କ୍ରୀଡା

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ, ଅନ୍ତର୍ଜାତୀୟ କ୍ରିକେଟରେ ସବୁଠାରୁ ଦ୍ରୁତ ୨୫,୦୦୦ ରନ୍‌ ପୂରଣ କଲେ

ରେକର୍ଡ କଲେ ବିରାଟ କୋହଲି । ଦିଲ୍ଲୀ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ବିରାଟ କୋହଲି ଅନ୍ତର୍ଜାତୀୟ କ୍ୟାରିୟରରେ ୨୫ ହଜାର ରନ୍ ପୂରଣ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରନ୍ ସ୍କୋର କରିଥିବା କୋହଲି ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ଏହାଛଡା ଅନ୍ତର୍ଜାତୀୟ ସ୍ତରରେ ୬ ନଂ ସ୍ଥାନରେ ରହିଛନ୍ତି କୋହଲି ।

ଅନ୍ତର୍ଜାତୀୟ କ୍ରିକେଟରେ ୨୫ ହଜାରରୁ ଅଧିକ ରନ୍ ସ୍କୋର କରିଥିବା କୋହଲି ଭାରତର ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ଭାରତ ପାଇଁ ୨୫ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୩୪,୩୫୭ ରନ୍ ସ୍କୋର କରିବାରେ ତେନ୍ଦୁଲକର ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ତେନ୍ଦୁଲକର ୫୭୭ ତମ ଇନିଂସରେ ଏହି ରେକର୍ଡ କରିଥିଲେ । କିନ୍ତୁ ବିରାଟ ୫୪୯ ଇନିଂସରେ ଏହି ରେକର୍ଡ ସମକକ୍ଷ ହୋଇଛନ୍ତି ।

ଭାରତ ପକ୍ଷରୁ ଅନ୍ତର୍ଜାତୀୟ କ୍ରିକେଟରେ ୨୫,୦୦୦ ରୁ ଅଧିକ ରନ୍ ସ୍କୋର କରିବାରେ କୋହଲି ହେଉଛନ୍ତି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍ । କୋହଲି ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। କୋହଲି ୫୪୯ ଆନ୍ତର୍ଜାତୀୟ ଇନିଂସରେ ୨୫ ହଜାର ରନ୍ ପୂରଣ କରିଥିବାବେଳେ ସଚିନଙ୍କୁ ଏହି ରନ୍ ହାସଲ କରିବାକୁ ୫୭୭ ଇନିଂସ ଖେଳିବାକୁ ପଡିଥିଲା । କୋହଲି ୩୧୩୧୩ ବଲ୍‌ ଖେଳି ୨୫ ହଜାର ରନ୍‌ ପୂରଣ କରିଛନ୍ତି। ୨୦୦୮ରେ ଡେବ୍ୟୁ କରିଥିଲେ ବିରାଟ । କ୍ରିକେଟର ୩ଟି ଯାକ ଫର୍ମାଟରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ଦିକିନିଆ ସବୁଠାରୁ ଦ୍ରୁତ ୧୧ ହଜାର ରନ୍‌ ପୂରଣ କରିଥିବା ବ୍ୟାଟସମ୍ୟାନ ତାଲିକା ଶୀର୍ଷରେ ରହିଛନ୍ତି ବିରାଟ । କୋହଲି ଟେଷ୍ଟରେ ଏପର୍ଯ୍ୟନ୍ତ ୮୧୯୫ ରନ୍‌ କରିସାରିଛନ୍ତି । ସେହିପରି ଦିନିକିଆରେ ୧୨୮୦୯, ଟି ୨୦ରେ ୪୦୦୮ ରନ୍‌ କରିସାରିଛନ୍ତି ।

