ପର୍ଥ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ କ୍ରିକେଟ ଆସୋସିଏସନ(WACA) ଷ୍ଟାଡିୟମରେ ଭାରତୀୟ ଟିମ ଅଭ୍ୟାସ ଆରମ୍ଭ କରିଛି । ଅଷ୍ଟ୍ରେଲିଆ ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଜୋରଦାର ଅଭ୍ୟାସ କରୁଛି ଭାରତ । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥରେ ଖେଳାଯିବ । ତେଣୁ ୱାକା ଷ୍ଟାଡିୟମକୁ ଚାରିପଟରୁ ନେଟ୍ସରେ କଭର କରାଯାଇଛି । ତେଣୁ ଅଭ୍ୟାସ ସମୟରେ କାହାକୁ ଦେଖିବାକୁ ଦିଆଯିବ ନାହିଁ । ତେଣୁ ମିଡିଆ ମଧ୍ୟ ଖବର ଆଣିବା କଷ୍ଟକର ହୋଇଥିବା ବେଳେ ବିରାଟ କୋହଲି ଏବଂ ଜସପ୍ରୀତ ବୁମରାଙ୍କ ଅଭ୍ୟାସ ସମୟର ଏକ ଭିଡିଓ ଲିକ୍ ହୋଇଛି । ଯାହା ଭାଇରଲ ହେବାରେ ଲାଗିଛି ।
ଏହି ଭିଡିଓରେ ବିରାଟ କୋହଲି ପେସ୍ ଖେଳୁଥିବାର ନଜର ଆସିଛନ୍ତି । ସେହିପରି ବୁମରା ମଧ୍ୟ ନେଟସରେ ବୋଲିଂ କରୁଥିବାର ନଜର ଆସିଛନ୍ତି । ଭିଡିଓରେ ଶୁବମନ ଗିଲ ଏବଂ ସରଫରାଜ ଖାନ ମଧ୍ୟ ସାଥିରେ ବସିଥିବାର ଦେଖିବାକୁ ମିଳିଛନ୍ତି ।
Some snippets from Team India’s net session at the WACA today. #AUSvIND pic.twitter.com/XgzhsHzeHX
— Chloe-Amanda Bailey (@ChloeAmandaB) November 14, 2024
ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୨ରୁ ବର୍ଡର ଗାଭାସ୍କର ଟ୍ରଫି ଖେଳାଯିବ । ଏଥିପାଇଁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ବର୍ଡର ଗାଭାସ୍କର ଟ୍ରଫିରେ ୫ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯିବ । ଅଷ୍ଟ୍ରେଲିଆ ଗସ୍ତ ପାଇଁ ଦୁଇଟି ବ୍ୟାଚରେ ଟିମ୍ ଅଷ୍ଟ୍ରେଲିଆ ଗସ୍ତ କରିବ । ତେଣୁ ଭାରତୀୟ ଟିମର ପ୍ରଥମ ବ୍ୟାଚ୍ ଅଷ୍ଟ୍ରେଲିଆ ଗସ୍ତ କରିଛି ।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଟିମ୍ : ରୋହିତ ଶର୍ମା(ଅଧିନାୟକ), ଜସପ୍ରୀତ ବୁମରା(ଉପଅଧିନାୟକ), ରବିଚନ୍ଦ୍ରନ ଅଶ୍ବିନ, ମହମ୍ମଦ ଶାମି, ଅଭିମନୁ ଈଶ୍ବରନ, ଶୁବମନ ଗିଲ, ରବିନ୍ଦ୍ର ଜାଡେଜା, ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ସରଫରାଜ ଖାନ, ବିରାଟ କୋହଲି, ପ୍ରସିଦ୍ଧ କ୍ରିଷ୍ଣା, ରିଷଭ ପନ୍ତ, କେଏଲ ରାହୁଲ, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ମହମ୍ମଦ ସିରାଜ, ୱାଶିଂଟନ ସୁନ୍ଦର ।
ପ୍ରଥମ ଟେଷ୍ଟ : ୨୨-୨୬ ନଭେମ୍ବର
ଦ୍ବିତୀୟ ଟେଷ୍ଟ : ୬-୧୦ ଡିସେମ୍ବର
ତୃତୀୟ ଟେଷ୍ଟ : ୧୪-୧୮ ଡିସେମ୍ବର
ଚତୁର୍ଥ ଟେଷ୍ଟ : ୨୬-୩୦ ଡିସେମ୍ବର
ପଞ୍ଚମ ଟେଷ୍ଟ : ୩-୭ ଜାନୁଆରୀ