ବିରାଟଙ୍କ ପିଛା ଛାଡ଼ୁନି ନମ୍ବର “୭୧”, ଜାଣନ୍ତୁ କଣ ରହିଛି ରାଜ୍

୨ ନିଜ ଦମଦାର ବ୍ୟାଟିଙ୍ଗରେ ବିରାଟ ଭାରତ କାହିଁକି ପୃଥିବୀ କୋଣ ଅନୁକୋଣର କ୍ରିକେଟ ପ୍ରେମୀ ମାନଙ୍କୁ ନିଜ ଫ୍ୟାନ ବନାଇଛନ୍ତି । ଆଉ ଏହି କାରଣରୁ ହିଁ ହୁଏତ ବିଶ୍ୱ ତାଙ୍କ ୭୧ ତମ ଶତକକୁ ଚାତକ ପରି ଚାହିଁ ରହିଛି । ଶ୍ରୀଲଙ୍କା ବିପକ୍ଷ ସିରିଜରେ ମୋହାଲି ଠାରେ ନିଜ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି ବିରାଟ । ଜାଣନ୍ତିକି ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ବିରାଟ ସଂଖ୍ୟା ୭୧ ସହ ଯେମିତି ଛନ୍ଦି ହୋଇପଡିଛନ୍ତି । ସଂଖ୍ୟା ୭୧ ଯେମିତି ତାଙ୍କ ପିଛା ଛାଡୁନାହିଁ । ତେବେ ଆସନ୍ତୁ ଜାଣିବା କେମିତି । ପ୍ରକୃତରେ ବିରାଟ କୋହଲି ଗତ ଶତକ ପରେ ୭୧ଟି ମ୍ୟାଚ ଖେଳିସାରିଲେଣି ।

ଆଉ ସେ ଏବେ ୭୧ତମ ଶତକ ଅପେକ୍ଷାରେ ଅଛନ୍ତି । ଏହା ସହ ମୋହାଲି ଠାରେ ଶ୍ରୀଲଙ୍କା ବିପକ୍ଷରେ ଖେଳୁଥିବା ବିରାଟ ହେଉଛନ୍ତି ୭୧ ତମ ଖେଳାଳି ଯିଏ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ଟିକେ ବୁଲେଇ ବାଙ୍କେଇ ଯଦି କହିବା ୭୧ ନମ୍ବର ଫାଂଦରେ କୋହଲି ଏମିତି ଫସି ଅଛନ୍ତି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ “୭୧” ଯେମିତି ବିରାଟଙ୍କ ପାଇଁ ଅତ୍ୟନ୍ତ ଦୁର୍ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି ।

ଏହା ପୂର୍ବରୁ ୨୦୧୯ ମସିହା ନଭେମ୍ବର ୨୨ ତାରିଖରେ ବିରାଟ ଶତକ ହାସଲ କରିଥିଲେ । ଆଉ ଏହାକୁ ପ୍ରାୟ ଅଢେଇ ବର୍ଷ ବିତିଯାଇଥିବା ବେଳେ ତାଙ୍କ ୭୧ ତମ ଶତକକୁ ଲୋକେ ଚାହିଁ ରହିଛନ୍ତି । ଶୁକ୍ରବାର ବିରାଟ ଶ୍ରୀଲଙ୍କା ବିପକ୍ଷରେ ନିଜ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୭୧ ତମ ଥରରେ ମୈଦାନକୁ ବ୍ୟାଟିଙ୍ଗ ପାଇଁ ଓଲ୍ହାଇଛନ୍ତି | ଖୁବ ଧୈର୍ଯ୍ୟ ଓ ସଂଯମତାର ସହ ସେ ୪୫ ରନ ସ୍କୋର କରିଛନ୍ତି । ଆଉ ମଧ୍ୟ ବିଶ୍ୱରେ ବିରାଟ ହେଉଛନ୍ତି ୭୧ ତମ ଖେଳାଳି ଯିଏ ୧୦୦ ତମ ଟେଷ୍ଟ ମ୍ୟାଚ ଖେଳିବା ନେଇ ଉପଲବ୍ଧି ହାସଲ କରିଛନ୍ତି । ଆଉ ଏହି ମାମଲାରେ ସେ ହେଉଛନ୍ତି ୧୨ ତମ ଖେଳାଳି ।

ତାଙ୍କ ପୂର୍ବରୁ ଭାରତ ପକ୍ଷରୁ ସୁନୀଲ ଗାଭାସ୍କର, ଦିଲ୍ଲୀପ ବେଙ୍ଗସରକାର, କପିଳ ଦେବ, ସଚିନ ତେନ୍ଦୁଲକର, ଅନିଲ କୁମ୍ବଲେ, ରାହୁଲ ଦ୍ରାଭିଡ଼, ଭିଭିଏସ ଲଖମଣ, ବୀରେନ୍ଦ୍ର ସେହୱାଗ, ସୌରଭ ଗାଙ୍ଗୁଲି, ହରଭଜନ ସିଂ ଓ ଇଶାନ୍ତ ଶର୍ମା ମଧ୍ୟ ୧୦୦ ଟେଷ୍ଟ ମ୍ୟାଚ ଖେଳିବାର ଉପଲବ୍ଧି ହାସଲ କରିଛନ୍ତି । ଅନ୍ୟ ପକ୍ଷରେ ବିରାଟଙ୍କ ୭୧ ତମ ଶତକ ଘୁଂଚି ଘୁଂଚି ଯାଉଥିବାରୁ ଫ୍ୟାନ୍ସ ମାନେ ହତାଶ ହୋଇପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.