ଆଇପିଏଲରେ ଆଜି ଦୁଇଟି ମ୍ୟାଚ୍‌ : ଦିଲ୍ଲୀ ବନାମ ମୁମ୍ବାଇ ଓ ପଞ୍ଜାବ ବନାମ ବାଙ୍ଗାଲୋର

ମୁମ୍ବାଇ : ଗତକାଲି ଆରମ୍ଭ ହୋଇଥିବା ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟରେ ଆଜି ଦିଲ୍ଲୀ କ୍ୟାପିଟାଲସ ଓ ମୁମ୍ବାଇ ଇଣ୍ଡିଆନ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ଏହି ମ୍ୟାଚ୍‌ ଅପରାହ୍ନ ୩.୩୦ ମିନିଟ୍‌ରେ ଆରମ୍ଭ ହେବ । ଦ୍ୱିତୀୟ ମ୍ୟାଚ୍‌ ରାତି ୭.୩୦ରେ ପଞ୍ଜାବ କିଙ୍ଗସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ।
ମୟଙ୍କ ଅଗ୍ରଓ୍ଵାଲ ପଞ୍ଜାବର ଏବଂ ଦକ୍ଷିଣ ଆଫ୍ରିକାର ଫାଫ୍‌ ଡୁ ପ୍ଲେସିସ୍‌ ବାଙ୍ଗାଲୋରର ଅଧିନାୟକ ଅଛନ୍ତି । ବିରାଟ କୋହଲି ଆରସିବି ଅଧିନାୟକ ପଦ ଛାଡ଼ିବା ପରେ ଡୁ ପ୍ଲେସିସଙ୍କୁ ଏହି ଦାୟିତ୍ୱ ମିଳିଛି । ସେହିପରି ଦିଲ୍ଲୀର ଋଷଭ ପନ୍ତ ଏବଂ ମୁମ୍ବାଇର ଅଧିନାୟକ ଅଛନ୍ତି ରୋହିତ ଶର୍ମା ।

ଗତକାଲି ଉଦଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସକୁ କୋଲକାତା ନାଇଟ୍‌ ରାଇଡର୍ସ ୬ ଓ୍ଵିକେଟ୍‌ରେ ହରାଇଥିଲା । ଚେନ୍ନାଇ ୧୩୧ ରନ୍‌ କରିଥିବା ବେଳେ କୋଲକାତା ୧୮.୩ ଓଭରରେ ୪ ଓ୍ଵିକେଟ୍‌ ହରାଇ ୧୩୩ ରନ୍‌ କରିଥିଲା । ବିଜୟୀ ଦଳ ପକ୍ଷରୁ ଉମେଶ ଯାଦବ ୪ ଓଭରରେ ୨୦ ରନ୍‌ ଦେଇ ୨ ଓ୍ଵିକେଟ୍‌ ନେଇଥିବାରୁ ତାଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଘୋଷଣା କରାଯାଇଥିଲା । ଚେନ୍ନାଇର ଅଧିନାୟକ ପଦ ଛାଡ଼ିଥିବା ମହେନ୍ଦ୍ର ସିଂହ ଧୋନି ୩୮ ବଲ୍‌ରେ ୫୦ ରନ୍‌ କରି ଅପରାଜିତ ରହିଥିଲେ । ତେବେ କୋଲକାତା ପକ୍ଷରୁ ଓପ୍ନର ଅଜିଙ୍କ୍ୟ ରାହାଣେ ୪୪ ରନ୍‌ ଏବଂ ଅନ୍ୟ ବ୍ୟାଟରଙ୍କ କିଛି କିଛି ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଫଳରେ ଦଳ ସହଜରେ ଜିତି ଯାଇଥିଲା । ଧୋନୀଙ୍କ ପରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏବେ ଚେନ୍ନାଇର ଅଧିନାୟକ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.