ଗୌତମ ଗମ୍ଭୀର ଏବଂ ବିରାଟ କୋହଲିଙ୍କୁ ସାମ୍ନାସାମ୍ନି ବସାଇ ଦେଲା ବିସିସିଆଇ, ୧୦୦ ସେକେଣ୍ଡରେ ସାରିଲା ଝଗଡା

ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କ ବିସିସିଆଇ ଆଣିଛି ଜବରଦସ୍ତ ଇଣ୍ଟରଭ୍ୟୁ । ଯାହା ବିଷୟରେ ଫ୍ୟାନ୍ସ କେବେ ବି କଳ୍ପନା କରିନଥିବେ । ଭିଡିଓରେ ନଜର ଆସିଛନ୍ତି ବିରାଟ କୋହଲି ଏବଂ ଗୌତମ ଗମ୍ଭୀର । ବିସିସିଆଇ ଦୁଇ ଶତ୍ରୁଙ୍କୁ ଏକାଠି ବସାଇ ଇଣ୍ଟରଭ୍ୟୁ କରିଛି ।

ଭିଡିଓର ଆରମ୍ଭ ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ବିଶ୍ୱକପ ୨୦୧୧ ଫାଇନାଲରେ ଖେଳାଯାଇଥିବା ଇନିଂସରୁ ହୋଇଛି । ଏହାପରେ ଐତିହାସିକ ମୁହୂର୍ତ୍ତକୁ ଦର୍ଶାଯାଇଛି । ଯେଉଁଥିରେ ଭାରତ ୨୮ ବର୍ଷ ପରେ ବିଶ୍ୱକପ ଟାଇଟଲ ଜିତିଥିଲା । ଏହାପରେ ଇଣ୍ଟରଭ୍ୟୁ ଆରମ୍ଭ ହୋଇଛି ।

ଇଣ୍ଟରଭ୍ୟୁ ଆରମ୍ଭ କରେ ଗମ୍ଭୀର କହିଛନ୍ତି, ମୋର ମନେ ଅଛି, ଅଷ୍ଟ୍ରେଲିଆରେ ଆପଣଙ୍କ ସିରିଜ ବମ୍ପର ରହିଥିଲା, ଯେଉଁଠାରେ ତମେ ବହୁତ ରନ୍‌ କରିଥିଲ । ମୋ ପାଇଁ ଏହା ବିଲକୁଲ ସେହିଭଳି ଥିଲା, ଯେତେବେଳେ ମୁଁ ନୋପିୟରରେ ଖେଳିଥିଲା । ଯଦି ମୁଁ ପୁରୁଣା ଦିନକୁ ଫେରିଯିବାକୁ ଚାହିଁବି, ତେବେ ପୁଣି ଥରେ ବ୍ୟାଟିଂ କରିବାକୁ ଇଚ୍ଛା ରଖିଛି । କିନ୍ତୁ ମୁଁ ଜାଣିଛି, ଏମିତି କେବେ ବି ଆସିବ ନାହିଁ । ମୁଁ ଆଉ ଜୀବନରେ ସେଭଳି ସ୍ଥିତିକୁ ଆଉ କେବେ ଫେରିପାରିବି ନାହିଁ ।

ତେଣୁ ଅନୁଭବ କରୁଛି କି, ସେହି ଜୋନରେ ରହିବାର ଅନୁଭୂତି ବହୁତ ବଢିଆ । ମୁଁ ଜାଣିଛି, ତୁମେ ଏଭଳି ଅନୁଭବ ଅନେକ ଥର କରିଥିବ, ଯାହା ମୋର ଥିଲା ।

ଏହାପରେ ବିରାଟ କହିଛନ୍ତି, କିନ୍ତୁ ଯେତେବେଳେ ଆପଣ ବ୍ୟାଟିଂ କରନ୍ତି, ଆଉ ଅପରପକ୍ଷ ଖେଳାଳି ସହିତ ଯୁକ୍ତି କରନ୍ତି, କେବେ ଆପଣ ଭାବିଥିଲେ କି ସେହି ଜୋନରୁ ବାହାରିପାରିବେ । ଆପଣ ଆଉଟ ହେବା ପରେ ନିଜକୁ ଅନୁପ୍ରାଣିତ କରିପାରୁଥିଲେ ।

ଏହାକୁ ନେଇ ଗମ୍ଭୀର କହିଛନ୍ତି, ଆପଣଙ୍କର ମୋର ଅଧିକ ବିବାଦ ହୋଇଛି । ଏହା ଶୁଣିବା ପରେ କୋହଲି ହସିଥିଲେ । ଗମ୍ଭୀର କହିଛନ୍ତି, ଆପଣ ମୋ ଠାରୁ ଅଧିକ ଏହି ପ୍ରଶ୍ନର ଉତ୍ତର ଦେଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like