ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ, ଅଭ୍ଯାସ ମ୍ଯାଚ ପାଇଁ ଯିବେ ବାହାରିନ

ଆଗାମୀ ଏଏଫସି ମହିଳା ଏସିଆ କପ ୨୦୨୨ ପାଇଁ ଘୋଷଣା ହୋଇଥିବା ସିନିଅର ଭାରତୀୟ ମହିଳା ଫୁଟବଲ ଦଳରେ ଦୁଇ ଓଡ଼ିଆ ସ୍ଥାନ ପାଇଛନ୍ତି। ଦଳରେ ସ୍ଥାନ ପାଇଥିବା ଦୁଇ ଓଡ଼ିଆ ହେଲେ ପ୍ୟାରୀ ଖାଖା ଏବଂ ମନୀଷା ପାନା।

ଆଗାମୀ ବର୍ଷ ଏହି ଟୁର୍ନାମେଣ୍ଟ ପୂର୍ବରୁ ଅଭ୍ୟାସ ମ୍ୟାଚ ଖେଳିବାକୁ ଭାରତୀୟ ସିନିଅର ମହିଳା ଫୁଟବଲ ଦଳ ୟୁଏଇ ଏବଂ ବାହାରିନ ଯାତ୍ରା କରିବ। ଏହି ଅଭ୍ୟାସ ମ୍ୟାଚ ଗୁଡିକ ୨୯ ସେପ୍ଟେମ୍ବର ୨୦୨୧ ରୁ ୧୪ ଅକ୍ଟୋବର ଯାଏ ଅନୁଷ୍ଠିତ ହେବ। ଦଳରେ ସ୍ଥାନ ପାଇଥିବା ଦୁଇ ଖେଳାଳିଙ୍କୁ ଫୁଟବଲ ଆସୋସିଏସନ ଅଫ ଓଡିଶା ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.