ମହମ୍ମଦ ସାମିଙ୍କୁ ଉପହାର ଦେଲେ ୟୁପି ସରକାର, ଗାଁରେ ହେବ ମିନି ଷ୍ଟାଡିୟମ, ଓପନ୍ ଜିମ୍
ସାମିଙ୍କ ବିଶ୍ୱକପ ଧମାକେଦାର ପ୍ରଦର୍ଶନରେ ଖୁସି ହୋଇ ୟୁପି ସରକାର ଉପହାର ଦେଇଛନ୍ତି । ତାଙ୍କ ଗାଁରେ ଏକ ମିନି ଷ୍ଟାଡିୟମ ଏବଂ ଓପନ ଜିମ୍ ନିର୍ମାଣ ହେବ । ଅମରୋହାର ଜିଲ୍ଲାପାଳ ରାଜେଶ ତ୍ୟାଗୀଙ୍କ ସହିତ ଅନେକ ଉଚ୍ଚ ଅଧିକାରୀ ସାମିଙ୍କ ଗାଁ ସହସପୁର ଅଲୀନଗର ପହଞ୍ଚିଛନ୍ତି ।
ବିଶ୍ୱକପ ଫାଇନାଲରେ ଭାରତ ପ୍ରବେଶ କରିଛି । ଆଉ ଟିମ୍ର ସମସ୍ତ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଯୋଗୁଁ ସମସ୍ତଙ୍କ ମନୋବଳ ବୃଦ୍ଧି ପାଇଛି । ଚଳିତ ବିଶ୍ୱକପରେ ମହମ୍ମଦ ସାମି କମାଲ କରିଛନ୍ତି । ଆଉ ସମସ୍ତ ଭାରତୀୟଙ୍କ ତୁଣ୍ଡରେ ଗୋଟିଏ ନାଁ ସାମି… ସାମି । ସାମିଙ୍କ ଏଭଳି କାରନାମାରେ ଖୁସି ହୋଇ ୟୁପି ସରକାର ତାଙ୍କ ଗାଁରେ ପହଞ୍ଚିଛି ।
ଶୁକବ୍ରାର ଦିନ ଅମରୋହାର ଜିଲ୍ଲାପାଳ ରାଜେଶ ତ୍ୟାଗୀଙ୍କ ସହିତ ଅନେକ ଉଚ୍ଚ ଅଧିକାରୀ ସାମିଙ୍କ ଗାଁ ସହସପୁର ଅଲୀନଗର ପହଞ୍ଚିଛନ୍ତି । ଜିଲ୍ଲାପାଳଙ୍କ ସହିତ ଚିଫ୍ ଡେଭଲପମେଣ୍ଟ ଅଧିକାରୀ ମଧ୍ୟ ରହିଛନ୍ତି । ସାମିଙ୍କ ଗାଁରେ ପହଞ୍ଚି ଏକ ସ୍ଥାନ ନିରୂପଣ କରିଛନ୍ତି । ସାମିଙ୍କ ଧମାକେଦାର ପ୍ରଦର୍ଶନରେ ତାଙ୍କ ଗାଁରେ ଏକ ମିନି ଷ୍ଟାଡିୟମ ଏବଂ ଓପନ ଜିମ୍ ନିର୍ମାଣ ହେବ । ଏହାର ନିର୍ମାଣ ପାଇଁ ସ୍ଥାନ ଖୋଜା ହୋଇଛି । ଯାହା ନିଶ୍ଚିତ ରୂପେ ଗାଁ ଲୋକଙ୍କ ପାଇଁ ବହୁତ ବଡ ।
Amroha, Uttar Pradesh | Earlier today, a team of district administration under DM Rajesh Tyagi, Chief Development Officer Amroha reached Team India pacer Mohammed Shami’s village, Sahaspur Alinagar, to look for land to construct a mini-stadium and open gym following his… https://t.co/hsoJQqMCeP pic.twitter.com/6LQCtf2YkD
— ANI UP/Uttarakhand (@ANINewsUP) November 17, 2023
ମହମ୍ମଦ ସାମି ଚଳିତ ବିଶ୍ୱକପରେ ୬ଟି ମ୍ୟାଚ ଖେଳିଛନ୍ତି । ୬ଟି ମ୍ୟାଚ ଖେଳି ୨୩ଟି ଓ୍ଵିକେଟ ନେଇ ସବୁଠୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛନ୍ତି । ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱକପ ମ୍ୟାଚ୍ ଖେଳାଯିବ ।