ୟୁଏଫସି ଚାମ୍ପିୟନ ଏହି ମହିଳା ସୋସିଆଲ ମିଡିଆରେ ପୋଷ୍ଟ କଲେ ନଗ୍ନ ଫଟୋ, ଟାଇଟଲ ବେଲ୍ଟରେ ଲୁଚାଇଲେ ପ୍ରାଇଭେଟ ପାର୍ଟ

ୟୁଏଫସି ଚାମ୍ପିୟନ ଅମାଣ୍ଡା ନନ୍ସ ଆଇରନ ଲେଡି ଭାବେ ପରିଚିତ। ଅମାଣ୍ଡା ଏବଂ ଜର୍ମ ଡି ରିଣ୍ଡାମାଇଙ୍କ ମଧ୍ୟରେ ହେବାକୁ ଥିବା ଫାଇଟ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥାଏ। ଏମାନେ ଦୀର୍ଘ ୬ ବର୍ଷ ପରେ ପରସ୍ପରର ସାମ୍ନା କରିବେ। କିନ୍ତୁ ଏହା ପୂର୍ବରୁ ଅମାଣ୍ଡା ସୋସିଆଲ ମିଡିଆରେ ଏପରି ଫଟୋ ପୋଷ୍ଟ କରି ଫ୍ୟାନମାନଙ୍କୁ ଚକିତ କରିଦେଇଛନ୍ତି।

nunes

ଅମାଣ୍ଡା ଇନଷ୍ଟାଗ୍ରାମରେ ବିନା ପୋଷାକରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ଅମାଣ୍ଡ ନିଜର ପ୍ରାଇଭେଟ ପାର୍ଟକୁ ଟାଇଟଲ ବେଲ୍ଟରେ ଲୁଚାଇ ରଖିଛନ୍ତି। ଏଥିରେ ଅମାଣ୍ଡା କ୍ୟାପସନ ଲେଖିଛନ୍ତି ‘ ଏହା ଅଫିସିଆଲ ଫଟୋ। ଅର୍ଦ୍ଧନଗ୍ନ। ମୁଁ ଏବେ ଏମିତି’। ସର୍ବଦା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରୁହନ୍ତି ଅମାଣ୍ଡା। ତାଙ୍କର ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଫଲୋୟର ରହିଛନ୍ତି।

ଏହା ପ୍ରଥମ ଥର ନୁହେଁ, ବରଂ ଏହା ପୂର୍ବରୁ ଅମାଣ୍ଡା ନିଜ ପ୍ରଶଂସକଙ୍କୁ ଏପରି ଫଟୋ ପୋଷ୍ଟ କରି ଚକିତ କରିସାରିଛନ୍ତି। ଗତ ଜୁଲାଇରେ ଅମାଣ୍ଡା ଗାଧୋଇବା ସମୟର ଏକ ଫଟୋ ପୋଷ୍ଟ କରିଥିଲେ। ଏହି ସମୟରେ ସେ ନିଜର ଟାଇଟଲ ବେଲ୍ଟକୁ କାଚରେ କଭର କରି ରଖିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.