ବିରାଟ କୋହଲି ଦେଶର ବଡ ସ୍କୁଲରେ କରାଇଥିଲେ ଆଡମିଶନ, ଏବେ ପୂଜା ବିଷ୍ଣୋଇ କରିଦେଖାଇଛନ୍ତି କମାଲ

ଭାରତର ୱାଣ୍ଡର କିଡ୍ ଭାବରେ ଜଣାଶୁଣା ପୂଜା ବିଷ୍ଣୁ ମାତ୍ର ୫ ବର୍ଷ ବୟସରେ ସିକ୍ସ ପ୍ୟାକ୍ ଆବସ୍ ତିଆରି କରିଥିଲେ । ମାତ୍ର ୬ ବର୍ଷ ବୟସରେ, ସେ ୪୮ ମିନିଟରେ ୧୦ କିଲୋମିଟର ଦୌଡ଼ ଶେଷ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ବର୍ତ୍ତମାନ ୫ ମ ଶ୍ରେଣୀର ଛାତ୍ରୀ ପୂଜା ବିଷ୍ଣୋଇ। ସେ ନିଜ କାମ ପାଇଁ ଭାରତର ୱାଣ୍ଡର କିଡ୍ ଭାବରେ ଜଣାଶୁଣା। ଏବେ ମଧ୍ୟ ସେ ପୁଣି ଥରେ ଚମତ୍କାର କରିଛନ୍ତି। ଯାହା କରିବା ଏତେ ସହଜ ନୁହେଁ।

 puja
picture credit- news18 hindi

ସେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। କହିବାକୁ ଗଲେ କୋହଲିଙ୍କ ଫାଉଣ୍ଡେସନ ୧୧ ବର୍ଷର ପୂଜାଙ୍କ ସବୁ ଖର୍ଚ୍ଚ ବହନ କରୁଛି, ଅଲିମ୍ପିକ୍ସରେ ଦେଶ ପାଇଁ ପଦକ ପାଇବାକୁ ଥିବା ପୂଜଙ୍କ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରୁଛି ବିରାଟ କୋହଲିଙ୍କ ଫାଉଣ୍ଡେସନ। ବିରାଟଙ୍କ ସହାୟତାରେ ପୂଜାଙ୍କୁ ଦେଶର ଏକ ବଡ ବିଦ୍ୟାଳୟରେ ଆଡମିଶନ ମିଳିଥିଲା ଏବଂ ବର୍ତ୍ତମାନ ଏହି ଜୁନିଅର୍ ଖେଳାଳୀ ୫ ମ ଶ୍ରେଣୀରେ ଚମତ୍କାର କରିଛନ୍ତି।

ନିଜର ଖେଳ ପାଇଁ ଅଭ୍ୟାସ, ଶୁଟିଂ ହେତୁ ବ୍ୟସ୍ତବହୁଳ କାର୍ଯ୍ୟ ସମୟରେ ମଧ୍ୟ ପୂଜା ତାଙ୍କ ଅଧ୍ୟୟନକୁ ପ୍ରାଥମିକତା ରଖିଥିଲେ ଏବଂ ବର୍ତ୍ତମାନ ସେ କଷ୍ଟ କରି ପରୀକ୍ଷାରେ ୭୬.୧୭ ପ୍ରତିଶତ ମାର୍କ ରଖିଛନ୍ତି ପରୀକ୍ଷାରେ।

mark sheet
Picture credit- News18 hindi

ପୂଜାଙ୍କ ଉତ୍ସାହ ଦେଖି କୋହଲିଙ୍କ ଫାଉଣ୍ଡେସନ ତାଙ୍କୁ ଯୋଧପୁରରେ ଏକ ଫ୍ଲାଟ ମଧ୍ୟ ଦେଇଛି। କେବଳ ଏତିକି ନୁହେଁ, ଗତ ବର୍ଷ ଏମଏସ ଧୋନି ତାଙ୍କୁ ମୁମ୍ବାଇକୁ ଡାକିଥିଲେ। ସେମାନଙ୍କର ସାକ୍ଷାତ ଶୁଟିଂ ବିଷୟରେ ଥିଲା। ପୂଜାଙ୍କ ଖେଳ ପାଇଁ ଥିବା ଉତ୍ସହକୁ ଦେଖି ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ପୂଜାଙ୍କୁ ପ୍ରଶଂସା କରିଛନ୍ତି ଓ ସେ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ। ପୂଜା ସକାଳେ ଅଭ୍ୟାସ କରନ୍ତି ଏବଂ ତା’ପରେ ବିଦ୍ୟାଳୟକୁ ଯାଆନ୍ତି। ସ୍କୁଲରୁ ଫେରିବା ପରେ ସେ ପୁଣି ଅଭ୍ୟାସ ଆରମ୍ଭ କରନ୍ତି । ଏତେ କାମ ଥାଇ ମଧ୍ୟ ସେ ପାଠ ପଢାରେ ଭଲ ମାର୍କ ଆଣିଛନ୍ତି। ତାଙ୍କୁ ବଡ଼ ସ୍କୁଲରେ ଆଡ଼ମିଶନ କରାଇଥିବାରୁ ସେ ବିରାଟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି। ପୂଜା ଜଣେ ଜୁନିଅର୍ ବଡି ବିଲ୍ଡର ଓ ସେ ଅଲିମ୍ପିକ ପାଇଁ ପ୍ରସ୍ତୁତ ହେଉଛନ୍ତି। ପୂଜାଙ୍କୁ ବଡ ସ୍କୁଲରେ ଆଡ଼ମିସନ ଦେବା ସମୟରେ ସେ ପାଠ ପଢା ପ୍ରତି ମନ ଦେବେ ଓ ଭଲ ମାର୍କ ରଖିବେ ବୋଲି ବିରାଟକୁ କହିଥିଲେ ଯାହା ସେ କରି ଦେଖାଇଛନ୍ତି । ଅନ୍ୟାନ୍ୟ ଖେଳାଳି ମଧ୍ୟ ପୂଜାଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.