ଟି୨୦ରେ କମାଲ୍ କରିବା ପରେ ବରୁଣ ମିଳିଲା ପୁରସ୍କାର, ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ହେଲେ ସାମିଲ

ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ କମାଲ୍ ପ୍ରଦର୍ଶନ କରିଥିଲେ । ଏଥିପାଇଁ ତାଙ୍କୁ ‘ପ୍ଲେୟାର ଅଫ୍ ଦ ସିରିଜ’ ଭାବେ ଚୟନ କରାଯାଇଥିଲା । ଏବେ ଟି୨୦ ସିରିଜରେ କମାଲ କରିବା ପରେ ବରୁଣଙ୍କୁ ମିଳିଛି ବଡ଼ ପୁରସ୍କାର । ବରୁଣଙ୍କୁ ଇଂଲଣ୍ଡ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମରେ ସୁଯୋଗ ମିଳିଛି ।
ଟିମ୍ ଇଣ୍ଡିଆ ଦିନିକିଆ ସ୍କ୍ବାର୍ଡରେ ସାମିଲ ହୋଇଥିବା ବରୁଣ ଚକ୍ରବର୍ତ୍ତୀ ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ମଧ୍ୟ ସ୍କ୍ବାର୍ଡରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସମସ୍ତ ଟିମ୍ ୧୨ ଫେବୃଆରୀ ପର୍ଯ୍ୟନ୍ତ ଚାମ୍ପିଅନ୍ସ ଟ୍ରଫି ସ୍କ୍ବାର୍ଡରେ ପରିବର୍ତ୍ତନ କରିପାରିବେ ।
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ୬ ଫେବୃଆରୀରୁ ଆରମ୍ଭ ହେବ । ଏହି ସିରିଜର ଶେଷ ମ୍ୟାଚ ୧୨ ଫେବୃଆରୀରେ ଖେଳାଯିବ । ଏହି ୩ଟି ମ୍ୟାଚରେ ବରୁଣଙ୍କ ଦିନିକିଆ ପ୍ରଦର୍ଶନ ଦେଖି ଚାମ୍ପିଅନ୍ସ ଟ୍ରଫିରେ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି ।
ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜରେ ବରୁଣ ଚକ୍ରବର୍ତ୍ତୀ ସବୁଠାରୁ ଅଧିକ ୱିକେଟ ନେଇଥିବା ବୋଲର । ସେ ୫ଟି ମ୍ୟାଚରେ ୯.୮୬ ପ୍ରତିଶତରେ ୧୪ ଓ୍ବିକେଟ ନେଇଥିଲେ । ଏଥିପାଇଁ ତାଙ୍କୁ ପ୍ଲେୟାର ଅଫ ଦ ସିରିଜ ଭାବେ ପୁରସ୍କୃତ କରାଯାଇଥିଲା ।
ବରୁଣ ଏଯାଏଁ କୌଣସି ଦିନିକିଆ ମ୍ୟାଚ ଖେଳିନାହାନ୍ତି । ବରୁଣ ଟିମ ଇଣ୍ଡିଆ ପାଇଁ ୧୮ଟି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଏଥିରେ ୧୪.୫୭ ପ୍ରତିଶତରେ ୩୩ ୱିକେଟ ନେଇଛନ୍ତି । ବରୁଣଙ୍କ ଶ୍ରେଷ୍ଠ ବୋଲିଂ ୫/୧୭ ରହିଛି ।
Also Read : ଚାମ୍ପିଅନ୍ସ ଟ୍ରଫି ୨୦୨୫ ପୂର୍ବରୁ ପାକିସ୍ତାନ ସରକାର ନେଲେ ବଡ଼ ନିଷ୍ପତ୍ତି, ଟ୍ରାଇ ସିରିଜ ପାଇଁ ନିୟୋଜିତ ହେଲା ଆର୍ମି