ଅଣ୍ଡର-୧୯ ଟିମ୍‌ ବିଶ୍ୱକପ୍‌ ଚାମ୍ପିଅନ ହେବା ପରେ ବିସିସିଆଇ କଲା ଟଙ୍କା ବର୍ଷା, ଜାଣନ୍ତୁ କାହାକୁ ମିଳିବ କେତେ ?

ପଞ୍ଚମ ଥର ପାଇଁ ଅଣ୍ଡର-୧୯ ବିଶ୍ୱକପ ଚାମ୍ପିଅନ ହୋଇଛି ଜୁନିଅର ଟିମ୍‌। ଶନିବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଭାରତ ଇଂଲଣ୍ଡକୁ ୪ ଓ୍ୱିକେଟରେ ପରାସ୍ତ କରି ବିଶ୍ୱ ଚାମ୍ପିଅନ ହୋଇଛି । ଆଉ ଦଳ ବିଜୟୀ ହେଲା ପରେ ପୁରସ୍କାର ବର୍ଷା କରିଛି ବିସିସିଆଇ । ମ୍ୟାଚରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା ଭାରତୀୟ ଖେଳାଳି ରାଜା ବାବାଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ବାବା ଫାଇନାଲରେ ୫ ଓ୍ଵିକେଟ ନେବା ସହିତ ୩୫ ରନ୍‌ ମଧ୍ୟ କରିଥିଲେ।

ସେହିପରି ଦକ୍ଷିଣ ଆଫ୍ରିକାର ଖେଳାଳି ଡେଓ୍ଵାଲ୍ଡ ବ୍ରେଭିସଙ୍କୁ ପ୍ଲେୟାର ଅଫ୍‌ ଦ ସିରିଜ ଟାଇଟଲ ମଧ୍ୟ ଜିତିଛି। ତାଙ୍କୁ ବେବି ଏବି ଡିଭିଲିୟର୍ସ ନାମରେ ମଧ୍ୟ ବେଶ ଜଣାଶୁଣା।

ଅଣ୍ଡର-୧୯ ଟିମ୍‌ ବିଶ୍ୱକମ୍‌ ଜିତିବା ପରେ ଖେଳାଳିଙ୍କ ପାଇଁ ବିସିସିଆଇ ୪୦ ଲକ୍ଷ ଟଙ୍କା ଓ ସହଯୋଗୀ ଷ୍ଟାଫଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ବିସିସିଆଇ ସଚିବ ଏନେଇ ଘୋଷଣା କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ୍ ବୋର୍ଡ ସଚିବ ଜୟ ଶାହ ଦଳର ବିଜୟ ପରେ ତୁରନ୍ତ ଟ୍ୱିଟ୍ କରିଥିଲେ । ସେ ଲେଖିଥିଲେ ଯେ, ବିଜୟୀ ଦଳର ପ୍ରତି ସଦସ୍ୟଙ୍କୁ ୪୦ ଲକ୍ଷ ଟଙ୍କା ଲେଖାଏଁ ଓ ସହଯୋଗୀଙ୍କୁ ୨୫ ଲକ୍ଷ ଟଙ୍କ ପ୍ରଦାନ କରିବ । ଟିମ୍ ଦେଶକୁ ଗୌରବାନ୍ବିତ କରିଛି ।

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ମଧ୍ୟ ଟ୍ୱିଟ୍ କରିଥିଲେ । ଭାରତୀୟ ଦଳର ଚମତ୍କାର ବିଜୟ ପାଇଁ ଅଭିନନ୍ଦନ । ବୋର୍ଡ ତରଫରୁ ୪୦ ଲକ୍ଷ ଟଙ୍କା ଘୋଷଣା କରାଯାଇଛି । କିନ୍ତୁ ଖେଳାଳିଙ୍କ ପ୍ରୟାସ ଏହାଠୁ ଢେର୍ ଅଧିକ ।

ସୂଚନାଯୋଗ୍ୟ, ଶନିବାର ଖେଳାଯାଇଥିବା ବିଶ୍ୱକପର ମହା ମୁକାବିଲାରେ ଇଂଲଣ୍ଡ ୪୪.୫ ଓଭରରେ ୧୮୯ ରନ୍ କରିଥିଲା । ଜବାବରେ ଭାରତ ୪୭.୪ ଓଭରରେ ୬ ଓ୍ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.