ଆଜି କିଙ୍ଗ୍‌ କୋହଲିଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କ ଶରୀରରେ ଥିବା ୯ଟି ଟାଟୁର ରହସ୍ୟ

ଦୁନିଆର ଉନ୍ନତ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କର ଆଜି ଜନ୍ମଦିନ। ନିଜର ଦୃଢ ସଂକଳ୍ପ ଏବଂ ଲକ୍ଷ୍ୟ ସାଧନାରେ କୋହଲି ସର୍ବଦା ଆଗରେ ରହିଥାନ୍ତି। କ୍ୟାରିୟର ସହ ସେ ନିଜର ଶରୀରରେ ବର୍ତ୍ତମାନ ୯ଟି ଟାଟୁ କରିସାରିଛନ୍ତି। କୋହଲି ଏହିସବୁ ଟାଟୁ ଖାସ୍‌ ଉଦେଶ୍ୟରେ କରିଛନ୍ତି। ବିରାଟ ଗତବର୍ଷ ‘ନ୍ୟାସନାଲ ଜୋଗ୍ରାଫିକ୍‌’ ଜ୍ୟାନେଲରେ ଏକ ଡକ୍ୟୁମେଣ୍ଟ୍ରିରେ ଏହାର ଖୁଲାସା କରିଥିଲେ। ଆଜିର ଜନ୍ମ ଦିନରେ କିଙ୍ଗ୍‌ କୋହଲି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ତେବେ କିଙ୍ଗ୍‌ କୋହଲିଙ୍କ ଜନ୍ମଦିନରେ ଜାଣନ୍ତୁ ସେ ଶରୀରର କେଉଁ କେଉଁ ସ୍ଥାନରେ ଟାଟୁ କରିଛନ୍ତି ଏବଂ ଏହାର କଣ ଉଦେଶ୍ୟ ରହିଛି।

ବିରାଟ ବାହୁର ପଛ ଭାଗର ଉପର ପଟେ ନିଜର ମାତା-ପିତାଙ୍କ ନାଁ ରେ ଟାଟୁ କରିଛନ୍ତି। ବିରାଟ ନିଜର ପିତାଙ୍କ ସ୍ୱପ୍ନକୁ ସତ କରିବା ପାଇଁ ସମସ୍ତ ଶକ୍ତି ଲଗାଇଥିଲେ। ଏଥିସହ ବିରାଟ ଭଗବାନ ଶିବଙ୍କ ଭକ୍ତ। ସେ ତାଙ୍କର ବାମପଟ ବାହୁରେ ଟାଟୁରେ କୌଳାସ ପର୍ବତ ଉପରେ ଧ୍ୟାନରେ ଲୀନ ଥିବା ଭଗବାନ ଶଙ୍କରଙ୍କ ଚିତ୍ର କରିଛନ୍ତି। ବାମ ପଟ ବାଜୁରେ ମଧ୍ୟ ଶାନ୍ତି ଏବଂ ଶକ୍ତିର ପ୍ରତୀକ ମୋନେଷ୍ଟ୍ରୀ (ମଠ)ର ଟାଟୁ ରହିଛି, ଯାହା କ୍ରିକେଟ ଫିଲ୍ଡରେ ତାଙ୍କୁ ଶକ୍ତି ଦେଇଥାଏ।

tatoos୨୦୦୮ରେ କୋହଲି ଓ୍ଵାନଡେ ଇଣ୍ଟାନ୍ୟାସନାଲରେ ଡେବ୍ୟୁ କରିଥିଲେ। ସେ ଭାରତ ପକ୍ଷରୁ ମଧ୍ୟ ଓ୍ଵାନ ଡେ ରେ ପଦାର୍ପଣ କରିଥିବା ୧୭୫ର ଖେଳାଳୀ ହୋଇଥିଲେ। ଏହିକାରଣରୁ ତାଙ୍କର ଓ୍ଵାନ ଡେ କ୍ୟାମ୍ପର ନମ୍ବର ୧୭୫। ତିନି ବର୍ଷ ପରେ ବିରାଟ ୨୦୧୧ରେ ଟେଷ୍ଟ କ୍ରିକେଟରେ ପାଦ ରଖିଥିଲେ ଏବଂ ୨୬୯ର ଖେଳାଳୀ ହୋଇଥିଲେ। ଯେଉଁଥିରେ ତାଙ୍କ କ୍ୟାମ୍ପର ନମ୍ବର ୨୬୯ ରହିଥିଲା। ଏହାବ୍ୟତୀତ ବିରାଟ ଟ୍ରାଇବଲ ଆର୍ଟ ମଧ୍ୟ କରିଛନ୍ତି। ଏହା ଜନଜାତୀୟ କଳା ଆକ୍ରାମକତାରେ ପ୍ରତିନିଧିତ୍ୱ କରିଥାଏ। ଭାରତୀୟ କ୍ୟାପଟେନଙ୍କର ଏହା ପ୍ରଥମ ଟାଟୁ।

ଏହାସହ ପଢନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍‌ର ଥ୍ରୋବ୍ୟାକ୍‌ ଭିଡିଓରେ ଡେଓ୍ଵନ ବ୍ରାଭୋଙ୍କ ସହ ଟେବୁଲ ଟେନିସ୍‌ ଖେଳିଲେ ଏମ୍‌ଏସ୍‌ ଧୋନି

ବିରାଟ ତାଙ୍କର ଡାହାଣ ବାଜୁରେ ବିଛାର ଟାଟୁ ମଧ୍ୟ କରିଛନ୍ତି। ବିରାଟ ନଭେମ୍ବର ମାସରେ ଜନ୍ମ ହୋଇଛନ୍ତି, ଯାହା ମାନ୍ୟତା ଅନୁଯାୟୀ ବିଛା ରାଶିର ମାସ ହୋଇଥିବାରୁ ବିରାଟ ଏହି ଟାଟୁ କରିଛନ୍ତି। ବାମ ପଟ ବାଜୁରେ ମଧ୍ୟ ବିରାଟ ଜାପାନୀ ସମୁରାଇ ଯୋଦ୍ଧା ଟାଟୁ କରିଛନ୍ତି। ବିରାଟ ଏହି ଟାଟୁ ନିଜର ଗୁଡ୍‌ ଲକ୍‌ ବୋଲି ମାନିଥାନ୍ତି। ବାମ ହାତର କାନ୍ଧରେ ମଧ୍ୟ ‘ବଡ ଆଖି’ର ଟାଟୁ କରିଛନ୍ତି, ଯାହା ଦେଖିବାକୁ ଶକ୍ତିର ପ୍ରତୀକ ଭଳି। ବିରାଟ ଓଁର ଟାଟୁ ମଧ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.