କ୍ରୀଡା

ଆଉଟ ହେବା ପରେ ପ୍ରଥମେ ଅମ୍ପାୟର ସହିତ ଯୁକ୍ତି ପରେ ଡଷ୍ଟବିନକୁ ଫୋପାଡିଲେ କୋହଲି, ବିସିସିଆଇ କରିପାରେ ଜରିମାନା

କୋଲକତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଗତକାଲି ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚ ଆରସିବି ମାତ୍ର ୧ ରନରେ ହାରିଯାଇଥିଲା । ଏହି ମ୍ୟାଚରେ ବିରାଟ କୋହଲି ୭ ବଲରେ ୧୮ ରନ କରି ଆଉଟ ହୋଇଥିଲେ । ହେଲେ ବିରାଟଙ୍କୁ ଅମ୍ପାୟର ଆଉଟ ଦେବା ପରେ ସେ ବହୁତ ନାରାଜ ଥିଲେ । ଯାହା ଫଳରେ ପଡିଆରୁ ଫେରୁଥିବା ବେଳେ ରାଗୁଥିବାର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ଏହି ପରାଜୟ ପରେ ଆରସିବି ପଏଣ୍ଟ ତାଲିକାରେ ଶେଷରେ ରହିଛି । ଆରସିବି ୮ଟି ମ୍ୟାଚରୁ ୭ଟିରେ ହାରିଥିବା ବେଳେ ୧ଟି ମ୍ୟାଚରେ ଜିତିଛି ।

ଏହି ମ୍ୟାଚରେ ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସି ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୨୨ ରନ କରିଥିଲା । ଆରସିବି ସାମ୍ନାରେ ବଡ ଲକ୍ଷ୍ୟ ରଖିଥିଲା କୋଲକତା । ଏତେ ବଡ ଟାର୍ଗେଟକୁ ପିଛା କରି ବିରାଟ କୋହଲି ଭଲ ଖେଳୁଥିଲେ ମଧ୍ୟ । ହର୍ଷିତ ରାଣା ଙ୍କ ଓଭରର ପ୍ରଥମ ବଲରେ ବିରାଟ କୋହଲି ଏକ ସ୍ଲୋ ଫୁଲ ଟସ୍‌ ବଲକୁ ସାମ୍ନା କରିଥିଲେ । ଯାହାକୁ ବିରାଟ ଡିଫେନ୍ସ କରିଥିଲେ, କିନ୍ତୁ ବଲ ବ୍ୟାଟ୍‌ କଡରେ ବାଜିବାରୁ ହର୍ଷିତ ଏହାକୁ କ୍ୟାଚ ଧରିଦେଇଥିଲେ । ଆଉ ଅମ୍ପାୟର ମଧ୍ୟ ଆଉଟ ଦେଇଥିଲେ । ବିରାଟ କୋହଲି ଏହାକୁ ନେଇ ରିଭ୍ୟୁ ମାଗିଥିଲେ । ଆଉ ଅମ୍ପାୟର ରିଭ୍ୟୁ ପରେ ମଧ୍ୟ ବିରାଟଙ୍କୁ ଆଉଟ ଦେଇଥିଲେ । ଫଳରେ ବିରାଟ ବହୁତ ରାଗିଯାଇଥିଲେ ।

ବିରାଟ ରାଗରେ ପାଭିଲିୟନକୁ ଯାଉଥିବା ବେଳେ ଅମ୍ପାୟର କିଛି କହିଥିଲେ । ଏହାପରେ ବିରାଟ ରାଗିଯାଇ ଅମ୍ପାୟରଙ୍କୁ କିଛି କହିଥିଲେ । ଏହାପରେ ବିରାଟ ପାଭିଲିୟନକୁ ଫେରୁଥିବା ବେଳେ ବାହାରେ ରଖାଯାଇଥିବା ଏକ ଡଷ୍ଟବିନକୁ ହାତ ମାରି ଫୋପାଡିଦେଇଥିଲେ । ଆଉ ଏହି ସମୟରେ ତାଙ୍କ ଗ୍ଲୋବ୍ସ ମଧ୍ୟ ପଡିଯାଇଥିଲା । ଯାହାର ଭିଡିଓ ଭାଇରଲ ହେଉଛି । ତେବେ ଅମ୍ପାୟରଙ୍କ ସହିତ ଏଭଳି ହରକତ ପରେ ବିସିସିଆଇ ବିରାଟ କୋହଲିଙ୍କୁ ବିସିସିଆଇ ଜରିମାନା କରିପାରେ ।

ଆରସିବି ଅଧିନାୟକ ଫାଫ୍‌ ଡୁ ପ୍ଲେସିସି ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । କୋଲକତା ନାଇଟ ରାଇଡର୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୨୨ ରନ କରିଥିଲା । ଆରସିବି ୧୨୩ ରନର ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା । ବିରାଟ କୋହଲି  ଆସି ୭ଟି ବଲରେ ୧୮ ରନ୍‌ କରି ଆଉଟ ହେଲେ । ତେବେ ଓପନିଂ ଯୋଡ଼ି ଭାଙ୍ଗିଯିବା ପରେ ଓ୍ଵିଲ ଜ୍ୟାକ୍ସ ୫୫ ରଜତ ପାଟିଦାର ୨୩ ବଲରୁ ୫୨ ରନ୍‌, ଦୀନେଶ କାର୍ତ୍ତିକ ୨୫ ଏବଂ କର୍ଣ୍ଣ ଶର୍ମା ୨୦ ରନ୍‌ କରି ଲକ୍ଷ୍ୟର ପାଖାପାଖି ପହଞ୍ଚିଥିଲେ । କିନ୍ତୁ ଶେଷ ବଲରେ ଜିତିବା ପାଇଁ ଆଉ ୩ ରନ୍‌ ଦରକାର ହେଉଥିବା ବେଳେ ଶେଷ ବ୍ୟାଟର ଲକୀ ଫର୍ଗୁସନଙ୍କୁ ଆଉଟ୍‌ କରି ଦେଇଥିଲେ ମିଚେଲ ଷ୍ଟାର୍କ ।

 

Swagatika

Recent Posts

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

2 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

8 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

20 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

26 mins ago

ଶପଥ ନେବା ପାଇଁ ଟ୍ରାକ୍ଟରରେ ସଂସଦ ପହଞ୍ଚିଲେ ରାଜସ୍ଥାନର ସାଂସଦ ଅମରାରାମ, ଭିଡିଓ ଭାଇରଲ

ସାଂସଦ ଅମରାରାମ ଦିଲ୍ଲୀ ରାଜସ୍ଥାନ ହାଉସରୁ ସଂସଦ ପାଇଁ ଟ୍ରାକ୍ଟରରେ ଯାତ୍ରା କରିଛନ୍ତି । ନିଜର ଦେଶୀ ରାଜସ୍ଥାନ ଅନ୍ଦାଜରେ…

30 mins ago

ସାପ ଧରିବାକୁ ଯାଇଥିଲେ, ହେଲେ ଜାରରେ ଭର୍ତ୍ତି କରିବା ସମୟରେ କାମୁଡିଦେଲା ହାତକୁ

ସୁବର୍ଣ୍ଣପୁର : ସାପ କାମୁଡାରେ ସାପ ଧରାଳୀର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଆଜି ଘଟିଯାଇଛି ଏଭଳି ଏକ…

31 mins ago