ଭୁଲ୍ କରିଦେଲେ ସାମି, ବିଚ୍ ମୈଦାନରେ ରାଗି ଏପରି ଅପଶବ୍ଦ କହିଲେ କୋହଲି ଯେ ଭିଡିଓ ହୋଇଗଲା ଭାଇରାଲ୍ 

କିଛି ଭଲ ଆଉ କିଛି ଖରାପ । କିଛି ଭିଡିଓ ମନ ଜିଣୁଛି ଆଉ କିଛି ଭିଡିଓ ବିରକ୍ତ କରୁଛି । ସାମ୍ନାକୁ ଆସୁଛି ବିଶ୍ବକପ୍ ସମୟର ଏମିତି ଅନେକ ଭିଡିଓ । ଏବେ ବିରାଟ୍ କୋହଲିଙ୍କ ଏକ ଭିଡିଓ ହେଉଛି ଭାଇରାଲ୍ । ହେଲେ ଏହି ଭିଡିଓ ଖରାପ କି ଭଲ ତାହା ତ ଆପଣମାନେ ଦେଖିବା ପରେ କହିବେ ।

ଏହି ଭିଡିଓରେ ମହମ୍ମଦ ସାମିଙ୍କ ଉପରେ କୋହାଲି ବିରକ୍ତ ହୋଇ କିଛି କହୁଥିବାର ନଜର ଆସୁଛନ୍ତି । ସାମିଙ୍କ ଉପରେ ରାଗି କୋହଲି କିଛି କହୁଛନ୍ତି । ଯାହାର ଲିପ ସିଙ୍କରୁ ଜଣା ପଡୁଛି ଯେ ଯେ ସାମିଙ୍କୁ କହୁଛନ୍ତି ଶୋଇ ଯାଇଛ କି ସେଠି

ଏହା ସହ ପଢନ୍ତୁ ବିଶ୍ୱକପ୍ ପରେ କ୍ରିକେଟରୁ ବିଦାୟ ନେବେ ମାହି ? ବିଭିନ୍ନ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା

ଘଟଣାଟି ହେଉଛି ଭାରତ ଏବଂ ବାଂଲାଦେଶ ମ୍ୟାଚ୍‌ ବେଳର । ବାଂଲାଦେଶ ବ୍ୟାଟିଂ କରିବା ସମୟରେ ଭୁବନେଶ୍ବର କୁମାରଙ୍କ ବଲରେ ଲିଟନ୍ ଦାସ୍ ଏକ ସଟ୍ ଖେଳି ଖୁବ ଦ୍ରୁତ ଭାବରେ ସିଙ୍ଗଲ୍ ରନ୍ ନେଉଛନ୍ତି । ଏହା ପରେ ଯଶପ୍ରୀତ୍‌ ବୁମରା ବଲଟିକୁ ସିଧା ୱିକେଟ୍ ଆଡକୁ ଫିଙ୍ଗିଛନ୍ତି । ହେଲେ ବଲଟି ୱିକେଟରେ ଲାଗି ନାହିଁ । ସେହି ସ୍ଥାନରେ ମହମ୍ମଦ ସାମି ବ୍ୟାକ ଅପ୍ କରିବାର ଥିଲା । କିନ୍ତୁ ସେ ସେପରି କଲେ ନାହିଁ । ଆଉ ଏଥିରେ ସାମିଙ୍କ ଉପରେ ରାଗି ଯାଇଥିଲେ କୋହଲି ଏବଂ କିଛି ଅପଶବ୍ଦ ମଧ୍ୟ କହିଥିଲେ । ଯାହା ଏବେ ଭାଇରାଲ୍ ହୋଇଯାଇଛି ।

ଦେଖନ୍ତୁ ଏହି ଭିଡିଓ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.