ଶତକ ମାରି ଇତିହାସ ରଚିଲେ ବୈଭବ, ଗୁଜୁରାଟ ରୟାଲ୍ସର ମାଲିକ ତାଙ୍କୁ ଦେଲେ ଏହି ଉପହାର

IPLରେ ପ୍ରଥମ ଶତକ ମାରି ଖୁବ ଚର୍ଚ୍ଚାରେ ରହିଛନ୍ତି ୧୪ ବର୍ଷୀୟ ବୈଭବ ସର୍ଯ୍ୟବଂଶୀ । ତାଙ୍କ ଭଲ ପ୍ରଦର୍ଶନ ପାଇଁ ରାଜସ୍ଥାନ ରୟାଲ୍ସର ମାଲିକ ରଞ୍ଜିତ ବାରଠାକୁର ଖୁସି ହୋଇ ବୈଭବକୁ ଗୋଟିଏ ମର୍ସିଡିଜ ଗିପ୍ଟ କରିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଛି ।
ରାଜସ୍ଥାନ ରୟାଲ୍ସ ଟିମର ମାଲିକ ରଞ୍ଜିତ ବାରଠାକୁର ମର୍ସିଡିଜର ଚାବି ଦେଉଥିବାର ସୋସିଆଲ ମିଡିଆର ପୋଷ୍ଟରୁ ଦେଖିବାକୁ ମିଳିଛି । ଆଇନଗତ ଭାବେ ବୈଭବ ନାବାଳକ ଥିବାରୁ ସେ କାରଟିକୁ ଚଲାଇପାରିବେ ନାହିଁ । କିନ୍ତୁ ମର୍ସିଡିଜ କେଉଁ ମଡେଲର ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁଯାୟୀ ବୈଭବ ଟି-୨୦ କ୍ରିକେଟରେ ସେ ଖୁବ୍ କମ୍ ବୟସରେ ପାଦ ରଖିପାରିଛନ୍ତି । ମଙ୍ଗଳବାର ଦିନ ଗୁଜୁରାଟ ଟାଇଟନ୍ସ ଟିମ୍ ବିପକ୍ଷରେ ଖେଳିଥିଲେ । ୩୫ଟି ବଲରେ ଶତକ ମାରି ଇତିହାସ ରଚିବାରେ ସଫଳ ହୋଇଛନ୍ତି ବୈଭବ । ବୈଭବ ରେକର୍ଡ ଭାଙ୍ଗି ମନୀଷ ପାଣ୍ଡେ, ରିଷଭ ପନ୍ତ ଏବଂ ଦେବଦତ୍ତ ପାଡିକ୍କଲଙ୍କୁ ପଛରେ ପକାଇଛନ୍ତି । ୟୁସେଫ୍ ପଠାନ ୩୭ଟି ବଲରେ ଶତକ ହାସଲ କରିଥିବାବେଳେ ବୈଭବ ୩୫ଟି ବଲରେ ଶତକ ମାରି ରେକର୍ଡ ଅତିକ୍ରମ କରିଛନ୍ତି ।
Also Read : ୧୪ ବର୍ଷୀୟ ବୈଭବ ୩୫ ବଲରେ କଲେ ଶତକ ହାସଲ