ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ
ଭାରତୀୟ ଟିମ୍ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ଶ୍ରୁତି ରଘୁନାଥନଙ୍କୁ ବିବାହ କରିଛନ୍ତି ଆୟର । ଗତବର୍ଷ ଶ୍ରୁତିଙ୍କ ସହିତ ନିର୍ବନ୍ଧ କରିଥିଲେ ।
ଆଜି ସକାଳେ ପରିବାରବର୍ଗ ଓ ପ୍ରିୟଜନଙ୍କ ଉପସ୍ଥିତିରେ ବିବାହ କରିଛନ୍ତି ଭେଙ୍କଟେଶ ଓ ଶ୍ରୁତି । ଉଭୟ ବିବାହ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ତେବେ ଆଇପିଏଲ୍ ୨୦୨୪ରେ କେକେଆର ୱିନର ହେବାରେ ଆୟରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ଫାଇନାଲ ମ୍ୟାଚରେ ଅପରାଜିତ ରହି ୨୬ ବଲରେ ୫୨ ରନ୍ କରିଥିଲେ । ୧୪ ଟି ମ୍ୟାଚରେ ଆୟର ୧୫୮.୮୦ ଷ୍ଟ୍ରାଇକ୍ ରେଟ୍ ସହ ୩୭୦ ରନ୍ କରିଥିଲେ ।
୨୦୨୨ରେ ଭେଙ୍କଟେଶ ଅୟର ନିଜର ଶେଷ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିଛନ୍ତି । ଏହାପରେ ଭାରତୀୟ ଟିମରେ ସ୍ଥାନ ମିଳିନାହିଁ । ଆୟର ୨ ଟି ଦିନିକିଆ ଏବଂ ୯ଟି ଟି୨୦ ମ୍ୟାଚ ଖେଳିଛନ୍ତି । ଦିନିକିଆରେ ୨୪ ରନ୍ କରିଥିବା ବେଳେ ଟି୨୦ରେ ୧୩୩ ରନ୍ କରିଛନ୍ତି । ତାଙ୍କ ନାମରେ ୫ଟି ଓ୍ଵିକେଟ ରହିଛି । ଆଇପିଏଲରେ ୨୦୨୧ରେ ଡେବ୍ୟୁ କରିଥିଲେ ଭେଙ୍କଟେଶ । ତେବେ ଏପର୍ଯ୍ୟନ୍ତ ୫୦ଟି ମ୍ୟାଚ ଖେଳି ୧୩୨୬ ରନ୍ କରିଛନ୍ତି ଭେଙ୍କଟେଶ ।
ଦିଲୀପ ଟ୍ରଫିରେ ସେଣ୍ଟ୍ରାଲ ଜୋନରୁ ଖେଳୁଥିବା ଆୟରଙ୍କ ବେକରେ ବଲ୍ ବାଜିବା ଯୋଗୁଁ ପଡିଆ ମଝିରେ ଗୁରୁତର ଆହତ ହୋଇଥିଲେ। ଆହତ ହେବା ସଙ୍ଗେ ସଙ୍ଗେ ତାଙ୍କ ଆମ୍ବୁଲାନ୍ସ ଯୋଗେ ହସପିଟାଲ ନିଆଯାଇଥିଲା । ଦିଲୀପ ଟ୍ରଫି ଖେଳୁଥିବା ସମୟରେ ୱେଷ୍ଟ ଜୋନର ଖେଳାଳି ଚିନ୍ତନ ଗାଜାଙ୍କ ବଲରେ ଆହତ ହୋଇଥିଲେ । ବଲ୍ ତାଙ୍କ ବେକରେ ବାଜିବାମାତ୍ରେ ପଡିଆ ମଝିରେ ପଡିଯାଇଥିଲେ ଭେଙ୍କଟେଶ । ଏହି ମ୍ୟାଚ୍ ୱେଷ୍ଟ ଜୋନ ଏବଂ ସେଣ୍ଟ୍ରାଲ ଜୋନ ମଧ୍ୟରେ କୋୟମ୍ବାଟୁରର ଏସଏନଆର କଲେଜ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିଲା ।