ବିରାଟ ଓ ଅନୁଷ୍କା କରୋନା ଯୁଦ୍ଧ ପାଇଁ ୭ ଦିନରେ ଯୋଗାଡ କଲେ ୧୧ କୋଟି ଟଙ୍କା, ସମସ୍ତଙ୍କୁ ଧନ୍ଯବାଦ ଜଣାଇଲେ ଦମ୍ପତି

ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ଏବଂ ପତ୍ନୀ ଅନୁଷ୍କା ଶର୍ମା କରୋନା ମହାମାରୀ ବିରୋଧରେ ଦେଶବାସୀଙ୍କ ସହାୟତା ମାଗିଥିଲେ। ଦୁହେଁ ସାଧାରଣ ଜନତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ସଂସ୍ଥା Ketto ଜରିଆରେ ଅର୍ଥ ଏକାଠି କରିବା ଆରମ୍ଭ କରିଥିଲେ। ଯେଉଁଥିରେ ୭ ଦିନରେ ୭ କୋଟି ଟଙ୍କା ଜମା କରିବାର ଟାର୍ଗେଟ ରହିଥିଲା। ତେଣୁ ଏଥିରେ ନିଜେ ବିରାଟ ଏବଂ ଅନୁଷ୍କା କରୋନା ଲଢେଇରେ ସାମିଲ ହେବା ପାଇଁ ୨ କୋଟି ଟଙ୍କା ଦାନ କରିଥିଲେ।

ଅନୁଷ୍କା ଏବଂ ବିରାଟ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସମସ୍ତଙ୍କୁ ଧନ୍ଯବାଦ ଜଣାଇଛନ୍ତି। ସେମାନେ ନିଜର ଲକ୍ଷ୍ଯ ପାର କରିଛନ୍ତି ଆଉ ରାଜକୋଷକୁ ୧୧,୩୯,୧୧,୮୨୦ ଟଙ୍କା ଆସିଛି ବୋଲି କହିଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)

ସେହିଭଳି କ୍ରିକେଟର ୟୁଜବେନ୍ଦ୍ର ଚହଲ ନିକଟରେ ବିରୁଷ୍କାଙ୍କ ଫଣ୍ଡରେଜ୍କୁ ୯୫ ହଜାର ଟଙ୍କା ଦାନ କରିଥିଲେ। ଏବେ ପୁଣି ଆଉ ଏକ ଫଣ୍ଡକୁ ଚହଲ ଦୁଇ ଲକ୍ଷ ଟଙ୍କା ଦାନ ଦେଇଛନ୍ତି। ଫଣ୍ଡରେଜ୍ର ପ୍ଲାଟଫର୍ମ କେଟୋକୁ ଏହି ଟଙ୍କା ଦାନ କରିଛନ୍ତି ଚହଲ।

Leave A Reply

Your email address will not be published.