ଜାକର୍ତ୍ତା ଏସୀୟ କ୍ରୀଡ଼ା : ଭାରତୀୟ ମହିଳାଙ୍କ ପାଇଁ ପ୍ରଥମ ସ୍ବର୍ଣ୍ଣ ଜିତିଲେ ବିନେଶ

ନୂଆଦିଲ୍ଲୀ : ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଗୋଟିଏ ସ୍ବର୍ଣ୍ଣ ପଦକ ମିଳିଛି । ପୁଣି ସେହି କୁସ୍ତିରୁ ମିଳିଛି ସଫଳତା । ତେବେ ଚଳିତ କ୍ରୀଡ଼ାରେ ଭାରତୀୟ ମହିଳାଙ୍କ ପାଇଁ ଏହି ସ୍ବର୍ଣ୍ଣ ପଦକ ଜିତିଛନ୍ତି ବିନେଶ ଫୋଗଟ । ବିନେଶ ୫୦ କିଲୋଗ୍ରାମ ଫ୍ରିଷ୍ଟାଇଲ୍ ମହିଳା କୁସ୍ତି ଫାଇନାଲରେ ଜାପାନର ୟୁକି ଆଇରିଙ୍କୁ ଅତି ସହଜରେ ପରାସ୍ତ କରିଥିଲେ ।