ଅସୁନ୍ଦର ବୋଲି ୫ ମିନିଟରେ ଝିଅଟିକୁ ଛାଡିଦେଲି : ଭାଇରାଲ୍ ହେଉଛି ବିରାଟଙ୍କ ବିବାଦୀୟ ଭିଡିଓ

ବିବାଦରେ ବିରାଟ କୋହଲି । ଭାରତୀୟ କ୍ରିକେଟର୍ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍ ରାହୁଲଙ୍କ ପରେ କୋହଲିଙ୍କ ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଏକ ଛୋଟ ସାକ୍ଷାତକାରରେ ନିଜ ବ୍ଲାଇଣ୍ଡ ଡେଟ୍ ବିଷୟରେ କହିଛନ୍ତି କୋହଲି । ପ୍ରାୟ ୯ ବର୍ଷ ତଳର ଏହି ଭିଡିଓ ଏବେ ଚର୍ଚ୍ଚିତ ହୋଇପଡିଛି ।

କୋହଲିଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତି ଜଣେ ମହିଳା ରିପୋର୍ଟର। ଆଉ ପ୍ରଶ୍ନ ମଧ୍ୟରେ ଗୋଟିଏ ପ୍ରଶ୍ନ ଥିଲା ଯେ , କଣ ଆପଣ କେବେ ବ୍ଲାଇଣ୍ଡ ଡେଟରେ ଯାଇଛନ୍ତି ? ଏହାର ଉତ୍ତରରେ କୋହଲି କହିଛନ୍ତି ହଁ ମୁଁ ବ୍ଲାଇଣ୍ଡ ଡେଟରେ ଯାଇଛି । କିନ୍ତୁ ଏହି ଡେଟ୍ କେବଳ ୫ ମିନିଟର ଥିଲା । ଯାହାର କାରଣ ପଚାରିବାରୁ କୋହଲି କହିଥିଲେ ଝିଅଟି ବହୁତ ଅସୁନ୍ଦର ଥିଲା । ମତେ କ୍ଷମା କରିବ, କିନ୍ତୁ ସେ ବିଲକୁଲ୍ ଭଲ ନଥିଲା ଆଉ ସେଥିପାଇଁ ମୁଁ ସେଠାରୁ ପଳାଇଆସିଲି । କୋହଲିଙ୍କ ଏହି ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଦେଖନ୍ତୁ ଭିଡିଓ : 

ସୂଚନାଯୋଗ୍ୟ, ଟିଭି ଚାର୍ଟ ସୋ ‘କଫି ଓ୍ଵିଥ କରଣ’ରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ଅତିଥି ହୋଇଥିଲେ । ହୋଷ୍ଟ ଥିଲେ କରଣ ଜୋହର । ଯେଉଁଠି ହାର୍ଦ୍ଦିକ ଯୁବତୀଙ୍କ ସହ ତାଙ୍କ ଆଫେୟାର୍ସ ଉପରେ ଖୋଲା ମତ ରଖିଥିଲେ । ଏପରିକି ତାଙ୍କ ବାପା ମାଆଙ୍କ ସହ ରିଲେସନସିପକୁ ସେୟାର କରନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ସେହିପରି ରାପିଡ ଫାୟାର ରାଉଣ୍ଡରେ ଦୁହେଁ ସଚିନଙ୍କଠାରୁ କୋହଲି ଭଲ ବୋଲି କହିଥିଲେ । ଯାହାକୁ ନେଇ ଫ୍ୟାନଙ୍କ ଟାର୍ଗେଟକୁ ଆସିଥିଲେ ପାଣ୍ଡ୍ୟା ଓ ଲୋକେଶ ରାହୁଲ ।

