କ୍ରୀଡା

ଦୃଢ ଇଚ୍ଛାଶକ୍ତି ଏବଂ କଠିନ ପରିଶ୍ରମ ଆଣିଦେଇଛି ଏହି ଦୁଇ ଭଉଣୀଙ୍କ ପାଇଁ ସଫଳତା, ଜିତିଛନ୍ତି ଜାତୀୟ ମାଷ୍ଟର ଗେମ୍ସରେ ପଦକ

ମନର ଦୃଢ଼ ଇଛା ଶକ୍ତି ବଳରେ ମଣିଷ ଯେକୌଣସି ଲକ୍ଷ୍ୟକୁ ପୂରଣ କରିପାରେ। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ବରଗଡ ସହର ଭିଏସଏସ୍ ନଗର ରେ ରହୁଥିବା ଦୁଇ ଭଉଣୀ ଅନୁମା ଓ ଅରୁଣା । ଘରର ଆର୍ଥିକ ପରିସ୍ଥିତି ଭଲ ନଥିଲେ ବି ଇଛାଶକ୍ତି ଓ କଠିନ ପରିଶ୍ରମ ବଳରେ ଜାତୀୟ ମାଷ୍ଟର ଗେମରେ ଅନୁମା ଓ ଅରୁଣା ପଦକ ଜିଣି ଗୌରବ ଆଣିଛନ୍ତି ।

ବରଗଡ଼ ସହର ଭିଏସ ଏସ୍ ନଗର ୱାର୍ଡ଼ ନଂ ୯ର ବାସିନ୍ଦା ଉପେନ୍ଦ୍ର ଘିବେଲା ଓ ଲୟା ଘିବେଲା ଙ୍କ ଦୁଇ ଝିଅ ପୁଣି ଥରେ କ୍ରୀଡ଼ା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ବରଗଡ଼ ପାଇଁ ଗୌରବ ଆଣିଛନ୍ତି । ଗୁଜୁରାଟର ବରୋଦାରେ ହୋଇଥିବା ଜାତୀୟ ମାଷ୍ଟର ଗେମ୍ ରେ ଉପେନ୍ଦ୍ରଙ୍କ ଝିଅ ଅନୁମା ଓ ଅରୁଣା ପଦକ ଜିଣି ଗୌରବ ଆଣିଛନ୍ତି । ଅନୁମା ହାଇ ଜମ୍ପରେ ସିଲଭର ପଦକ ପାଇଥିବା ବେଳେ ଅରୁଣା ଟ୍ରିଲ ଜମ୍ପରେ ସିଲଭର ଓ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

୩୫ ବର୍ଷରୁ ଅଧିକ କ୍ରିଡ଼ାବିତଙ୍କ ପାଇଁ ଏହି ମାଷ୍ଟର ଗେମ୍ ଏବେ ବେଶ ପ୍ରଶଂସା ଲାଭ କରୁଥିବା ବେଳେ ବରଗଡ଼ର ଦୁଇ ଭଉଣୀ ଏହି ଗେମରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । ଅନୁମା ବରଗଡ଼ ମହିଳା ବିଦ୍ୟାଳୟରେ କାର୍ଯ୍ୟରତ ଥିବା ବେଳେ ଅରୁଣା ବିକାଶ ଆବାସିକ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଛନ୍ତି । ଦୁଇ ଭଉଣୀଙ୍କ ପାଇଁ ଏବେ ବରଗଡ଼ ଗୌରବାନ୍ୱିତ ହୋଇଛି । ପୂର୍ବରୁ ୨୦୧୯ ମସିହାରେ ଡ଼େରାଡ଼ୁନରେ ହୋଇଥିବା ମାଷ୍ଟର ଗେମରେ ମଧ୍ୟରେ ଅରୁଣା ଓ ଅନୁମା ପଦକ ବିଜେତା ହୋଇଥିଲେ ଏହି ସଫଳତା ପରେ ବରଗଡର଼ ସବୁ ମହଲରୁ ଶୁଭେଛା ବାର୍ତ୍ତା ଆସୁଛି । ଆଗକୁ ଟୋକିଓରେ ହେବ ଅର୍ନ୍ତଜାତୀୟ ମାଷ୍ଟର ଗେମ୍ ତେଣୁ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ତରଫରୁ ଏହି କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ମିଳିଲେ ଅରୁଣା ଓ ଅନୁମା ରାଜ୍ୟ ପାଇଁ ଆହୁରି ଅନେକ ପଦକ ଜିତିବାର ସମ୍ଭାବନା ରହିଛି।

Swagatika

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି ରାଶି ଅନୁସାରେ କିପରି କଟିବ ଆପଣଙ୍କ ଦିନ

ମେଷ: ଆଜି ଆପଣଙ୍କ ମନୋବଳ ଦୃଢ଼ ହେବ । ଯେଉଁମାନେ ରାଜନୀତିରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ପ୍ରଭାବ ଚାରିଆଡେ ବ୍ୟାପିବ।…

54 mins ago

ମା’ ଝିଅକୁ ବିଲ ମଝିରେ ହତ୍ୟା କଲା ନାବାଳକ

ଭଦ୍ରକ( କେନ୍ୟୁଜ୍‌): ବିଲ ମଝିରେ ପଡ଼ି ରହିଛି ମୃତଦେହ । ରୁଣ୍ଡ ହୋଇଛନ୍ତି ଲୋକେ । ଆଉ ସ୍ତ୍ରୀର ଶବ…

4 hours ago

ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ(କେନ୍ୟୁଜ୍‌): ଜୁଲାଇ ୮ରେ ଖୋଲିବନି ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ବିଷୟରେ…

5 hours ago

ଖୋଲିଲା ଭଦ୍ରକ ଜିଲ୍ଲା ବସ୍ ସିଣ୍ଡିକେଟ

ଭଦ୍ରକ (କେନ୍ୟୁଜ୍‌): ଦୀର୍ଘ ବର୍ଷ ପରେ ଖୋଲିଲା ଭଦ୍ରକ ଜିଲ୍ଲା ବସ ସିଣ୍ଡିକେଟ । ପ୍ରଶାସନିକ ଅଧିକାରୀ ଓ ପୋଲିସ…

5 hours ago

ନନ୍ଦନକାନନ ବୁଲି ସମସ୍ୟା ବୁଝିଲେ ନୂଆ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନନ୍ଦନକାନନ ବୁଲିଲେ ନୂଆ ମନ୍ତ୍ରୀ । ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ…

6 hours ago

ନବୀନ ହେଲେ ବିରୋଧୀ ଦଳ ନେତା, ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ପଟ୍ଟନାୟକ ହେଲେ ବିଧାନସଭାରେ ବିରୋଧୀ ଦଳ ନେତା । ଶଙ୍ଖ ଭବନରେ ବସିଥିବା ବିଧାୟକ ଦଳ ବୈଠକରେ…

6 hours ago