ସିଡନୀ ଟେଷ୍ଟ ଡ୍ର ପରେ ଟ୍ଵିଟରରେ ଭାରତୀୟ ଦଳକୁ କିଏ ପ୍ରଶଂସା କଲା ତ ଆଉ କିଏ ଗାଳି ଦେଲା

ନୂଆଦିଲ୍ଲୀ : ସିଡନୀରେ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ଡ୍ର ରହିଛି । ଏହାକୁ ନେଇ ଅନେକ ଆଲୋଚନା ସମାଲୋଚନା ଚାଲିଛି । ଅବଶ୍ୟ ଅଧିକାଂଶ ଭାରତର ବ୍ୟାଟସମ୍ୟାନଙ୍କ ତାରିଖ କରିଥିବା ବେଳେ କିଛି ସମାଲୋଚନା ବି କରିବାକୁ ପଛାଇ ନାହାନ୍ତି । ସମାଲୋଚକମାନେ କହିବା କଥା ଯେ ହାତରେ ଓ୍ଵିକେଟ୍‌ ଥିଲା ଏବଂ ସମୟ ବି । ତେଣୁ ଟିକେ ଅଧିକ ଜୋର୍‌ ଲଗାଇଥିଲେ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ଜିତି ଯାଇଥାନ୍ତା ।

ତେବେ ଏକଥା ବୋଧହୁଏ କିଛି ଲୋକ ଜାଣି ନାହାନ୍ତି ଯେ ବର୍ତ୍ତମାନ ଆହତ ଜନିତ ସମସ୍ୟା ସହ ଯୁଝୁଛି ଟିମ୍‌ ଇଣ୍ଡିଆ । ଯେଉଁ ଦୁଇଜଣ ବ୍ୟାଟ୍‌ସମ୍ୟାନ୍‌ ମ୍ୟାଚ୍‌ ଡ୍ର ରଖିବାରେ ପ୍ରମୁଖ ଭୂମିକା ନେଲେ ସେମାନେ ମଧ୍ୟ ଆହତ ଅବସ୍ଥାରେ ଖେଳିଥିଲେ । ହନୁମା ବିହାରୀ ଓ ଆର୍‌. ଅଶ୍ୱିନ୍‌ ଦୁଇଜଣ ଯାକ ଆହତ ଅବସ୍ଥାରେ ଖେଳିଥିଲେ । ସେମାନଙ୍କ ଉଦ୍ୟମକୁ ଆଇସିସି ବି ପ୍ରଶଂସା କରିଛି ।
ଆସନ୍ତୁ ଉଭୟ ପ୍ରଶଂସକ, ଖେଳାଳି ଓ ପୂର୍ବତନ ଖେଳାଳିମାନେ ମ୍ୟାଚ୍‌ ଡ୍ର ହେବା ପରେ କି ପ୍ରତିକ୍ରିୟା ରଖିଛନ୍ତି ଜାଣନ୍ତୁ ।

 

Leave A Reply

Your email address will not be published.