ତେବେ କଫି ଓ୍ଵିଥ୍‌ କରଣରେ ମହିଳା ବିରୋଧୀ ଅଶ୍ଳିଳ ମନ୍ତବ୍ୟ ମହଙ୍ଗା ପଡ଼ିଛି ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କୁ। କାର‌୍ୟ୍ୟାନୁଷ୍ଠାନ ନେଇଛି ବିସିସିଆଇ। ଦଳରୁ ସସପେଣ୍ଡ ହୋଇଛନ୍ତି। ଅଷ୍ଟ୍ରେଲିଆ ଗସ୍ତରୁ ଅଧାରୁ ସ୍ୱଦେଶ ଫେରିଛନ୍ତି। ଆଗାମୀ ନ୍ୟୁଜିଲାଣ୍ଡ ଗସ୍ତରୁ ବି ଏମାନେ ବାଦ ପଡ଼ି ପାରନ୍ତି। ରାହୁଲ ଓ ପାଣ୍ଡ୍ୟାଙ୍କୁ ସସପେଣ୍ଡ କରି ବିସିସିଆଇ ଏହି ବାର୍ତ୍ତା ଦେଇଛି ଯେ, ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ତେବେ କେତୋଟି ମ୍ୟାଚରୁ ନିଲମ୍ବନ କରାଯାଇଛି, ସେନେଇ ସ୍ପଷ୍ଟ କରାଯାଇ ନାହିଁ। ଆଗକୁ ଆଇପିଏଲ୍‌ ସିଜିନ୍‌। ୨୩ ତାରିଖରୁ ଆରମ୍ଭ ହେବ ଫଟାଫଟ କ୍ରିକେଟ । ଏବେ ଚର୍ଚ୍ଚା ହେଉଛି, ପାଣ୍ଡ୍ୟା ଓ ଲୋକଶ ରାହାଲଙ୍କୁ ଫ୍ରାଞ୍ଚାଇଜି ଟିମ୍‌ ବି କଟକଣା ଲଗାଇ ପାରନ୍ତି। ହାର୍ଦ୍ଦିକ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ପାଇଁ ରିଟେନ୍‌ ହୋଇଥିବା ବେଳେ କିଙ୍ଗସ୍‌ ଇଲେଭନ୍‌ ପଞ୍ଜାବ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ଲୋକେଶ ରାହୁଲ। ସୋସିଆଲ୍‌ ମିଡିଆରେ ବି ତାଙ୍କ ବିରୋଧରେ କଟକଣା ଲଗାଯାଉ ବୋଲି ଫ୍ୟାନ୍‌ ଦାବି କରୁଛନ୍ତି।

 ବିବାଦ ଭିତରେ ନିଆଁରେ ଘିଅ ଢ଼ାଳିଛି ହରଭଜନ ସିଂହଙ୍କ ଟ୍ଵିଟ୍‌ :

harବିବାଦ ଭିତରେ ହରଭଜନ ସିଂହଙ୍କ ଟ୍ଵିଟ୍‌ ନିଆଁରେ ଘିଅ ଢ଼ାଳିଛି। ହରଭଜନ କହିଛନ୍ତି, ଯଦି ଟିମ୍‌ ବସରେ ନିଜ ଝିଅ କିମ୍ବା ସ୍ତ୍ରୀଙ୍କ ସହ ଯାଉଥିବେ, ସେହି ବସରେ ପାଣ୍ଡ୍ୟା ଓ ରାହୁଲ ଯାଉଥିଲେ, ସେ ଯିବେ ନାହିଁ। ସାଙ୍ଗମାନଙ୍କ ସହ ଯେଉଁ କଥା ସେୟାର କରି ହୁଏ ନାହିଁ, ସେମିତି କଥା କେମିତି ସାର୍ବଜନୀନ ସ୍ତରରେ ଟିଭି ସୋରେ କହିଲେ ? ବିସିସିଆଇ ବ୍ୟାନ୍‌ ଲଗାଇ ଭଲ କାମ କରିଛି ବୋଲି କହିଛନ୍ତି ହରଭଜନ ସିଂହ । ପାଣ୍ଡ୍ୟା ଓ ରାହୁଲଙ୍କ ସ୍ଥାନରେ ଶୁଭମନ ଗିଲ୍‌ ଓ ବିଜୟ ଶଙ୍କରଙ୍କୁ ସାମିଲ କରାଯାଇଛି।