ପାର୍ଟି ଏବଂ ସୋସିଆଲ ଲାଇଫରୁ ଦୂରେଇ ରହୁଛନ୍ତି ବିରୁଷ୍କା, ଜାଣନ୍ତୁ କାରଣ

ପାର୍ଟିରେ ଏକାଠି ନଜର ଆସୁଥିବା ଦମ୍ପତି ବିରୁଷ୍କା ଏବେ ଏସବୁରୁ ଦୂରେଇ ରହିଛନ୍ତି । ଯାହାର ରାଜ୍‌ ଉପରୁ ପରଦା ଉଠାଇଛନ୍ତି ଅନୁଷ୍କା ।

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ବେଶ୍‌ ଚର୍ଚ୍ଚିତ । ଦୁହିଁଙ୍କୁ ଅନେକ ସ୍ଥାନରେ ଏକାଠି ଦେଖିବାକୁ ମିଳୁଛି । ନିକଟରେ ଦୁହେଁ ଇଣ୍ଡିଆନ ସ୍ପୋଟର୍ସ ଓନର୍ସର ରେଡ କାରପେଟରେ ଏକାଠି ନଜର ଆସିଥିଲେ । ଏହି ସମୟରେ ବିରାଟ ଏବଂ ଅନୁଷ୍କା ନିଜ ସଂପର୍କକୁ ନେଇ ଅନେକ ଖୁଲାସା କରିଥିଲେ । ବିରାଟଙ୍କ କେଉଁ ଅନ୍ଦାଜ ଅନୁଷ୍କାଙ୍କୁ ଅଧିକ ପସନ୍ଦ ଆସିଥିଲା ତାହା ଜାଣିବାକୁ ମିଳିଥିଲା ।

ଅନୁଷ୍କା କହିଛନ୍ତି, ବିରାଟଙ୍କର ବିଚକ୍ଷଣ ବୁଦ୍ଧି । ସେ ଅନେକ ଜିନିଷକୁ ମନେ ରଖନ୍ତି । କିନ୍ତୁ ବେଳେ ବେଳେ ଛୋଟ ଛୋଟ ଜିନିଷ ଭୁଲିଯାଆନ୍ତି । ବିରାଟଙ୍କୁ ଅନୁଷ୍କା କିଛି ଖାସ୍‌ ତାରିଖ ମନେ ରଖିବାକୁ କୁହନ୍ତି । ଆଉ ବିରାଟଙ୍କର ଏଭଳି ଅନ୍ଦାଜ ଅନୁଷ୍କାଙ୍କୁ ପସନ୍ଦ ମଧ୍ୟ ଆସିଥିଲା ।

ତେବେ ଛୁଆ ହେବା ପରେ ଅନେକ କାମରୁ ନିଜକୁ ବିରତି ନେବାକୁ ପଡେ । ପାର୍ଟି କିମ୍ବା ସୋସିଆଲ ଲାଇଫରୁ ଦୂରେଇ ରହିବାକୁ ପଡେ । ଘରେ ସମୟ ବିତାଇବାକୁ ପଡେ । ପରସ୍ପରକୁ ସମୟ ଦେଉ । ତେଣୁ ବାହାରକୁ ଯିବାକୁ ଚାହୁଁନାହୁଁ । ନିଜ ପରିବାର ସହିତ ସମୟ ବିତାଇବାର ମଜା ନିଆରା ।

ବିରାଟ ୨୦୧୭ରେ ଅନୁଷ୍କାଙ୍କୁ ବିବାହ କରିଥିଲେ । ଦୁହେଁ ଇଟାଲୀରେ ବାହା ହୋଇଥିଲେ । ଏହାପରେ ୨୦୨୧ରେ ଝିଅ ଭାମିକା ଜନ୍ମ ହୋଇଥିଲା ।

ନିକଟରେ ମାତୃତ୍ୱ ଦିବସରେ ବିରାଟ କୋହଲି ନିଜ ମା’ ପାଇଁ ଏକ ପୋଷ୍ଟ ସେୟାର କରିଥିଲେ । ଏଥିରେ ବିରାଟ ନିଜ ମା’ ସହିତ ପତ୍ନୀ ଅନୁଷ୍କା ଶର୍ମାଙ୍କ ଫଟୋ ଟ୍ଵିଟରରେ ସେୟାର କରିଥିଲେ । ବିରାଟ ନିଜ ମା’ଙ୍କ ସହିତ ଅନୁଷ୍କା ଶର୍ମା ଫଟୋ ସେୟାର କରିଥିଲେ । ଏହାସହିତ ଅନୁଷ୍କା ଭାମିକାକୁ ଧରିଥିବା ଏକ ଛାଇ ବାଲା ଫଟୋ ମଧ୍ୟ ସେୟାର କରିଥିଲେ । ବିରାଟ ନିଜ ମା’ଙ୍କ ସହିତ ହଳଦିଆ କୁର୍ତ୍ତା ପିନ୍ଧିଥିବା ବେଳେ ହସୁଥିବାର ନଜର ଆସିଥିଲେ । ଆଉ ପୋଷ୍ଟରେ ଲେଖିଛନ୍ତି ‘Happy Mother’s Day ’ ଶୁଭେଚ୍ଛା ଜଣାଇଥିଲେ। ଏହି ପୋଷ୍ଟରେ କୋହଲି ଅନୁଷ୍କା ଶର୍ମାଙ୍କୁ ଟ୍ୟାଗ୍‌ ମଧ୍ୟ କରିଥିଲେ ।

ଅନୁଷ୍କା ଶର୍ମା ଝୁଲଣ ଗୋସ୍ୱାମୀଙ୍କ ଉପରେ ନିର୍ମିତ ଫିଲ୍ମ ଚକଦା ଏକ୍ସପ୍ରେସରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.