ଖେଳ ଚାଲିଥିବା ବେଳେ ପଡିଆ ମଝିରେ ଡ୍ରେସ ଖୋଲି ଅଣ୍ଡରଗାର୍ରମେଣ୍ଟ ଖୋଲିଲେ ଏହି ଖେଳାଳି, ଦେଖନ୍ତୁ ଭିଡିଓ

ଅଷ୍ଟ୍ରେଲିଆରେ ଖେଳାଯାଉଥିବା ବିଗ୍ ବାସ୍ ଲିଗରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି, ଯାହା କ୍ରିକେଟ ଫ୍ଯାନଙ୍କୁ ଆଶ୍ଚର୍ଯ୍ଯ କରିଦେଇଛି। ଖେଳ ଚାଲିଥିବା ବେଳେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି।

ବିଗ୍ ବାସ୍ ଲିଗର ଏକ ନକଆଉଟ୍ ମୁକାବିଲାରେ ବ୍ରିସବେନ୍ ହିଟ୍ ସିଡନୀ ଥଣ୍ଡର ବିପକ୍ଷରେ ବିଜୟ ଲାଭ କରିଛି । ଏହି ବିଜୟ ସହ ବ୍ରିସବେନ୍ ଫାଇନାଲ ଅଭିମୁଖେ ଆଉ ଏକ ପାଦ ଆଗକୁ ବଢାଇଛି । ମ୍ୟାଚରେ ସିଡନୀକୁ ୭ ଓ୍ୱିକେଟରେ ପରାସ୍ତ କରିଛି ଦଳ । ତେବେ ଏହି ମ୍ୟାଚରେ ଦର୍ଶକଙ୍କୁ ଖୁବ୍ ମଜା ଆସିଥିଲା । ମ୍ୟାଚ୍ ବେଳେ ଅନେକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମ ଇନିଂସରେ ବ୍ୟାଟିଂ କରିଥିଲା ସିଡନୀ । ଦଳର ବ୍ୟାଟସମ୍ୟାନ୍ ଉସମାନ ଖ୍ୱାଜାଙ୍କ ଏକ ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ସେ ନିଜର ଡ୍ରେସ ସହିତ ଜୋତା ସବୁକିଛି ଓହ୍ଲାଇ ମଝି ମଇଦାନରେ ଅଣ୍ଡରଗାର୍ରମେଣ୍ଟ ବଦଳିବାକୁ ଲାଗିଥିଲେ। ୯ମ ଓଭରରେ ସେ ହଠାତ କିଛି ସମୟ ପାଇଁ ଅଟକି ଯାଇଥିଲେ । ସେହି ସମୟରେ ସେ ୨୫ ବଲରୁ ୨୬ ରନ୍ କରି ବ୍ୟାଟିଂ କରୁଥିଲେ । ଅଟକି ଯାଇ ସେ ଅଣ୍ଡରଗାର୍ମେଣ୍ଟସ୍ ତଳେ ଥିବା ଗାର୍ଡକୁ ବଦଳାଇଥିଲେ ।

ଏହା ଦେଖିବା ପରେ ଦର୍ଶକ, ବିପକ୍ଷ ଖେଳାଳି ଓ କମେଣ୍ଟେଟର୍ ହସିହସି ବେଦମ ହୋଇଯାଇଥିଲେ । ଉସମାନ୍ ତାଙ୍କ ପ୍ୟାଣ୍ଟ୍ ଖୋଲି ଅଣ୍ଡରଗାର୍ମେଣ୍ଟସ ତଳେ ଥିବା ଗାର୍ଡକୁ ବଦଳାଇଥିଲେ । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.