ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ଭାରତ ୨୮୦ ରନରେ ଜିତିନେଇଛି । ଏହି ମ୍ୟାଚରେ ଟିମର ଷ୍ଟାର ଖେଳାଳି ଅଶ୍ୱିନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଅଶ୍ୱିନ ଏହି ମ୍ୟାଚର ପ୍ରଥମ ଇନିଂସରେ ଦମଦାର ଶତକ ମାରିଥିବା ବେଳେ ୫ ଓ୍ୱିକେଟ ମଧ୍ୟ ନେଇଛନ୍ତି । ଅଶ୍ୱିନ ୫ଟି ଓ୍ୱିକେଟ ନେବା ପରେ ବହୁତ ଖୁସି ନଜର ଆସିଛନ୍ତି ।
ଅଶ୍ୱିନ କ୍ୟାରିଅରରେ ୩୭ ଥର ୫ଟି ଓ୍ୱିକେଟ ହାସଲ କରିଛନ୍ତି । ଏମିତି କରିବାରେ ଅଷ୍ଟ୍ରେଲିଆର ଷ୍ଟାର ସ୍ପିନର ଶେନ ୱାର୍ଣ୍ଣଙ୍କ ରେକର୍ଡ ସମାନ ହୋଇଛନ୍ତି । ଟେଷ୍ଟ କ୍ରିକେଟରୁ ୫ଟି ଓ୍ୱିକେଟ ହାସଲ କରିଥିବା ଖେଳାଳିଙ୍କ ମଧ୍ୟରେ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
ଅଶ୍ୱିନ ବାଂଲାଦେଶ ବିପକ୍ଷ ୫ଟି ଓ୍ୱିକେଟ ହାସଲ କରିବା ପରେ ବିରାଟ କୋହଲି ଅଶ୍ୱିନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ମୁଣ୍ଡ ନୁଆଇଁଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଭିଡିଓରେ ବିରାଟ କୋହଲି ଅଶ୍ୱିନଙ୍କୁ ବୋ ଡାଉନ କରୁଥିବାରୁ ନଜର ଆସିଛନ୍ତି ।
Kohli bows down to Ashwin pic.twitter.com/zfTpcQMjVx
— The Game Changer (@TheGame_26) September 22, 2024
ଏହାରି ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଟିମ୍ ଘୋଷଣା କରିଛି ବିସିସିଆଇ । ଟିମରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ପ୍ରଥମ ଟେଷ୍ଟ ମ୍ୟାଚରେ ଟିମରେ ଯେଉଁମାନେ ଥିଲେ, ସେମାନେ ରହିଛନ୍ତି । ଦ୍ୱିତୀୟ ଟେଷ୍ଟ ମ୍ୟାଚ ୨୭ ସେପ୍ଟେମ୍ବରରେ ଖେଳାଯିବ ।
ଚେନ୍ନାଇର ଚେପାକରେ ଖେଳାଯାଇଥିବା ମ୍ୟାଚକୁ ଭାରତ ୪ର୍ଥ ଦିନରେ ଜିତିନେଇଥିଲା । ବାଂଲାଦେଶ ୨୩୪ ରନରେ ଅଲଆଉଟ ହୋଇଥିବାରୁ ଭାରତ ୨୮୦ ରନରେ ଜିତିଛି । ଭାରତ ବାଂଲାଦେଶକୁ ୫୧୫ ରନର ଟାର୍ଗେଟ ଦେଇଥିଲା । ଏହାର ଜବାବରେ ବାଂଲାଦେଶ ୨୩୪ ରନରେ ଅଲଆଉଟ ହୋଇଥିଲା । ଭାରତ ପାଇଁ ଅଶ୍ୱିନ କମାଲ କରିଛନ୍ତି । ଅଶ୍ୱିନ ପ୍ରଥମ ଟେଷ୍ଟରେ ଶତକ ମାରିଥିବା ବେଳେ ୬ଟି ଓ୍ୱିକେଟ ନେଇଛନ୍ତି । ପ୍ରଥମ ପାଳିରେ ଅଶ୍ୱିନ ୧୧୩ ରନ କରିଥିଲେ । ଏହି ମ୍ୟାଚରେ ଅଶ୍ୱିନଙ୍କୁ ପ୍ଲେୟାର ଅଫ ଦ ମ୍ୟାଚ ପୁରସ୍କାର ମଧ୍ୟ ମିଳିଥିଲା । ଭାରତ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ।