ଜୁନ୍‌ ୬ରୁ ତାସକେଣ୍ଟଠାରେ ୧୭ ବର୍ଷରୁ କମ୍‌ ଏସିଆ ମହିଳା ଭଲିବଲ ଚାମ୍ପିୟନସିପ୍‌: କାଲିଠୁ କିଟ୍‌ ପରିସରରେ ଟିମ୍‌ର ଚୟନ ଟ୍ରାଏଲ

ଭୁବନେଶ୍ବର(କେନ୍ୟୁଜ୍): କିଟ୍‌ରେ ୧୭ ବର୍ଷରୁ କମ୍‌ ଭାରତୀୟ ମହିଳା ଭଲିବଲ ଟିମ୍‌ର ଚୟନ ଟ୍ରାଏଲ । ୧୭ ବର୍ଷରୁ କମ୍‌ ଏସିଆ ମହିଳା ଭଲିବଲ ଚାମ୍ପିୟନସିପ୍‌ର ୧୪ ତମ ସଂସ୍କରଣ ଉଜ୍‌ବେକିସ୍ତାନର ତାସକେଣ୍ଟଠାରେ ଜୁନ୍‌ ୬ରୁ ୧୩ ଯାଏ ଅନୁଷ୍ଠିତ ହେବ । ଭଲିବଲ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ଓଡ଼ିଶା ଭଲିବଲ ଆସୋସିଏସନ-ଓଭିଏକୁ ଭାରତୀୟ ଦଳର ଚୟନ ଟ୍ରାଏଲ୍‌ କରିବାକୁ ପରାମର୍ଶ ଦିଆଯାଇଛି । ଏହି ଚୟନ ଟ୍ରାଏଲ୍‌ କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆସନ୍ତା ୫ ଓ ୬ ତାରିଖରେ ଆୟୋଜିତ ହେବ ।

୨୦୦୬ ଜାନୁଆରୀ ୧ ପରେ ଜନ୍ମଗ୍ରହଣ କରିଥିବା, କୋଭିଡ ଟିକା ଡବଲ ଡୋଜ୍‌ ନେଇଥିବା ଓ ବୈଧ ଭାରତୀୟ ପାସପୋର୍ଟ ଥିବା ଖେଳାଳି ଏହି ଚୟନ ଟ୍ରାଏଲରେ ଅଂଶଗ୍ରହଣ କରିପାରିବେ । ଖେଳାଳିମାନେ ଏପ୍ରିଲ ୪ ସୁଦ୍ଧା ରିପୋର୍ଟ କରିବାକୁ କୁହାଯାଇଛି ।

ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଖେଳାଳିମାନେ ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା କୋଟି କ୍ୟାମ୍ପରେ ଯୋଗଦେବେ । ଭିଏଫ୍‌ଆଇ ସଭାପତି, କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ ଚୟନ ଟ୍ରାଏଲ ଓ ଟ୍ରେନିଂ କ୍ୟାମ୍ପ ପାଇଁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିବା ଓଭିଏ ପକ୍ଷରୁ ପ୍ରକାଶ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.