୧୯ତମ ଏସୀୟ କ୍ରୀଡ଼ାରେ ଭାରତର ୩ ଖେଳାଳିଙ୍କୁ ଚୀନରେ ପ୍ରବେଶ ଅନୁମତି ମିଳିନାହିଁ। ଫଳରେ ଏହାକୁ ନେଇ ଭାରତ ଓ ଚୀନ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଛି ଭାରତ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଏସିଆନ୍ ଗେମ୍ସ ପାଇଁ ନିଜର ବେଜିଂ ଯାତ୍ରାକୁ ରଦ୍ଦ କରିଦେଇଛନ୍ତି। ଭାରତୀୟ ଖେଳାଳିମାନଙ୍କ ଉତ୍ସାହ ବଢ଼ାଇବା ପାଇଁ କେନ୍ଦ୍ରମନ୍ତ୍ରୀ ଚୀନ ଯିବାର ଥିଲା।
ବୈଦେଶିକ ମନ୍ତ୍ରଣାଳୟ ଚୀନର ଭେଦଭାବପୂର୍ଣ୍ଣ କାର୍ଯ୍ୟକୁ ନିନ୍ଦା କରି କହିଛି ଯେ ଭାରତ ଜାତୀୟତା ଆଧାରରେ ନିଜ ନାଗରିକମାନଙ୍କ ସହିତ ଏପରି ଭେଦଭାବପୂର୍ଣ୍ଣ ବ୍ୟବହାରକୁ ପ୍ରତ୍ୟାଖ୍ୟାନ କରିଛି।
ଚଳିତ ବର୍ଷ ଚୀନର ହଙ୍ଗ୍ଝୋଉରେ ଏସୀୟ କ୍ରୀଡ଼ାର ଆୟୋଜନ ହେଉଛି। ଏହି ଗେମ୍ସ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ଅକ୍ଟୋବର ୮ ପର୍ଯ୍ୟନ୍ତ ଚାଲିବ। ଭାରତର ୩ ଉସୁ ଖେଳାଳି ମଧ୍ୟ କ୍ରୀଡ଼ାରେ ଭାଗ ନେବାକୁ ଯାଉଥିଲେ। କିନ୍ତୁ ଖେଳାଳିମାନଙ୍କୁ ଚୀନରେ ପ୍ରବେଶ ଦେବାକୁ ମନା କରି ଦିଆଯାଇଛି। ଏହି ଖେଳାଳିମାନେ ହେଲେ, ନେମାନ ଓ୍ଵାଙ୍ଗ୍ସୁ, ଓନିଲୁ ଟେଗା ଓ ମେପୁଙ୍ଗ୍ ଲାମ୍ଗୁ।
ଏ ସମସ୍ତ ଖେଳାଳି ଅରୁଣାଚଳର ବାସିନ୍ଦା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମାନ୍ୟତା ମିଳିଯାଇଥିବା ବେଳେ ଅନ୍ୟ ଦୁଇଜଣ ସମାନ ଅପେକ୍ଷାରେ ଥିଲେ। କିନ୍ତୁ ବୁଧବାର ଟିମ୍ ଯେତେବେଳେ ଚୀନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା, ସେମାନଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦିଆଯାଇ ନ ଥିଲା। କାରଣ, ବୋର୍ଡିଂ ପାଇଁ ସେମାନଙ୍କ ପାଖରେ କୌଣସି ଉପଯୁକ୍ତ କ୍ଲିୟରାନ୍ସ ନ ଥିଲା।
ପରେ ସମସ୍ତ ଖେଳାଳିଙ୍କୁ ଦିଲ୍ଲୀସ୍ଥିତ ଜେଏଲ୍ଏନ୍ ଷ୍ଟାଡିୟମ୍ରେ ଥିବା ସାଇ ହଷ୍ଟେଲ୍କୁ ପଠାଇ ଦିଆଯାଇଥିଲା। ଏ ନେଇ ଚୀନର କହିବା ହେଲା, ଖେଳାଳିମାନଙ୍କ ପାଖରେ କୌଣସି ବୈଧ କାଗଜପତ୍ର ନ ଥିଲା। ଅନ୍ୟପଟେ କୁହାଯାଉଛି କି, ଖେଳାଳିମାନେ ଅରୁଣାଞ୍ଚଳ ପ୍ରଦେଶର ହୋଇଥିବା କାରଣରୁ ଚୀନ ସେମାନଙ୍କୁ ଏଣ୍ଟ୍ରି ଦେବାକୁ ମନା କରି ଦେଇଛି। କାରଣ, ଚୀନ, ଅରୁଣାଚଳ ପ୍ରଦେଶକୁ ଦକ୍ଷିଣ ତିବ୍ଦତର ଏକ ଅଂଶ ବୋଲି ଦାବି କରୁଛି।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…