ଜମେଇ ଦେଲେ ରାଜେଶ, ୫ ଓ୍ଵିକେଟ୍‌ ନେଇ ଆସାମକୁ କଲେ ଧରାଶାୟୀ

ଭୁବନେଶ୍ୱର (କେନ୍ୟୁଜ୍‌) : ଆସାମର ଗୌହାଟିରେ ଚାଲିଛି ଓଡ଼ିଶା-ଆସାମ ରଣଜୀ ଟ୍ରଫି ମ୍ୟାଚ୍‌ । ଏଠାକାର ନେହେରୁ ଷ୍ଟାଡିୟମ୍‌ରେ ଓଡ଼ିଶା ଟସ୍‌ ଜିତି ପ୍ରଥମେ ଫିଲଡିଂ କରିଥିଲା । ଦ୍ରୁତ ବୋଲର ରାଜେଶ ମହାନ୍ତି ୩୧ ରନ୍‌ ଦେଇ ୫ଟି ଓ୍ଵିକେଟ୍‌ ନେବା ଫଳରେ ଘରୋଇ ଆସାମ ଦଳ ପ୍ରଥମ ଇନିଂସରେ ମାତ୍ର ୧୨୧ ରନ୍‌ ଅଲଆଉଟ୍‌ ହୋଇଛି । ଏହା ପରେ ବ୍ୟାଟିଂ ଆରମ୍ଭ କର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ଓ୍ଵିକେଟ୍‌ରେ ୮୬ ରନ୍‌ କରିଛି । ଓପ୍ନର ଅନୁରାଗ ଷଡ଼ଙ୍ଗୀ ୬୧ ରନ୍‌ କରି ଅପରାଜିତ ଅଛନ୍ତି । ରାଜେଶ ଧୁପର (୧), ଗୋବିନ୍ଦ ପୋଦ୍ଦାର (୦) ଏବଂ ଶୁଭ୍ରାଂଶୁ ସେନାପତି (୧୦) ଆଉଟ୍‌ ହୋଇଛନ୍ତି । ଅଧିନାୟକ ବିପ୍ଳବ ସାମନ୍ତରାୟ ୭ ରନ୍‌ କରି ଅପରାଜିତ ଅଛନ୍ତି ।

RAJESH MOHANTYରଣଜୀ ଟ୍ରଫିର ଆଜି ୩ୟ ରାଉଣ୍ଡ ଖେଳ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍‌ ଡ୍ର ରଖିବା ପରେ ଦ୍ୱିତୀୟ ମ୍ୟାଚ୍‌ ହାରିଥିଲା ଓଡ଼ିଶା ଦଳ । ତେବେ ଆଜି ସକାରାତ୍ମକ ଭାବେ ଆସାମ ବିପକ୍ଷରେ ଖେଳିଛି । ଏହାର ବୋଲରଙ୍କ ମିଳିତ ଆକ୍ରମଣରେ ଆସାମ ଦଳର କୌଣସି ବ୍ୟାଟ୍ସମ୍ୟାନ୍‌ ୩୦ ରନ୍‌ରେ ବି ପହଞ୍ଚି ପାରିନଥିଲେ । ନଅ ନମ୍ବର ବ୍ୟାଟ୍ସମ୍ୟାନ୍‌ ରଣଜିତ ମାଲି ସର୍ବାଧିକ ୨୮ ରନ୍‌ କରିଥିଲେ । ଓଡ଼ିଶାର ଦେବବ୍ରତ ପ୍ରଧାନ ୨ଟି ଏବଂ ବସନ୍ତ ମହାନ୍ତି, ଅଧିନାୟକ ବିପ୍ଳବ ସାମନ୍ତରାୟ ଏବଂ ସ୍ପିନର ଧୀରଜ ସିଂହ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଛନ୍ତି । ଓ୍ଵିକେଟ୍‌ କିପର ସୁଜିତ ଲେଙ୍କା ବଢ଼ିଆ ପ୍ରଦର୍ଶନ କରି ୪ଟି କ୍ୟାଚ୍‌ ନେଇଛନ୍ତି ।
ସ୍କୋର : ଆସାମ ପ୍ରଥମ ଇନିଂସ୍‌- ୧୨୧ ରନ୍‌, ୫୧.୧ ଓଭର (ୠଷଭ ଦାସ ୧୪, ଶିବଶଙ୍କର ରୟ ୧୬, ରିୟାନ ପରାଗ ୨୪, ଅରୂପ ଦାସ ୧୬, ରଣଜିତ ମାଲି ୨୮ । ରାଜେଶ ମହାନ୍ତି ୧୮-୯-୩୧-୫, ଦେବବ୍ରତ ପ୍ରଧାନ ୭.୧-୧-୨୭-୨-୧) ।

ଓଡ଼ିଶା ପ୍ରଥମ ଇନିଂସ : ୮୬/୩, ୨୮ ଓଭର (ଅନୁରାଗ ଷଡ଼ଙ୍ଗୀ ଅପରାଜିତ ୬୧ ରନ୍‌ )