କାଲି ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ, ଶୀର୍ଷ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ଟି-ଟେ୍ଵଣ୍ଟି ବିଶ୍ୱକପରେ ଭାରତ-ଦକ୍ଷିଣ ଆଫ୍ରିକା ଲଢ଼େଇ । ଶୀର୍ଷ ସ୍ଥାନ ପାଇଁ ମୁହାଁମୁହିଁ ହେବେ ଦୁଇ ଦଳ । ପର୍ଥରେ ଖେଳାଯିବ ମ୍ୟାଚ । ଗ୍ରୁପ-୨ରେ ଥିବା ଉଭୟ ଦଳ ଏଯାଏ ୨ଟି ଲେଖାଏ ମ୍ୟାଚ ଖେଳିଛନ୍ତି । ଭାରତ ଦୁଇଟି ମ୍ୟାଚରୁ ୨ଟି ଯାକ ଜିତିଥିବା ବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ଜିତିଛି ଓ ଗୋଟିଏ ବର୍ଷା ଯୋଗୁ ବାତିଲ ହୋଇଛି । ଉଭୟ ଦଳ ଏଯାଏ ଟୁର୍ଣ୍ଣାମେଣ୍ଟରେ ହାରି ନାହାନ୍ତି । ଦକ୍ଷିଣ ଆଫ୍ରିକା ପାଖରେ ୩ ପଏଣ୍ଟ ରହିଛି ।
ସେହିପରି ଭାରତ ୪ ପଏଣ୍ଟ ସହ ଶୀର୍ଷରେ ରହିଛି । ଆସନ୍ତାକାଲି ଦୁଇ ଦଳ ଶୀର୍ଷ ସ୍ଥାନ ଦଖଲ ପାଇଁ ଲଢ଼େଇ କରିବେ । ଏପଟେ ଆସନ୍ତାକାଲି ମ୍ୟାଚ ଉପରେ ମଧ୍ୟ ପାକିସ୍ତାନ ଟିମ୍ର ନଜର ରହିଛି । କାରଣ ଦକ୍ଷିଣ ଆଫ୍ରିକା ହାରିଲେ ହିଁ ପାକିସ୍ତାନର ସେମି ଫାଇନାରେ ଖେଳିବା ଆଶା ଉଜ୍ଜୀବିତ ହେବ । ପାକିସ୍ତାନ ପ୍ରଥମ ମ୍ୟାଚରେ ଭାରତ ଠାରୁ ଏବଂ ଦ୍ୱିତୀୟ ମ୍ୟାଚରେ ଜିମ୍ବାେଓ୍ଵ ଠାରୁ ହାରିଛି ।