ICC Ranking ଟି୨୦ ବୋଲିଂ ରାଙ୍କିଂ: ଏକା ସାଥିରେ ୨୫ ଖେଳାଳିଙ୍କୁ ପଛରେ ପକାଇ ଟପ୍ ୫ରେ ସାମିଲ ହେଲେ ବରୁଣ ଚକ୍ରବର୍ତ୍ତୀ

ଆଇସିସି ଟି୨୦ ବୋଲର ରାଙ୍କିଂ ଜାରି କରିଛି । ଯେଉଁଥିରେ ଭାରତୀୟ ବୋଲର ବରୁଣ ଚକ୍ରବର୍ତ୍ତୀ ୨୫ ସ୍ଥାନ ଉପରକୁ ଉଠିଛନ୍ତି । ବରୁଣ ଚକ୍ରବର୍ତ୍ତୀ ୨୫ ଜଣ ଖେଳାଳିଙ୍କୁ ପଛରେ ପକାଇ ଟପ୍ ୫ରେ ନିଜକୁ ସାମିଲ କରିଛନ୍ତି ।
ଆଇସିସି ଜାରି କରିଥିବା ଟି୨୦ ବୋଲିଂ ରାଙ୍କିଂରେ ବରୁଣ ୬୭୯ ରେଟିଂ ପଏଣ୍ଟ ସହିତ ୫ମ ସ୍ଥାନରେ ରହିଛନ୍ତି । ବରୁଣଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବୋଲର ଟପ୍ ୫ରେ ନାହାନ୍ତି । ଆଇସିସି ଟି୨୦ ବୋଲର ରାଙ୍କିଂର ୯ ନଂ ସ୍ଥାନରେ ଅର୍ଶଦୀପ ସିଂଙ୍କ ନାଁ ରହିଥିବା ବେଳେ ୧୦ମ ସ୍ଥାନରେ ରବି ବିଷ୍ଣୋଇଙ୍କ ନାମ ରହିଛି ।

ଆଇସିସି ଟି୨୦ ବୋଲର ରାଙ୍କିଂର ପ୍ରଥମ ସ୍ଥାନରେ ଇଂଲଣ୍ଡର ଆଦିଲ ରାଶିଦ ୭୧୮ ପଏଣ୍ଟ ସହିତ ରହିଛନ୍ତି । ୭୦୭ ପଏଣ୍ଟ ସହିତ ୱେଷ୍ଟଇଣ୍ଡିଜ ଅକିଲ ହୁସୈନ ଦ୍ବିତୀୟ ସ୍ଥାନରେ, ଶ୍ରୀଲଙ୍କାର ବାନିନ୍ଦୁ ହସରଙ୍ଗା ୬୯୮ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆର ଆଡମ ଜମ୍ପା ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି ।

ବରୁଣ ଚକ୍ରବର୍ତ୍ତୀଙ୍କ ଛଡା ଭାରତର ଅନ୍ୟ ଜଣେ ଖେଳାଳି ଆଇସିସି ରାଙ୍କିରେ ଡିଆଁ ମାରିଛନ୍ତି । ଟି୨୦ ବ୍ୟାଟର ଆଇସିସି ରାଙ୍କିଂରେ ତିଳକ ବର୍ମା ୩ୟ ସ୍ଥାନରୁ ଦ୍ବିତୀୟ ସ୍ଥାନକୁ ଆସିଛନ୍ତି । ତିଳକ ବର୍ମା ୮୩୨ ପଏଣ୍ଟ ସହିତ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଅଲରାଉଣ୍ଡର ରାଙ୍କିଂରେ ହାର୍ଦ୍ଦିକ ପାଣ୍ଡ୍ୟା ୧ ନଂ ସ୍ଥାନରେ ରହିଛି । ରାଜକୋଟ ଟି୨୦ରେ ଭାରତ ହାରିବାକୁ ନେଇ ହାର୍ଦ୍ଦିକ ଅନେକ ସମାଲୋଚନାର ଶିକାର ହୋଇଥିଲେ । ଏହାପରେ ମଧ୍ୟ ଆଇସିସି ରାଙ୍କିଂରେ ନଂ ୧ ଅଲରାଉଣ୍ଡର ହୋଇଛନ୍ତି ।

ସୂଚନାଯୋଗ୍ୟ, ଆଇସିସି ବୁମରାଙ୍କୁ ମେନ୍ସ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଭାବେ ଚୟନ କରିଛି । ବୁମରା ଘରୋଇ ଓ ବିପକ୍ଷ ଟିମର ମଇଦାନରେ ନିଜକୁ ପ୍ରମାଣିତ କରିଛନ୍ତି । ବୁମରା ଘରୋଇ ମଦାନରେ ଇଂଲଣ୍ଡ ବିପକ୍ଷରେ ଏବଂ ବାଂଲାଦେଶ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାରେ ବିଶେଷ ଭୂମିକା ନିଭାଇଛନ୍ତି ।

Also Read : ଜସପ୍ରୀତ ବୁମରା ଆଇସିସି ଟେଷ୍ଟ କ୍ରିକେଟର ଅଫ୍ ଦ ଇଅର, ପ୍ରଥମ ଥର ପାଇଁ କୌଣସି ଭାରତୀୟ ଦ୍ରୁତ ବୋଲରକୁ ମିଳିଲା ଏହି…