Vaibhav Sooryavanshi Duleep Trophy : ଦୁଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀଙ୍କ କମାଲ୍, ଭାଙ୍ଗିଲେ ୫୭ ବର୍ଷର ରେକର୍ଡ

ଦୁଲୀପ ଟ୍ରଫି ସେମିଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ବଡ଼ ଇନିଂସ ଖେଳିଛନ୍ତି । ସେଣ୍ଟ୍ରାଲ ଜୋନ୍ ବିପକ୍ଷ ସେମିଫାଇନାଲରେ ଇଷ୍ଟ ଜୋନ୍ ପାଇଁ ଖେଳି ବୈଭବ ୫୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି । ବୈଭବ ୭ ଚୌକା, ୭ ଛକା, ୪୧ ବଲରେ ଅର୍ଦ୍ଧଶତକ କରିଛନ୍ତି । ୮୧ ବଲରେ ୯୨ ରନ୍ କରି ଦୁଲୀପ ଟ୍ରଫି ସେମିଫାଇନାଲରେ ବୈଭବ ଧମାକା ।

ଦୁଲୀପ ଟ୍ରଫିରେ ବୈଭବ ସୂର୍ଯ୍ୟବଂଶୀ କେବଳ ବଡ଼ ଇନିଂସ ଖେଳିନାହାନ୍ତି ବିରାଟ ରେକର୍ଡ କରିଛନ୍ତି । ସେଣ୍ଟ୍ରାଲ ଜୋନ୍ ବିପକ୍ଷ ସେମିଫାଇନାଲରେ ଇଷ୍ଟଜୋନ୍ ପାଇଁ ପ୍ରଥମ ଇନିଂସ ଖେଳୁଥିବା ବୈଭବ ସୂର୍ଯ୍ୟବଂଶୀ ୫୭ ବର୍ଷର ପୁରୁଣା ରେକର୍ଡକୁ ଧ୍ୱଂସ୍ତ କରିଛନ୍ତି । ସୂର୍ଯ୍ୟବଂଶୀ ଲକ୍ଷ୍ମଣ ସିଂଙ୍କୁ ପଛରେ ପକାଇ ଦେଇଛନ୍ତି । ୧୯୬୯ ମସିହାରେ ଏକ ରେକର୍ଡ କରିଥିଲେ ଯାହାକୁ ବୈଭବ ୪୨ ତମ ବଲରେ ଭାଙ୍ଗିଛନ୍ତି ।

ଇଶାନ କିଷନଙ୍କ ସ୍ଥାନରେ ଇଷ୍ଟ ଜୋନର ଅଧିନାୟକ ଭାବେ ଦାୟିତ୍ବ ତୁଲାଇଛନ୍ତି ବୈଭବ ସୂର୍ଯ୍ୟବଂଶୀ । ଦୁଲୀପ ଟ୍ରଫି ସେମି ଫାଇନାଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏହା ତାଙ୍କର ଦ୍ୱିତୀୟ ଅର୍ଦ୍ଧଶତକ । ଇଷ୍ଟଜୋନ ପକ୍ଷରୁ ହାଫ୍ ସେଞ୍ଚୁରୀ ହାସଲ କରିଛନ୍ତି ବୈଭବ । ଏହା ସହିତ ଲକ୍ଷ୍ମଣ ସିଂହ ୫୭ ବର୍ଷ ପୂର୍ବେ ୧୯୬୯ରେ କରିଥିବା ରେକର୍ଡ଼ ୨୦୨୬ରେ ଭାଙ୍ଗିଛନ୍ତି । ଏହାର ଉତ୍ତର ଦୁଲୀପ ଟ୍ରଫି ଇତିହାସରେ ସର୍ବକନିଷ୍ଠ ବ୍ୟାଟର ହେବା ସହିତ ଜଡିତ । ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଦୁଲୀପ ଟ୍ରଫି ଇତିହାସରେ ୫୦ ରୁ ଅଧିକ ସ୍କୋର କରିବାରେ ସର୍ବକନିଷ୍ଠ ବ୍ୟାଟର ହୋଇଛନ୍ତି । ୧୯୬୯ରେ ଲକ୍ଷ୍ମଣ ସିଂହ ୧୬ ବର୍ଷ ୨୩ ଦିନରେ ଏହି ରେକର୍ଡ କରିଥିଲେ ।

ବୈଭବ ଅର୍ଦ୍ଧଶତକ କରିବା ପରେ ଭଲ ଇନିଂସ ଖେଳିଥିଲେ । କିନ୍ତୁ ଶତକ କରିବାକୁ ରହିଗଲେ । ୭୯ ବଲରେ ୯୨ ରନ୍ କରି ଆଉଟ୍ ହୋଇଥିଲେ ।

Also Read : Vaibhav Sooryavanshi Duleep Trophy : ଇଷ୍ଟ ଜୋନର ନୂଆ ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ, ନେଲେ ଈଶାନ କିଶନଙ୍କ ସ୍ଥାନ