Vaibhav Sooryavanshi Duleep Trophy : ଇଷ୍ଟ ଜୋନର ନୂଆ ଅଧିନାୟକ ବୈଭବ ସୂର୍ଯ୍ୟବଂଶୀ, ନେଲେ ଈଶାନ କିଶନଙ୍କ ସ୍ଥାନ
ବୈଭବ ସୂର୍ଯ୍ୟବଂଶୀ ଦଲ୍ଲୀପ ଟ୍ରଫିରେ ଇଷ୍ଟ ଜୋନ ଟିମର ଅଧିନାୟକ ହୋଇଛନ୍ତି । ଆଜିଠାରୁ ଦଲ୍ଲୀପ ଟ୍ରଫିର ଦୁଇଟି ସେମିଫାଇନାଲ ମ୍ୟାଚ୍ ଆରମ୍ଭ ହୋଇଛି । ଇଷ୍ଟ ଜୋନ୍ ଏବଂ ସେଣ୍ଟ୍ରାଲ ଜୋନ୍ ମଧ୍ୟରେ ମ୍ୟାଚ ଖେଳାଯାଉଛି । ଇଷ୍ଟ ଜୋନରେ ଅଧିନାୟକ ଈଶାନ କିଶନ ଆହତଜନିତ ସମସ୍ୟା ଯୋଗୁଁ ବାଦ୍ ପଡ଼ିବା ପରେ ବୈଭବଙ୍କୁ ଏହି ଦାୟିତ୍ବ ମିଳିଛି ।
ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ଇଷ୍ଟ ଜୋନ୍ ଟିମର ଉପଅଧିନାୟକ ରହିଥିଲେ । ଆଉ ଈଶାନ କିଶନ ଆହତଜନିତ ସମସ୍ୟା ଯୋଗୁଁ ବାଦ୍ ପଡିବା ପରେ ବୈଭବଙ୍କୁ ଉପଅଧିନାୟକ ହୋଇଥିବାରୁ ଦାୟିତ୍ବ ସମ୍ଭାଳିଛନ୍ତି ।
ଏହି ସେମିଫାଇନାଲ ମ୍ୟାଚରେ ସେଣ୍ଟ୍ରାଲ ଜୋନ ଟିମ୍ ପ୍ରଥମେ ବ୍ୟାଟିଂ କରୁଥିବା ବେଳେ ୧୯ ଓଭରରେ ଈଶାନ କିଶନଙ୍କ ହାତରେ ବଲ୍ ବାଜିଥିଲା । ମଇଦାନରେ ଫିଜିଓ ଯାଞ୍ଚ କରିବା ପରେ କିଶନ ବାଦ୍ ପଡ଼ିଥିଲେ । ଡ୍ରେସିଂ ରୁମକୁ ଫେରିବା ପରେ ଈଶାନ ହାତରେ ପଟି ବାନ୍ଧିଥିଲେ । ତାଙ୍କ ସ୍ଥାନରେ ୱିକେଟକିପିଂ କୁମାର କୁଶାଗ୍ରେ କରିଥିବା ବେଳେ ବୈଭବ ଦାୟିତ୍ବ ସମ୍ଭାଳିଥିଲେ ।
ଇଷ୍ଟ ଜୋନ ସ୍କ୍ବାଡ୍ ଘୋଷଣା ସମୟରେ ବୈଭବଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଥିବା ନେଇ ବହୁତ ସମାଲୋଚନା ହୋଇଥିଲା । ବୈଭବଙ୍କୁ ବହୁତ କିଛି ଶିଖିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଥିଲେ । ଏବେ ଈଶାନଙ୍କ ଅନୁପସ୍ଥିତିରେ ଟିମର ଦାୟିତ୍ବ ସମ୍ଭାଳିପାରୁଛନ୍ତି କି ନାହିଁ, ତାହା ଦେଖିବା ବାକି ରହିଲା ।
ବୈଭବ ପ୍ରଥମ ଥର ପାଇଁ ନର୍ଥ ଇଷ୍ଟ ଜୋନର ବିପକ୍ଷ ମ୍ୟାଚରେ ଅଧିନାୟକ ଭାବେ ମ୍ୟାଚ୍ ଖେଳୁଛନ୍ତି । ଏହି ମ୍ୟାଚରେ କେବଳ ୮ ରନ କରି ଆଉଟ୍ ହୋଇଛନ୍ତି । ବୈଭବ ୯ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୯୩ ରନ କରିପାରିଛନ୍ତି । ଏଯାଏଁ ୧୩ଟି ପ୍ରଥମ ଶ୍ରେଣୀ ଇନିଂସରେ କେବଳ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । ଏଯାଏଁ ନାଲିବଲ୍ କ୍ରିକେଟରେ ୪ଟି ୱିକେଟ ନେଇଛନ୍ତି ।
Also Read : Suryakumar Yadav : ଟି୨୦ ବିଶ୍ବକପ ଜିତିବା ପରେ ମଧ୍ୟ ଟିମରୁ ବାଦ୍ ପଡ଼ିବା ନେଇ ମୁହଁ ଖୋଲିଲେ ସୂର୍ଯ୍ୟକୁମାର ଯାଦବ