ପୁନେରେ ଏକାଠି ହେଲେ ପ୍ରବାସୀ ଓଡ଼ିଆ, ଆୟୋଜିତ ହେଲା ଉତ୍କଳ ପ୍ରିମିୟର ଲିଗ୍ ସିଜିନ୍-ଥ୍ରି, ଚାମ୍ପିଅନ୍ ମୁକୁଟ ପିନ୍ଧିଲା ପୁରୀ ଦଳ

ପୁନେ : ମହାରାଷ୍ଟ୍ର ପୁନେରେ ଓଡ଼ିଆଙ୍କ ରାଜ୍ । ଏଠାରେ ହାପିନେସ ଫାଉଣ୍ଡେସନ ତରଫରୁ ସଫଳତାର ସହ ଆୟୋଜିତ ହୋଇଛି ଉତ୍କଳ ପ୍ରିମିୟର ଲିଗ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଏଥିରେ ଚାମ୍ପିଅନ୍ ହୋଇଛି ପୁରୀ ଦଳ । ସଂଘର୍ଷପୂର୍ଣ୍ଣ ଫାଇନାଲ୍ ମ୍ୟାଚ୍ରେ ପୁରୀ ଟିମ୍ କେନ୍ଦୁଝର ଦଳକୁ ହରାଇ ଚାମ୍ପିଅନ୍ ଟ୍ରଫି ଜିତିଛି । ସେମିଫାଇନାଲ୍ରେ କେନ୍ଦୁଝର ବାଲେଶ୍ୱରକୁ ଏବଂ ପୁରୀ ଭୁବନେଶ୍ୱରକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।
ଚଳିତ ଥର ୟୁପିଏଲ୍ ସିଜିନ-୩ରେ ମୋଟ୍ ୧୬ଟି ଦଳ ଭାଗ ନେଇଥିଲେ । ଗତ ସେପ୍ଟେମ୍ବର ୨୧ ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଅକଟୋବର ୧୩ ତାରିଖରେ ଶେଷ ହୋଇଛି । ଓଡ଼ିଶାର ବିଭିନ୍ନ ସହର ନାମରେ ଟିମ୍ ସବୁ ଏଥିରେ ଭାଗ ନେଇ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ଫାଇନାଲ୍ ମ୍ୟାଚ୍ ଡିଜାୟାର ସ୍ପୋର୍ଟସ କର୍ପୋରେସନ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା । ପ୍ରଥମେ ବ୍ୟାଟିଂ କରି ପୁରୀ ସ୍ଲାଗର୍ସ ୯୧ ରନ୍ କରିବା ପରେ କେନ୍ଦୁଝର ଆଇରନ୍ସ ଦଳ ୮୧ ରନ୍ କରି ୭ ରନ୍ରେ ପରାସ୍ତ ହୋଇଥିଲା ।
ପୁନେରେ ରହୁଥିବା ପ୍ରବାସୀ ଓଡ଼ିଆମାନଙ୍କୁ ନେଇ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ଏଠାକାର ଓଡ଼ିଆମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା, ଉତ୍ତମ ବୁଝାମଣା ଓ ସମସ୍ତଙ୍କୁ ଏକାଠି କରି ଭାଇଚାରା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉତ୍କଳ ପ୍ରିମିୟର ଲିଗ୍ର ଆୟୋଜନ କରାଯାଉଛି ବୋଲି ଆୟୋଜକ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ପକ୍ଷରୁ କୁହାଯାଇଛି ।