କିଛି ଖବର ପଢ଼ିଲା ଭଳି : ମାୟାବତୀ ଦୈନିକ ଫେସିଆଲ କରନ୍ତି, ଅର୍ଥ ମନ୍ତ୍ରାଳୟ ସୁନା ବିସ୍କୁଟ୍‌ ନେଇ ନିରବ ମୋଦିକୁ ଖସାଇଛି

MAYAWATI-ବିଜେପି ବିଧାୟକ ନାରାୟଣ ସିଂହ ଟାର୍ଗେଟ୍‌ କରିଛନ୍ତି ବିଏସ୍‌ପି ମୁଖ୍ୟ ମାୟାବତୀଙ୍କୁ । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମାୟାବତୀ ‘ସୌଖୀନ’ ବୋଲି କହିଛନ୍ତି । ହେଲେ ନିଜେ ମାୟାବତୀ ବୟସ ଲୁଚାଇବା ପାଇଁ ଦୈନିକ ଫେସିଆଲ କରୁଛନ୍ତି ଓ ଚୁଟିରେ ରଙ୍ଗ ମାଖୁଛନ୍ତି ।

PRIAYNKA-ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ରିପୋର୍ଟ କାର୍ଡ଼ରେ ମିଛ ଭରି ରହିଛି । ପ୍ରକୃତରେ ସେ ଯାହା କହୁଛନ୍ତି ସେଭଳି କିଛି ବିକାଶ ଉତ୍ତର ପ୍ରଦେଶରେ ହୋଇ ନାହିଁ ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରା କହିଛନ୍ତି । ମୁଁ ବିଭିନ୍ନ ବର୍ଗର ଲୋକଙ୍କୁ ଭେଟି କଥା ହୋଇଛି । ସେ ଚାଷୀ ହେଉ କି ଶିକ୍ଷକ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି ।

-ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ମୁଖ୍ୟ ସୟଦ ସଲ୍ଲାଉଦ୍ଦିନର ଜମ୍ମୁ କଶ୍ମୀରରେ ଥିବା ପ୍ରାୟ ୧ କୋଟି ୨୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଲା ପ୍ରବତର୍ତନ ନିର୍ଦ୍ଦେଶାଳୟ ।

-କର୍ଣ୍ଣାଟକ ଧାରବାଡ଼ ଠାରେ ଏକ ନିର୍ମାଣାଧୀନ କୋଠ ଭୁଶୁଡ଼ି ପଡ଼ିବାରୁ ଜଣକର ମୃତ୍ୟୁ ହୋଇଛି । ଘଟଣାରେ ୬ ଜଣ ଆହତ ହୋଇଥିବା ବେଳେ ୪୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ଫସି ରହିଥିବା ସୂଚନା ମିଳିଛି ।

ARUN JAITLEY-ପଞ୍ଜାବ ନେସନାଲ ବ୍ୟାଙ୍କରୁ ବିପୁଳ ପରିମାଣର ଘୋଟାଲା କରି ଦେଶ ଛାଡ଼ି ପଳାଇଥିବା ନିରବ ମୋଦିଙ୍କୁ ଖସାଇବା ପଛରେ ଅର୍ଥମନ୍ତ୍ରାଳୟର ହାତ ଅଛି । ଏକଥା କହିଛନ୍ତି ବିଜେପି ସାଂସଦ ସୁବ୍ରମଣ୍ୟମ୍‌ ସ୍ୱାମୀ । ସେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି ଯେ ହୀରା ବ୍ୟବସାୟୀ ନିରବ ମୋଦିର ପ୍ରତ୍ୟର୍ପଣ ପାଇଁ ମୋଦି ସରକାର ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଖୁବ୍‌ ପରିଶ୍ରମ କରିଥିଲା । ହେଲେ ଅର୍ଥ ମନ୍ତ୍ରାଳୟ ତା ଠାରୁ ସୁନା ବିସ୍କୁଟ୍‌ ଲାଞ୍ଚ ନେଇ ନିରବ ମୋଦିକୁ ଖସାଇ ଦେଇଥିଲା ।

-ଆଧ୍ୟାତ୍ମିକତା ପ୍ରତି ରୁଚି ଓ ରାମଜନ୍ମଭୂମି ପ୍ରସଙ୍ଗ ତାଙ୍କୁ ସନ୍ନ୍ୟାସ ନେବା ପାଇଁ ପ୍ରୋତ୍ସାହିତ କରିଥିଲା ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କହିଛନ୍ତି ।

DHONI

-ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ । ଏଥର ବିଜ୍ଞାପନରୁ ପ୍ରାୟ ୨୧୦୦ କୋଟି ଟଙ୍କା ଆୟ ହେବ । ଯାହା ଗତ ସଂସ୍କରଣ ଠାରୁ ୨୦ ପ୍ରତିଶତ ଅଧିକ ।

-ଧୋନିଙ୍କ ଭଳି ଅଭିଜ୍ଞ ଖେଳାଳି ଯଦି ଆପଣଙ୍କ ସହ ଅଛନ୍ତି ତେବେ କାମ ଟିକେ ସହଜ ହୋଇଯାଏ । ତେଣୁ ଆଗାମୀ ବିଶ୍ୱ କପ୍‌ରେ ବିରାଟ କୋହଲିଙ୍କ ପାଇଁ ଧୋନି ଅତ୍ୟନ୍ତ ଜରୁରୀ । ଏ କଥା କହିଛନ୍ତି ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.