Categories: କ୍ରୀଡା

କୋହଲିଙ୍କ ଏହି ୩ ଐତିହାସିକ ନିଷ୍ପତ୍ତି, ଯାହା ପାକିସ୍ତାନକୁ ଚଟାଇଦେଲା ଧୂଳି

ଆଗକୁ ମାଡିଚାଲିଛି ବିଶ୍ବକପରେ ବିରାଟ ବାହିନୀର ବିଜୟ ରଥ । ପ୍ରଥମେ ଦକ୍ଷିଣ ଆଫ୍ରିକା, ତା ପରେ ଅଷ୍ଟ୍ରେଲିଆ ଆଉ କାଲି ପାକିସ୍ତାନକୁ ଶିକାର କରିଥିଲା ଟିମ୍ ଇଣ୍ଡିଆ । ଲଗାତାର ସପ୍ତମ ଥର ସମ୍ରାଟ ହୋଇଛି ଭାରତ । ବିଶ୍ବକପରେ ଭାରତ ବିପକ୍ଷରେ ଲଗାତାର ସପ୍ତମ ଥର ପରାଜୟ ଗ୍ରହଣ କରିଛି ପାକ୍ । ଟିମ୍ ଇଣ୍ଡିଆର ବିସ୍ଫୋରକ ବ୍ୟାଟିଂ ଆଉ ଘାତକ ବୋଲିଂ ସାମ୍ନାରେ ଆଣ୍ଠେଇ ପଡିଲା ଟିମ୍ ପାକିସ୍ତାନ । ଆଉ ୮୯ ରନରେ ବିଜୟ ମୁକୁଟ ପିନ୍ଧିଲା ବିରାଟ ବ୍ରିଗେଡ୍ । ତେବେ ଏହି ମ୍ୟାଚରେ କ୍ୟାପଟେନ୍ କୋହଲିଙ୍କର ଚାରିଟି ଐତିହାସିକ ନିଷ୍ପତ୍ତି ସମସ୍ତଙ୍କୁ ପ୍ରଥମେ ଆଶ୍ଚର୍ଯ୍ୟ କରିଥିଲା । କିନ୍ତୁ ପରେ ସଠିକ୍ ସାବ୍ୟସ୍ତ ହୋଇଥିଲା । ଆସନ୍ତୁ ନଜର ପକାଇବା କୋହଲିଙ୍କ ସେହି ବିରାଟ ନିଷ୍ପତ୍ତି ଉପରେ ।

ବର୍ଷା ଏବଂ ପବନ ପରେ କୁହାଯାଉଥିଲା ଏହି ପିଚ୍ ଏବଂ ପାଗ ଦ୍ରୁତତମ ବୋଲରଙ୍କୁ ସହାୟକ ହେବ । ସେଥିପାଇଁ କୁଲଦୀପଙ୍କ ସ୍ଥାନରେ ମହମ୍ମଦ ସାମୀଙ୍କୁ ଖେଳାଇବା ପାଇଁ ବିରାଟଙ୍କୁ କୁହାଯାଇଥିଲା । କିନ୍ତୁ ବିରାଟ ଏଥିରେ ରାଜି ନହୋଇ କୁଲଦୀପଙ୍କ ଉପରେ ହିଁ ବାଜି ଲଗାଇଥିଲେ । ଯାହା ପରେ ସଠିକ୍ ସାବ୍ୟସ୍ତ ହୋଇଥିଲା । ଜବରଦସ୍ତ ବୋଲିଂ କରି ୯ ଓଭରରେ ୧ ଓଭର ମେଡେନ୍ ସହ ୩୨ ରନ୍ ଦେଇ ଦୁଇଟି ବଡ଼ ୱିକେଟ୍ ନେଇଥିଲେ କୁଲଦୀପ । କୁଲଦୀପ ପ୍ରଥମେ ବାବରଙ୍କୁ ବୋଲ୍ଡ କଲେ ଏବଂ ପରେ ଫକରଙ୍କୁ କ୍ୟାଚ୍ କରାଇଥିଲେ ।

ଆହତ ହୋଇ ବୋଲର୍ ଭୁବନେଶ୍ବର କୁମାର ମ୍ୟାଚରୁ ବାହାରିଯିବା ପରେ ସୀମିତ ବୋଲରଙ୍କ ସହ ସଠିକ୍ ତରିକାରେ ଖେଳିବା କୋହଲିଙ୍କ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ଥିଲା । ଆଉ କ୍ୟାପଟେନ୍ କୋହଲି ଏହି ଚ୍ୟାଲେଞ୍ଜକୁ ସ୍ବୀକାର କରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ବିଜୟଙ୍କ ବ୍ୟବହାର ସଠିକ୍ ସମୟରେ କରି ସଫଳତା ପାଇଥିଲେ ।

ସେହିପରି ସଲାମୀ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ଆହତ ହେବା ପରେ ତାଙ୍କ ସ୍ଥାନରେ କାହାକୁ ଚୟନ କରିବା କୋହଲିଙ୍କ ପାଇଁ ଥିଲା ଏକ ବଡ଼ ଚ୍ୟାଲେଞ୍ଜ । ସମସ୍ତେ ଧୱନଙ୍କ ସ୍ଥାନରେ ଓପନିଙ୍ଗ୍ ପାଇଁ ରାହୁଲ୍ ଏବଂ ଚତୁର୍ଥ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଖେଳାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ କାର୍ତ୍ତିକଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ଖେଳାଇବାର ବଡ଼ ନିଷ୍ପତ୍ତି ନେଇଥିଲେ କୋହଲି । ପରେ ବିଜୟ ବ୍ୟାଟିଂ କରି ୧୫ ରନ୍, ବୋଲିଂ କରି ୨ ୱିକେଟ୍ ଏବଂ ଫିଲ୍ଡିଂରେ ଗୋଟିଏ କ୍ୟାଚ୍ ଧରି ୩ ଡି ପ୍ରଦର୍ଶନ କରିବା ସହ ବିରାଟ ନିଷ୍ପତ୍ତି ମୋହର ଲଗାଇଥିଲେ ।

KNews Bureau

Recent Posts

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

3 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

12 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

12 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

30 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

30 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

34 mins ago