ପୁଣି ୨ କିଟ୍ ଛାତ୍ରୀଙ୍କ କମାଲ୍: ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଭାରଉତ୍ତୋଳନରେ ଆଣିଲେ ରୌପ୍ୟ ଓ ବ୍ରୋଞ୍ଜ ମେଡାଲ୍

ଭୁବନେଶ୍ବର(କେନ୍ଯୁଜ୍): ସର୍ବଭାରତୀୟ ଅନ୍ତଃବିଶ୍ୱବିଦ୍ୟାଳୟ ଭାରଉତ୍ତୋଳନ ପ୍ରତିଯୋଗିତାର ମହିଳା ବର୍ଗରେ ଆଉ ଦୁଇ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ସଫଳତା । ମୋତି ଜୈନ ରୌପ୍ୟ ଜିତିଥିବା ବେଳେ ବ୍ରୋଞ୍ଜ ଜିତିଛନ୍ତି ଅପରାଜିତା ଭୂୟାଁ। ୫୯ କିଲୋଗ୍ରାମ ବର୍ଗରେ ସ୍ନାଚରେ ୭୦ କିଲୋଗ୍ରାମ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୯୮ କିଲୋଗ୍ରାମ ଉତ୍ତୋଳନ କରି ରୌପ୍ୟ ଜିତିଛନ୍ତି ମୋତି।
ଏହି ବର୍ଗରେ ସ୍ନାଚରେ ୭୨ ଓ କ୍ଲିନ୍ ଆଣ୍ଡ ଜର୍କରେ ୮୭ କିଲୋଗ୍ରାମ ଉତ୍ତୋଳନ କରି ବ୍ରୋଞ୍ଜ ଜିତିଛନ୍ତି ଅପରାଜିତା ଭୂୟାଁ। ପ୍ରତିଯୋଗିତାର ପ୍ରଥମ ଦିନରେ ୪୯ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ କିଟ୍ ବିଶ୍ୱବିଦ୍ୟାଳୟ ଛାତ୍ରୀ ସ୍ନେହା ସୋରେନ। ଆନ୍ଧ୍ରର ଗୁଣ୍ଟର ସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରେ ଚାଲିଛି ଅଲ୍ ଇଣ୍ଡିଆ ଇଣ୍ଟର ୟୁନିର୍ଭସିଟି ୱେଟ୍ଲିଫ୍ଟିଂ (ୱିମେନ)ଚାମ୍ପିଅନସିପ୍-୨୦୨୧-୨୨।