ଇଂଲଣ୍ଡ ସିରିଜ ପୂର୍ବରୁ ବଢିଲା ଟିମ୍ ଇଣ୍ଡିଆର ଚିନ୍ତା, ଦୁଇ ଖେଳାଳି କରୋନା ପଜିଟିଭ ଚିହ୍ନଟ

ଇଂଲଣ୍ଡ ବିପକ୍ଷ ଆରମ୍ଭ ହେବାକୁ ଥିବା ଟେଷ୍ଟ୍ ସିରିଜ ପୂର୍ବରୁ ଭାରତୀୟ ଦଳ ପାଇଁ ଚିନ୍ତା ବଢିଯାଇଛି। ଦଳର ଦୁଇ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ସୂଚନା ମୁତାବକ, ଭାରତୀୟ ଟିମ୍ ଏବେ ବିଶ୍ରାମ ନେଉଛି । ଯେଉଁ ଦୁଇ ଖେଳାଳି ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହେବାରେ ଲାଗିଛନ୍ତି । ଅନ୍ୟଜଣଙ୍କର ପୁଣି ଥରେ ଟେଷ୍ଟ୍ ହେବ ।

ଏଏନଆଇ ମୁତାବକ, ଦୁଇ ଖେଳାଳିଙ୍କୁ ଥଣ୍ଡା ଲାଗିବା ସହ କାଶ ହୋଇଥିଲା । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଭଲ ଅଛି । ଜଣେ ଖେଳାଳି ପଜିଟିଭ୍ ଆସିବା ପରେ ଏବେ ନେଗେଟିଭ୍ ହୋଇଛନ୍ତି । ଅନ୍ୟଜଣେ ଖେଳାଳିଙ୍କର ଜୁଲାଇ ୧୮ରେ ଆଉଥରେ ଟେଷ୍ଟ୍ ହେବ । ରବିବାର ଦ୍ୱିତୀୟ ଖେଳାଳିଙ୍କର ଟେଷ୍ଟ୍ ହେବ । ନେଗେଟିଭ୍ ଆସିଲା ପରେ ତାଙ୍କୁ ଟିମ୍‌ରେ ସାମିଲ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.