ଆସନ୍ତା କାଲି ବାରବାଟୀରେ ଖେଳାଯିବ ଲିଜେଣ୍ଡର୍ସ କ୍ରିକେଟ ଲିଗ୍ , ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
କଟକ (କେନ୍ୟୁଜ): କଟକ ବାରବାଟୀ ଷ୍ଟାଡିୟମରେ କାଲି ଖେଳାଯିବ ଲିଜେଣ୍ଡର୍ସ କ୍ରିକେଟ ଲିଗ୍। ଆସନ୍ତାକାଲି, ୨୭ ଓ ୨୯ ତାରିଖରେ ଏଠାରେ ଖେଳାଯିବ ମ୍ୟାଚ। ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚଛନ୍ତି ୨ ଦଳର ଖେଳାଳି। ଆସନ୍ତାକାଲି କାଲି ଭିଲ୍ ୱାରା କିଙ୍ଗସ୍ ଓ ମନିପାଲ ଟାଇଗର୍ସ ମଧ୍ୟରେ ହେବ ମ୍ୟାଚ୍। ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କୁ ବସ୍ରେ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଛି। ଲିଜେଣ୍ଡର୍ସ କ୍ରିକେଟ ଲିଗ୍ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ ଏବଂ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।
ଖେଳାଳିଙ୍କ ଯିବା ଆସିବା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ଭିଡ଼ ନିୟନ୍ତ୍ରଣ, ପାର୍କିଂ ଆଦିର ବ୍ୟବସ୍ଥା କରାଯାଇଛି। ମ୍ୟାଚ ପରିଚାଳନା ପାଇଁ ୪୦ ସେକ୍ସନ ଫୋର୍ସ, ଦୁଇଜଣ ଅତିରିକ୍ତ ଡିସିପି, ଦଶଜଣ ଏସପିଙ୍କୁ ଦିଆଯାଇଛି ଦାୟିତ୍ୱ। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ପ୍ରତିଷ୍ଠିତ ଖେଳାଳିମାନେ ଲିଜେଣ୍ଡ ଲିଗରେ ଖେଳୁଛନ୍ତି। ମ୍ୟାଚକୁ ନେଇ ଖୁସି ପ୍ରକାଶ କରିଛନ୍ତି କ୍ରିକେଟ ପ୍ରେମୀ।