ଶହେ ବର୍ଷରେ ପଦାର୍ପଣ କଲେ ପୂର୍ବତନ କ୍ରିକେଟ୍‌ ଖେଳାଳି ବସନ୍ତ ରାଇଜି, କେକ୍‌ କାଟି ପାଳନ କଲେ ଜନ୍ମଦିନ

ମୁମ୍ବାଇ : ପୂର୍ବତନ କ୍ରିକେଟ୍‌ ଖେଳାଳି ବସନ୍ତ ରାଇଜି ସେଞ୍ଚୁରୀ ମାରିଛନ୍ତି । କ୍ରିକେଟ୍‌ ପଡ଼ିଆରେ ନୁହେଁ, ନିଜ ଜୀବନରେ । ଅର୍ଥାତ୍‌ ତାଙ୍କୁ ୧୦୦ ବର୍ଷ ବୟସ ହୋଇଛି । ଏହି ଶତାୟୁ କ୍ରିକେଟ୍‌ ଖେଳାଳିଙ୍କର ଜନ୍ମଦିନ ପାଳନ କରାଯାଇଛି । ଗତକାଲି ତାଙ୍କର ଜନ୍ମଦିନ ଅବସରରେ ଏହି ଶତାୟୁ ପୂର୍ବତନ ଖେଳାଳି କେକ୍‌ କାଟିଥିଲେ । ତେବେ ଏହା ପୂର୍ବରୁ କିଛି ଦିନ ତଳେ ସଚିନ ତେନ୍ଦୁଲକର ଏବଂ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ଵ ତାଙ୍କ ଘରକୁ ଯାଇ ଆଗୁଆ ଜନ୍ମ ଦିନ ପାଳନ କରିବେଶ୍‌ କିଛି ସମୟ ତାଙ୍କ ସହ କଟାଇଥିଲେ । ବସନ୍ତ ରାଇଜି ସେଦିନ ବି କେକ୍‌ କାଟିଥିଲେ ।

100-2ଦକ୍ଷିଣ ମୁମ୍ବାଇର ଓ୍ଵାଲକେଶ୍ୱର ଠାରେ ରହୁଥିବା ବସନ୍ତ ରାଇଜି ଘରୋଇ କ୍ରିକେଟ୍‌ (ରଣଜୀ ଟ୍ରଫି ଓ ଦଲୀପ ଟ୍ରଫି)ରେ ମୁମ୍ବାଇ ଏବଂ ବରୋଦା ପକ୍ଷରୁ ଖେଳୁଥିଲେ । ସେ ଜଣେ ଭଲ ବ୍ୟାଟ୍‌ସମ୍ୟାନ୍‌ ଥିଲେ । ୧୯୨୦ ମସିହା ଜାନୁଆରୀ ୨୬ ତାରିଖରେ ତାଙ୍କର ଜନ୍ମ । ସ୍ୱାଧୀନତା ପୂର୍ବରୁ୧୯୩୯ ମସିହାରେ ସେ ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ତାଙ୍କର ପଦାର୍ପଣ କରିଥିଲେ । ପ୍ରଥମେ ସେ ସିସିଆଇ ବା କ୍ରିକେଟ୍‌ କ୍ଲବ୍‌ ଅଫ୍‌ ଇଣ୍ଡି ତରଫରୁ ଖେଳୁଥିଲେ । ସବୁଠାରୁ ପୁରୁଣା କ୍ରିକେଟ୍‌ ଖେଳାଳି ଭାବେ ସେ ଜୀବିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.