକିଓ ଅଲିମ୍ପିକ୍ସ : ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ ହକି କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଯିବାକୁ ଭାରତ ପାଇଁ ସୁଯୋଗ ସୁବର୍ଣ୍ଣ

ଆଜି ଭାରତ-ଗ୍ରେଟ ବ୍ରିଟେନ୍‌ ପୁରୁଷ କ୍ୱାର୍ଟର ଫାଇନାଲ । ଏହି ମ୍ୟାଚରେ ଭାରତ ତାର ପୂର୍ବ ଗୌରବ ଫେରିବାକୁ ଚେଷ୍ଟା କରିବ । ୪୧ ବର୍ଷ ପରେ ସେମିଫାଇନାଲ ଟିକଟ ହାସଲ କରିବା ଲାଗି ଲଢ଼ିବ ଭାରତ । ସେହିଭଳି ଗ୍ରେଟ ବ୍ରିଟେନ ମଧ୍ୟ ୩୩ ବର୍ଷ ପରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟ ଅଭିଯାନକୁ ଅତୁଟ ରଖିବାକୁ ଚାହିଁବ ।

ଆଜି ଅପରାହ୍ନ ୫ଟା ୩୦ରେ ଖେଳାଯିବ । ବିଶ୍ୱ ହକିର ସବୁଠାରୁ ଦୁର୍ଦ୍ଧର୍ଷ ଓ ସଫଳତମ ଦଳର ମାନ୍ୟତା ଲାଭ କରିଥିବା ୮ଥର ସ୍ୱର୍ଣ୍ଣ ବିଜେତା ଭାରି ଗତ ୪୧ ବର୍ଷ ହେବ ଅଲିମ୍ପିକ୍ସର ସେମିଫାଇନାଲ ଖେଳିନଥିଲା । ଏଥର ଏହି ପର୍ଯ୍ୟାୟକୁ ଯିବା ଲାଗି ସୁଯୋଗ ସୁବର୍ଣ୍ଣ ପାଇଛି । ଶେଷ ଥର ପାଇଁ ୧୯୮୦ ମସ୍କୋ ଅଲିମ୍ପିକ୍ସର ସେମିଫାଇନାଲରେ ଖେଳି ସେଠାରେ ବିଜେତା ଆଖ୍ୟା ଅର୍ଜନ କରିଥିଲା ।

 

Leave A Reply

Your email address will not be published.