ରେସଲିଂକୁ ଭିନେଶ ଫୋଗଟଙ୍କ ଗୁଡ୍ ବାୟ, ପ୍ୟାରିସ୍ ଅଲିମ୍ପିକ୍ସ ଝଟକା ପରେ ଘୋଷଣା କଲେ ଅବସର

ପ୍ୟାରିସ୍ ଅଲିମ୍ପିକ୍ସ ଝଟକା ପରେ ରେସଲିଂକୁ ଗୁଡବାଏ କଲେ ଭିନେଶ ଫୋଗଟ୍ । ଆଜି ରେସଲିଂରୁ ଅବସର ଘୋଷଣା କରିଛନ୍ତି । ୨୩ ବର୍ଷର କୁସ୍ତି କ୍ୟାରିୟରକୁ ବାଏ ବାଏ କହିଛନ୍ତି । ସାମାଜିକ ଗଣମାଧ୍ୟମରେ ନିଜର ଅବସର ନେଇ ସୂଚନା ଦେଇଛନ୍ତି । ମାଙ୍କୁ ସମ୍ବୋଧନ କରି କହିଛନ୍ତି, କୁସ୍ତି ମୋତେ ଜିତିଗଲା । ମୁଁ ହାରିଗଲି । ମୋତେ କ୍ଷମା କରନ୍ତୁ । ଆପଣଙ୍କ ସ୍ବପ୍ନ ଓ ମୋର ସାହସ ଭାଙ୍ଗି ଯାଇଛି । ଆଉ ମୋ ପାଖରେ ଶକ୍ତି ନାହିଁ । ଗୁଡବାୟ ରେସଲିଂ ।
ଗତକାଲି ଫାଇନାଲ ଲଢ଼େଇ ପୂର୍ବରୁ ଭିନେଶ ଫୋଗଟଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ସେ ୫୦ କେଜି ବର୍ଗରେ ଖେଳୁଥିଲେ । ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ପାଇଁ ତାଙ୍କୁ ଡିସକ୍ବାଲିଫାଏ ଘୋଷଣା କରାଯାଇଥିଲା । ସେ ପ୍ରଥମ ଭାରତୀୟ କୁସ୍ତିଯୋଦ୍ଧା ଯେ ଅଲିମ୍ପିକ୍ସରେ ଫାଇନାଲକୁ ଉନ୍ନିତ ହୋଇଥିଲେ । ତାଙ୍କୁ ଅଯୋଗ୍ୟ ଘୋଷଣା ସାରା ଦେଶକୁ ମର୍ମାହତ କରିଦେଇଛି । ତେବେ ସିଲଭର ମେଡାଲ ପାଇଁ ସେ କୋର୍ଟ ଅଫ ଆରବିଟ୍ରେସନ ଫର ସ୍ପୋର୍ଟସରେ ଆବେଦନ କରିଛନ୍ତି । କ୍ରୀଡ଼ା କ୍ଷେତ୍ରରେ କୋର୍ଟ ଅଫ ଆରବିଟ୍ରେସନ ଫର୍ ସ୍ପୋର୍ଟସ୍ ବା CAS ନିଷ୍ପତ୍ତି ଚୂଡ଼ାନ୍ତ ହୋଇଥାଏ । ତାଙ୍କୁ ସିଲଭର ମେଡାଲ ଦିଆଯାଉ ବୋଲି ଏହି କୋର୍ଟରେ ଭିନେଶ ଆବେଦନ କରିଛନ୍ତି। ଆଜି ଆସିପାରେ CAS ରାୟ ।