କ୍ରୀଡା

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏହି ଦୁଇ ଭାଇ ଭଉଣୀ ହୋଇ ସାରିଛନ୍ତି ପୁରସ୍କୃତ, ଏବେ ଅପେକ୍ଷା ସରକାରୀ ପ୍ରୋତ୍ସାହନକୁ

ରାଉରକେଲା: ନିଜ ଭିତରେ ଦ୍ରୁଢ ଆତ୍ମବିଶ୍ବାସ ଥିଲେ ସଫଳତା ପାଇବାଟା ସୁନିଶ୍ଚିତ। ହେଲେ ନିଜର ସ୍ବପ୍ନ ପୂରଣ କରିବା ପାଇଁ ପରିଶ୍ରମ କରିବା ଯେତିକି ଆବଶ୍ଯକ ସୁଯୋଗ ଆଉ ପ୍ରୋତ୍ସାହନ ମିଳିବା ସେତିକି ଜରୁରୀ। ଆଜି ବି ଏମିତି ଅନେକ ପ୍ରତିଭା ସରକାରଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଛନ୍ତି । ଯେଉଁଥିରେ ସାମିଲ୍ ଅଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍କୁଲ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣ ପଦକ ଓ ସ୍ୱୀକୃତି ପ୍ରମାଣ ପତ୍ର ପାଇଥିବା ରାଉରକେଲା ସହରର ଦୁଇ ଭାଇ ଭଉଣୀ। ଯାହାଙ୍କ ନାଁ ଅର୍ପିତା ଏବଂ ଆଶୁତୋଷ ।ଆଶୁତୋଷ ଜିଲ୍ଲା ଓ ରାଜ୍ଯ ସ୍ତରରେ ସୁନାମ ଅର୍ଜନ କରିଥିବା ବେଳେ ଅର୍ପିତା ନେପାଳର କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ ଚାମ୍ପିଅନ୍‌ସିପ୍‌ସିପର ସଟପୁଟ ଥ୍ରୋରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ୨୦୨୦ରେ ଭୁଟାନ ଓ ୨୦୨୧ ମାର୍ଚ୍ଚରେ ନେପାଳର କାଠମାଣ୍ଡୁରେ ଆୟୋଜିତ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ ଚାମ୍ପିଅନ୍‌ସିପ୍‌ରେ ବିଜୟୀ ହୋଇ ସ୍ୱର୍ଣ୍ଣ ପଦକ ହାସଲ ପରେ ଆଗାମୀ ଦିନରେ ହେବାକୁ ଥିବା ଓ୍ଵାଲ୍ଡ ସ୍କୁଲ ଗେମ୍ସ ପାଇଁ ମନୋନୀତ ହୋଇଛନ୍ତି ସ୍ୱର୍ଣ୍ଣ ପଦକ ବିଜୟୀ ଅର୍ପିତା । ରାଉରକେଲା ସହରର ଏକ ଘରୋଇ ସ୍କୁଲରେ ପାଠ ପଢୁଥିବା ବେଳେ ନବମ ଶ୍ରେଣୀରୁ ସ୍କୁଲ ଶିକ୍ଷକଙ୍କ ପ୍ରୋତ୍ସାହନ ଫଳରେ ସଟପୁଟ  ଓ ଡିସକସ ଥ୍ରୋ ଭଳି ଇଭେଣ୍ଟରେ ପ୍ରଥମେ ଭାଗ ନେଇଥିଲେ ଅର୍ପିତା ପରିଡ଼ା । ପରେ ପରେ କୋଚ୍‌ ଅଶୋକ କୁମାର ଯାଦବଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପ୍ରଶିକ୍ଷଣ ନେଇ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଥିଲେ ।

ପ୍ରଥମେ ରାଉରକେଲା ଓ ସୁନ୍ଦରଗଡ଼ ଜିଲ୍ଲାକୁ ପ୍ରତିନିଧି କରି ସଟପୁଟ ଥ୍ରୋ ଇଭେଣ୍ଟରେ ଭାଗ ନେଇ ସଫଳତା ମିଳିବା ପରେ ଓଡ଼ିଶାକୁ ପ୍ରତିନିଧି କରି ସ୍କୁଲ ସ୍ତରୀୟ ଦେଶର ବିଭିନ୍ନ ସ୍ଥାନରେ ହେଉଥିବା ଆଥଲେଟିକ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରିଥିଲେ । ଏହାପରେ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ ଚାମ୍ପିଅନ୍‌ସିପ୍‌ରେ ଅଂଶଗ୍ରହଣ କରି ଦୁଇ ଦୁଇ ଥର ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଅର୍ପିତା ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ରାଜ୍ଯ ତଥା ଦେଶ ପାଇଁ ଅଧିକ ଗୈାରବ ଆଣିବାରେ ଅସୁବିଧା ହେବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ବାପା ପଙ୍କଜ ପରିଡାଙ୍କର ରାଉରକେଲା ସହରର ସେକ୍ଟର-୬ ଅଞ୍ଚଳରେ ଗୋଟିଏ ଦୋକାନ ଅଛି । ଗୋଟିଏ ଦୋକାନରୁ ପରିବାର ପ୍ରତିପୋଷଣ ସହ ପୁଅ ଝିଅ ଦୁହେଁ ଯେଉଁ ଇଭେଣ୍ଟରେ ଭାଗନେଇ ସଫଳତା ହାସଲ କରିଛନ୍ତି ସେଥିରେ ସେ ବେଶ ଖୁସି ଅଛନ୍ତି । ରାଉରକେଲା ସେଣ୍ଟ୍ରାଲ ସ୍କୁଲରେ ୧୨ଷ୍ଟାଣ୍ଡଡରେ ପଢୁଥିବା ଝିଅ ଅର୍ପିତା ଓ ସହରର ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ୫ମରେ ପଢୁଥିବା ପୁଅ ଆଶୁତୋଷ ବର୍ତ୍ତମାନ ଠାରୁ ସଫଳତା ପାଇବା ଆରମ୍ଭ କରି ସାରିଲେଣି । କିନ୍ତୁ ସ୍‌ୱଳ୍ପ ଆୟରେ ଉଭୟଙ୍କ ପାଇଁ ଆବଶ୍ଯକ ସାଧନ ଯୋଗାଇବାରେ ସମସ୍ଯା ଉପୁଜୁଛି। ତେଣୁ ସରକାରୀ ପ୍ରୋତ୍ସାହନ ମିଳିଲେ ପୁଅ ଝିଅ ଦୁହେଁ ଆଗକୁ ଯାଇ ନିଶ୍ଚିତ ରାଜ୍ଯ ତଥା ଦେଶର ନାଁକୁ ବିଶ୍ଵ ସ୍ତରରେ ପରିଚିତ କରାଇବାରେ ସହାୟକ ହେବ ବୋଲି ବାପା ପଙ୍କଜ ପରିଡା କହିଛନ୍ତି ।

 

 

Sonalisa

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

28 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

47 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

55 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago