ବିନୋଦ କାମ୍ବଲିଙ୍କ ଏ କି ଅବସ୍ଥା ! ଠିକ୍‌ ଭାବେ ଠିଆ ହୋଇପାରୁନାହାନ୍ତି ରନ ମେସିନ୍‌

ଭାରତୀୟ ଟିମର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ଭିଡିଓ ସମସ୍ତଙ୍କୁ ଚକିତ କରିଛି । ଯେଉଁଥିରେ ବିନୋଦ କାମ୍ବଲି ଠିକ୍‌ ଭାବେ ଠିଆ ହୋଇପାରୁନଥିବା ଦେଖିବାକୁ ମିଳିଛି । ମଇଦାନରେ ରନ ନେଇ ଥକୁନଥିବା ଖେଳାଳି ଆଜି ଠିକେ ଭାବେ ଚାଲିପାରୁନାହାନ୍ତି । ଭିଡିଓକୁ ନେଇ ୟୁଜର୍ସ ବିଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି ।

ଭାଇରଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି କି, ବିନୋଦ କାମ୍ବଲି ଏକ ବାଇକ ପାଖରେ ଠିଆ ହୋଇଥିବା ବେଳେ କିଛି ସେକେଣ୍ଡ ପାଇଁ ମଧ୍ୟ ଠିଆ ହୋଇପାରୁନାହାନ୍ତି । ନିଜ ପାଦରେ ଠିଆ ହୋଇ ମଧ୍ୟ ପାରୁନାହାନ୍ତି । ସେଠାରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ସାହାରା ଦେଉଛନ୍ତି । କିଛି ଅନ୍ୟ ଲୋକଙ୍କ ସାହାରା ନେଇ ଚାଲୁଛନ୍ତି ।

ବିନୋଦ କାମ୍ବଲିଙ୍କ ଭିଡିଓରେ ଅନେକ କମେଣ୍ଟ ଦେଉଛନ୍ତି ୟୁଜର୍ସ । କିଛି ଲୋକ ଲେଖିଛନ୍ତି କି, ବିନୋଦ କାମ୍ବଲି ମଦ ନିଶାରେ ରହିଛନ୍ତି ଆଉ ନିଶା ଯୋଗୁଁ ଚାଲିପାରୁନାହାନ୍ତି । କିଛି ଲୋକ କହୁଛନ୍ତି କି, ରୋଗ ଯୋଗୁଁ ସେ ଚାଲିପାରୁନାହାନ୍ତି । ଜଣେ ଲେଖିଛନ୍ତି କି, ବିନୋଦ କାମ୍ବଲିଙ୍କୁ ଦେଖି ସେ ନିଶାରେ ଥିବା ଲାଗୁନାହିଁ । ତେବେ ଏହାର ପ୍ରକୃତ କାରଣ କ’ଣ ତାହା ଜଣାପଡିନାହିଁ ।

ସୂଚନାଯୋଗ୍ୟ, ବିନୋଦ କାମ୍ବଲି ଗତବର୍ଷରୁ ବିଭିନ୍ନ ପ୍ରକାର ରୋଗରେ ପୀଡିତ ରହିଛନ୍ତି । କିଛି ବର୍ଷ ପୂର୍ବେ ହାର୍ଟ ଆଟାକ ଆସିଥିଲା । ମୁମ୍ବାଇ ପୋଲିସର ଜଣେ କନଷ୍ଟେବଳ ତାଙ୍କୁ ହସପିଟାଲରେ ନେଇ ଜୀବନ ବଞ୍ଚାଇଥିଲେ । ତେବେ କାମ୍ବଲିଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନାହିଁ । ତେଣୁ ନିକଟରେ ସଚିନ ତେନ୍ଦୁଲକର ତାଙ୍କୁ ଏକ ଏକାଡେମୀର କୋଚ ଭାବେ ନିଯୁକ୍ତ କରିଥିଲେ । ମୁମ୍ବାଇ ଟି୨୦ ଲିଗର ମଧ୍ୟ କୋଚ ହୋଇଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଖରାପ ଯୋଗୁଁ କୋଚ୍‌ ପଦ ଛାଡିଥିଲେ ।

ବିନୋଦ କାମ୍ବଲି ଭାରତ ପାଇଁ ୧୦୪ଟି ଦିନିକିଆ ଏବଂ ୧୭ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଦିନିକିଆ କ୍ରିକେଟରେ ୨ ଶତକ ଏବଂ ୧୪ ଅର୍ଦ୍ଧଶତକ କରିଥିବା ବେଳେ ୨୪୭୭ ରନ୍‌ କରିଛନ୍ତି । ବିନୋଦ କାମ୍ବାଲି ଟେଷ୍ଟ କ୍ରିକେଟରେ ୪ଟି ଶତକ ୧୦୮୪ ରନ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like