ସାମାଜିକ ଦୂରତା ନ ମାନି ଏବଂ ବିନା ମାସ୍କରେ ଜନ୍ମଦିନ ପାଳନ କରିଥିଲେ ବୋଲ୍ଟ, ଏବେ ଜଣାପଡିଲେ କରୋନା ପଜିଟିଭି

ବିଶ୍ୱର ଦ୍ରୁତତମ ଧାବକ ତଥା ୮ ଥର ଅଲମ୍ପିକରେ ସ୍ୱର୍ଣ୍ଣ ଜିତିଥିବା ଉସେନ ବୋଲ୍ଟ କରୋନା ପଜଟିଭି ଚିହ୍ନଟ ହୋଇଛନ୍ତି। ପଜିଟିଭି ଚିହ୍ନଟ ହେବା ପରେ ବୋଲ୍ଡ ଆଇସୋଲେସନରେ ରହିଛନ୍ତି। ଖାମଖିଆଲି ଆଚରଣ କରି ନିଜର ୩୪ତମ ଜନ୍ମଦିନକୁ ସାମାଜିକ ଦୂରତାହୀନ ଓ ବିନା ମାକ୍ସରେ ପାଳନ କରିଥିଲେ ବୋଲ୍ଟ ।

କିଛିଦିନ ତଳେ ବୋଲଟ ପରୀକ୍ଷା କରିଥିଲେ ମଧ୍ୟ ସୋମବାର ରିପୋର୍ଟ ଆସିଛି। ରବିବାରର ଜନ୍ମଦିନ ଉତ୍ସବରେ ଇଂଲଣ୍ଡ ଫୁଟ୍ବଲର୍ ରହିମ୍ ଷ୍ଟର୍ଲିଂଙ୍କ ସହ ବହୁ ଅତିଥି ଯୋଗ ଦେଇଥିଲେ। ଏହାକୁ ବହୁ ସମାଲୋଚନା କରାଯାଇଛି। ତେଣୁ ନିଜେ ଟ୍ଵିଟ୍‌ କରିସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ବୋଲ୍ଟ କହିଛନ୍ତି।

Leave A Reply

Your email address will not be published.