ସଚିନ ତେନ୍ଦୁଲକର ୧୦୦ଶତକରେ ୩୪୩୫୭ ରନ ସ୍କୋର କରିବାରେ ସଫଳ ହୋଇଥିବାବେଳେ ୬୬୪ ଟି ମ୍ୟାଚର ୭୮୨ ଇନିଂସରେ ବ୍ୟାଟିଂ କରିଥିଲେ। ତେବେ ଏହି ଲିଷ୍ଟରେ ଶ୍ରୀଲଙ୍କାର କୁମାର ସାଙ୍ଗାକାର ଦ୍ୱିତୀୟ ନମ୍ବରରେ ରହିଛନ୍ତି । ସେ ୨୮୦୧୬ ରନ୍ ସ୍କୋର କରିଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରେ ୨୭୪୮୩ ରନ୍ ସ୍କୋର କରି ରିକି ପଏଣ୍ଟିଂ , ଜୟୱାର୍ଡେନ ୨୫୯୫୭ ରନ୍, ଜ୍ୟାକ୍ କଲିସ୍ ୨୫୫୩୪ ରନ୍ ସ୍କୋର କରିଛନ୍ତି।

Swagatika

Recent Posts

ନିଜ ସ୍ଥାନ ବଜାୟ ରଖିଛନ୍ତି ତିନି ମନ୍ତ୍ରୀ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): ମୋଦି ସରକାରର ନିଜ ସ୍ଥାନ ବଜାୟ ରଖିଛନ୍ତି ଓଡ଼ିଶାର ତିନି ମନ୍ତ୍ରୀ । ଅପରିବର୍ତ୍ତିତ ରହିଛି ଧର୍ମେନ୍ଦ୍ର ପ୍ରଧାନ,…

15 mins ago

କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅବଦାନ ଅତୁଳନୀୟ : ସୁରେଶ ରାଉତରାୟ

ଭୁବନେଶ୍ୱର(କେନ୍ୟୁଜ୍‌): କନ୍ଧମାଳ ବିକାଶରେ ଡ. ଅଚ୍ୟୁତ ସାମନ୍ତଙ୍କର ଅନେକ ଅବଦାନ ରହିଛି । କେଵଳ କନ୍ଧମାଳ କାହିଁକି ଭୁବନେଶ୍ୱରର ମର୍ଯ୍ୟାଦା…

29 mins ago

ଚୋରା ଚାଲାଣ ବେଳେ ୪୦ ଲକ୍ଷ ଟଙ୍କାର ଗଞ୍ଜେଇ ସହ ଦୁଇ ମାଫିଆ ଗିରଫ

ଲମତାପୁଟ: ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ ।…

48 mins ago

ପାରିବାରିକ ବିବାଦ ନେଲା ଉଗ୍ରରୂପ, ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ

ବାସୁଦେବପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଘରେ ଲଗାଇଦେଲେ ନିଆଁ । ସାନ ଭାଇର ଘରକୁ ପୋଡ଼ିଦେଲା ବଡ଼ଭାଇ…

1 hour ago

ମୋଦିଙ୍କ ୩-୦ କ୍ୟାବିନେଟରେ କାହାକୁ ମିଳିଲା କେଉଁ ବିଭାଗ

ନୂଆଦିଲ୍ଲୀ: ମୋଦିଙ୍କ ତୃତୀୟ ଇନିଂସରେ ମନ୍ତ୍ରୀମାନେ ଶପଥ ନେବା ପରେ ଆଜି ସେମାନଙ୍କ ବିଭାଗ ବଣ୍ଟନ କରାଯାଇଛି । ଆସନ୍ତୁ…

2 hours ago

ଓଜନ କମ୍‌ କରିବା ସହ ହାଡ ସମସ୍ୟା ମଧ୍ୟ ଦୂର କରିବାରେ ସାହାଯ୍ୟ କରିବ ଅଳସୀ ମଞ୍ଜି, ଏହି ଉପାୟରେ କରନ୍ତୁ ବ୍ୟବହାର

ଛୋଟ ଛୋଟ ବ୍ରାଉନ୍ କଲର ଅଳସୀ ମଞ୍ଜି ଏକ ସୁପରଫୁଡ୍ ଠାରୁ କମ୍ ନୁହେଁ । ଅଳସୀରେ ପ୍ରୋଟିନ ଭରପୂର…

3 hours ago