ହାତରେ ନୁହେଁ ଗୋଡ ଉପରକୁ ଉଠାଇ ଓ୍ଵାଇଡ ସିଗନାଲ ଦେଲେ ଅମ୍ପାୟର, ଭିଡିଓ ଭାଇରଲ

କ୍ରିକେଟ ଖେଳ ସମୟରେ ଆପଣ ପଡିଆରେ ଦୁଇଟି ଟିମ୍‌ ବ୍ୟତୀତ ଅମ୍ପାୟର ମଧ୍ୟ ରହିଥିବା ଆପଣ ନିଶ୍ଚିତ ଦେଖିଥିବେ। କିନ୍ତୁ ଅମ୍ପାୟରିଂ କରିବା ବହୁତ ସହଜ ଲାଗୁଥିବା ବେଳେ କିନ୍ତୁ ସହଜ ନୁହେଁ। କାରଣ ଅନ ଫିଲ୍ଡ ଅମ୍ପାୟରଙ୍କୁ କିଛି ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ। ଅମ୍ପାୟର ପାଇଁ ଏଲବିଡବ୍ଲ୍ୟୁ ହେଉ କି ଓ୍ଵିକେଟ ପଛପଟର ଆଉଟ ସଂପୂର୍ଣ୍ଣ ସଠିକ୍‌ ନିର୍ଣ୍ଣୟ ନେବାର ଆବଶ୍ୟକତା ରହିଥାଏ। ଯଦି ଅମ୍ପାୟର ଭୁଲ୍‌ ନିଷ୍ପତ୍ତି କିଛି ଦିଅନ୍ତି, ତାହାର ପ୍ରଭାବ ସଂପୂର୍ଣ୍ଣ ଉପରେ ପଡିଥାଏ।

ଅମ୍ପାୟର ସେତେବେଳେ ଚର୍ଚ୍ଚାରେ ଆସିଥାନ୍ତି, ଯେତେବେଳେ ନିର୍ଣ୍ଣୟ ନେବା ସମୟରେ ଭୁଲ୍‌ କରନ୍ତି। ଆଉ ସେତେବେଳେ ଜଣାପଡେ, ସେମାନଙ୍କ କାମ କେତେ କଷ୍ଟକର। ଅମ୍ପାୟର ଶରୀରରେ କିଛି ସଂକେତ ସହିତ ନିଷ୍ପତ୍ତି ନେଇଥାନ୍ତି। ଯେପରିକି ଦୁଇ ହାତ ଉପରକୁ ଉଠାଇଲେ ବ୍ୟାଟିଂ କରୁଥିବା ଟିମ୍‌ ପାଇଁ ୬ ରନର ସଂକେତ, ଯଦି ଉପରକୁ ୧ଟି ଆଙ୍ଗୁଠି ଦେଖାଇ ହାତ ଟେକନ୍ତି ତେବେ ଆଉଟ, ଆଉ ନୋ ବଲ ପାଇଁ ଡାହାଣ ହାତକୁ ଗୋଟେ କଡକୁ, ଆଉ ଓ୍ଵାଇଡ ପାଇଁ ଦୁଇ ହାତ ଦୁଇ କଡକୁ କରି ଦର୍ଶାନ୍ତି।

ଏମିତି କରିବା ଆପଣଙ୍କୁ ସହଜ ଲାଗୁଥାଇପାରେ। କିନ୍ତୁ ଏହା ସହଜ ନୁହେଁ। ହେଲେ ଏବେ ଜଣେ ଅମ୍ପାୟରଙ୍କ ଭିଡିଓ ଭାଇରଲ ହେଉଛି। ଯାହା ଦେଖିବାକୁ ବେଶ୍‌ ମଜାଦାର ରହିଛି। ଆପଣ ପୂର୍ବତନ ଅମ୍ପାୟର ବିଲି ବାଓଡେନଙ୍କ ଆକ୍ସନ ନ ନିଶ୍ଚିତ ଦେଖିଥିବେ। କିନ୍ତୁ ଭାଇରଲ ହେଉଥିବା ଅମ୍ପାୟରଙ୍କ ଭିଡିଓ ଟିକେ ହଟ୍‌କେ ରହିଛି। ଅମ୍ପାୟର ଜଣକ ମଜାଦାର ଭାବେ ଅମ୍ପାୟର କଲ୍ସ ଦେଉଥିବା ନଜର ଆସିଛନ୍ତି।

ଭାଇରଲ ହେଉଥିବା କ୍ଲିପରେ ମହାରାଷ୍ଟ୍ରର ସ୍ଥାନୀୟ କ୍ରିକେଟ ଟର୍ନାମେଣ୍ଟରେ ପୁରନ୍ଦର ପ୍ରିମିଅର ଲିଗ୍‌ ବୋଲି ଜଣାପଡିଛି। ଯେଉଁଥିରେ ଅମ୍ପାୟର ଜଣକର ଅଦ୍ଭୁତ ଶୈଳୀ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ସାଧାରଣତଃ ଅମ୍ପାୟର ଓ୍ଵାଇଡ ସିଗନାଲ ଦେବା ବେଳେ ଦୁଇ ହାତକୁ ଦୁଇ କଡକୁ ଟେକିଥାନ୍ତି। କିନ୍ତୁ ଏହି ଅମ୍ପାୟର ଜଣକ ହାତ ନ ଟେକି ସଂକେତ ଦେବା ପାଇଁ ଗୋଡର ବ୍ୟବହାର କରିଛନ୍ତି।

ଅମ୍ପାୟର ଜଣକ ମୁଣ୍ଡରେ ଷ୍ଟାଣ୍ଡ କରି ଗୋଡ ଦୁଇଟିକୁ ଉପରକୁ ଟେକି ଓ୍ଵାଇଡର ସିଗନାଲ ଦେଇଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକୁ ଆପଣ ମଧ୍ୟ ଦେଖିଲେ ନିଜ ହସକୁ ରୋକିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.