ଖୁବ ଭାଇରାଲ ହେଉଛି ଋଷଭ ପନ୍ତଙ୍କ ଏହି ଭିଡିଓ, କାହିଁକି ଦେଖନ୍ତୁ

ଭାରତୀୟ କ୍ରିକେଟ ଟିମର ଜଣେ ସୁପରଷ୍ଟାର ଭାବେ ଋଷଭ ପନ୍ତଙ୍କୁ ଜଣାଯାଏ । ତାଙ୍କୁ ଫିଲ୍ଡରେ ଖେଳୁଥିବାର ଯିଏ ଦେଖିଛି ସେ ତାଙ୍କ ଅଦ୍ଭୁତ ଷ୍ଟାଇଲକୁ ଅନୁଭବ କରିଛି । ଛକା ମାରିବା ଠାରୁ ଆରମ୍ଭ କରି କ୍ୟାଚ ଧରିବା ପର୍ଯ୍ୟନ୍ତ ସବୁଥିରେ ଋଷଭଙ୍କର ଏକ ଭିନ୍ନ ଅନ୍ଦାଜ ରହିଛି । ମ୍ୟାଚ ଜିତିବା ପାଇଁ ନିଜ ସମସ୍ତ ଶ୍ରମ ଲଗାଇ ଦିଅନ୍ତୁ ଋଷଭ । ଭିନ୍ନ ଭିନ୍ନ ସମୟରେ ଋଷଭଙ୍କୁ ନେଇ ଅନେକ ଖବର ମାନ ଉଠୁଥିବା ବେଳେ ଏବେ ସୋସିଆଲ ମିଡିଆରେ ଏହି ୨୪ ବର୍ଷୀୟ ଖେଳାଳିଙ୍କ ଏକ ଭିଡିଓ ଖୁବ ଭାଇରଲ ହେଉଛି । ଏଥିରେ ଋଷଭ ତାଙ୍କ ଫ୍ୟାନ୍ସ ମାନଙ୍କୁ ସପୋର୍ଟ କରୁଥିବା ନେଇ କହୁଥିବା ନଜର ଆସିଛନ୍ତି । ଭିଡିଓରେ ପନ୍ତ କହୁଛନ୍ତି- ” ହ୍ୟାଲୋ ଦସ୍ତୋ, ମୁଁ ଋଷଭ ପନ୍ତ କହୁଛି । ଭାରତର ୧୯ ବର୍ଷରୁ କମ ଟିମର ଓ ଦିଲ୍ଲୀ ଡେୟାର ଡେଭିଲ୍ସ ପ୍ଲେୟର । ମୋର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡଲ @RishabPant777 ଓ ଇନ୍ସଟା ଆକାଉଣ୍ଟ @RishabPant । ଆପଣ ସମସ୍ତଙ୍କ ସହ ବାର୍ତ୍ତାଳାପ କରିବାକୁ ଉତ୍ସୁକ ଅଛି । କୃପା କରି ମୋତେ ସପୋର୍ଟ କରନ୍ତୁ ।

ଧନ୍ୟବାଦ ! ଋଷଭଙ୍କ ଏହି ସ୍ଟାଟସରେ କୋଟି କୋଟି ୟୁଜର ନିଜ ପ୍ରତିକ୍ରିୟା ବି ଦେଇଛନ୍ତି । କିଛି ଜଣ ଏମିତି ବି ଲେଖିଛନ୍ତିକି- ଏକଥା କାହାକୁ କହିବା ଦରକାର ନାହିଁ । ପୁରା ଦୁନିଆ ଏକଥା ଜାଣିଛନ୍ତି । ଯେବେକି ଆଉ ଜଣେ ଲେଖିଛନ୍ତି- ସମୟ ସବୁବେଳେ ବଦଳିଥାଏ । ଆଉ ଏହା ଶହେ ପ୍ରତିଶତ ସତ ବି । ଋଷଭଙ୍କ ସମୟରେ ନିଶ୍ଚିତ ରୂପେ ପରିବର୍ତ୍ତନ ଆସିଛି । ଦିନେ ଲୋକ ମାନଙ୍କୁ ଫଲୋ କରିବା ପାଇଁ ଅନୁରୋଧ କରୁଥିବା ଋଷଭଙ୍କର ଆଜି ଇନ୍ଷ୍ଟଗ୍ରାମରେ ୫.୪ ମିଲିୟନ ଓ ଟ୍ୱିଟରରେ ୨.୭ ମିଲିୟନ ଫଲୋଅର୍ଶ ଅଛନ୍ତି । ଭିଡିଓଟିକୁ ଇନ୍ଷ୍ଟଗ୍ରାମ ପେଜରେ ସେୟାର କରାଯିବା ସହ କ୍ୟାପ୍ସନରେ ଲେଖାଯାଇଛିକି- ୨୦୧୬ ରେ ଋଷଭ ପନ୍ତ । ଆପଣ ଏହି ବ୍ୟକ୍ତିଙ୍କୁ କେବେ ବି ଘୃଣା କରିପାରିବେ ନାହିଁ । କହିରଖିବା ଉଚିତ ହେବକି କ୍ଲିପ ଟିକୁ ଖବର ଆକାରରେ ଲେଖାଯିବା ପର୍ଯ୍ୟନ୍ତ ୬ ଲକ୍ଷରୁ ଅଧିକ ଜଣ ଦେଖିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.