ଆଉ ଏକ ଇତିହାସ ବିରାଟ କୋହଲିଙ୍କ ନାଁରେ

ମୁମ୍ବାଇ : ପୁଣି ଏକ ଇତିହାସ ରଚନା କରିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି । ୨୦୧୮ ବର୍ଷ ପାଇଁ ଜିତିଛନ୍ତି ଆଇସିସିର ତିନି ତିନିଟି ପୁରସ୍କାର । କ୍ରିକେଟ୍‌ ଇତିହାସରେ ପ୍ରଥମ ଖେଳାଳି ଭାବେ ସେ ଜିତିଛନ୍ତି ବର୍ଷ ଶ୍ରେଷ୍ଠ ଖେଳାଳି ପୁରସ୍କାର ଆଇସିସି କ୍ରିକେଟର ଅଫ୍‌ ଦି ଇୟର ସାର ଗ୍ୟାରୀଫିଲଡ୍‌ ସୋବର୍ସ ଟ୍ରଫି । ତା ସହିତ ଶ୍ରେଷ୍ଠ ଟେଷ୍ଟ ଖେଳାଳି ଓ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାର ମଧ୍ୟ ହାସଲ କରିଛନ୍ତି ବିରାଟ । ଏହା ସହିତ ୨୦୧୮ ବର୍ଷ ପାଇଁ ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଅଧିନାୟକ ଭାବେ ମନୋନୀତ ହୋଇଛନ୍ତି ବିରାଟ ।
ଗତ କ୍ୟାଲେଣ୍ଡର ବର୍ଷରେ ୩୦ ବର୍ଷ ବୟସ୍କ ବିରାଟ ୧୩ଟି ଟେଷ୍ଟ ଖେଳି ୫୫.୦୮ ହାରରେ ୧୩୨୨ ରନ୍‌ ସ୍କୋର କରିଛନ୍ତି । ଏଥିରେ ହିଛି ୫ଟି ଶତକ । ୧୪ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୧୩୩.୫୫ ରନ୍‌ ହାରରେ ସ୍କୋର କରିଛନ୍ତି ୧୨୦୨ ରନ୍‌ । ଦିନିକିଆରେ ସେ ୬ଟି ଶତକ ହାସଲ କରିଛନ୍ତି ।ଉଭୟ ଟେଷ୍ଟ ଓ ଦିନିକିଆକୁ ମିଶାଇ ସେ କରିଛନ୍ତି ୯ଟି ଅର୍ଦ୍ଧଶତକ । ଏହା ସହିତ ଟି-୨୦ରେ ବିରାଟ ୧୦ଟି ମ୍ୟାଚ୍‌ ଖେଳି ୨୧୧ ରନ୍‌ ସ୍କୋର କରିଛନ୍ତି ।
ଗତ ବର୍ଷ ବିରାଟ କୋହଲି ଶ୍ରେଷ୍ଠ କ୍ରିକେଟ୍‌ର ଭାବେ ସାର ଗ୍ୟାରୀଫିଲଡ୍‌ ସୋବର୍ସ ଟ୍ରଫି ଜିତିଥିଲେ । ୨୦୧୨ରେ ତାଙ୍‌କୁ ମିଳିଥିଲା ଶ୍ରେଷ୍ଠ ଦିନିକିଆ ଖେଳାଳିର ପୁରସ୍କାର । ଏହି ପୁରସ୍କାର ପାଇ ସେ ବହୁତ ଖୁସି ଏବଂ ଏହା ତାଙ୍କୁ ଆହୁରି ଭଲ ଖେଳିବାକୁ ପ୍ରେରଣା ଦେବ ବୋଲି ବିରାଟ କହିଛନ୍ତି । ବିରାଟ ଏସବୁ ପୁରସ୍କାରର ହକଦାର ବୋଲି କହିଛନ୍ତି ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ୍‌ ରିଚାର୍ଡ଼ସନ୍‌ ।
ପୁରସ୍କାର ଘୋଷଣା ପରେ ଆସନ୍ତୁ ଶୁଣିବା ବିରାଟଙ୍କ ମୁହଁରୁ ତାଙ୍କ ପ୍ରତିକ୍ରୟା…