‘ମୁହଁ ବନ୍ଦ କରି ବ୍ୟାଟିଂ କର’, ଜନି ବେୟରଷ୍ଟୋଙ୍କ ସହିତ ପଡିଆରେ ଯୁକ୍ତିତର୍କ କଲେ କୋହଲି : ଭିଡିଓ ଭାଇରଲ

ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଏଜବେଷ୍ଟନ ଟେଷ୍ଟରେ ଖୁବ୍ ରୋମାଞ୍ଚ ଦେଖିବାକୁ ମିଳିଛି । ପ୍ରଥମ ଦୁଇ ଦିନରେ ଟିମ୍‌ ଇଣ୍ଡିଆର ଖେଳାଳିମ୍ୟାଚରେ ନିଜର ଦବଦବା ଜାହରି କରିଥିଲେ। ତୃତୀୟ ଦିନରେ ଇଂଲଣ୍ଡ ଟିମ୍ ଭଲ ବ୍ୟାଟିଂ କରିଥିବା ବେଳେ ମୁହାଁମୁହିଁ ହୋଇଥିଲେ ଦୁଇ ଦଳର ଦୁଇ ଷ୍ଟାର୍ ଖେଳାଳି । ଇଂଲଣ୍ଡ ଟିମର ଖେଳାଳି ଜନି ବେୟରଷ୍ଟୋ ଓ ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ପଡିଆରେ ଯୁକ୍ତିତର୍କ ଲାଗିଥିଲେ । ଯାହା ପରେ ଅମ୍ପାୟାରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି।

ଖବର ଅନୁସାରେ, ତୃତୀୟ ଦିନ ଖେଳ ଆରମ୍ଭ ହେବା ସମୟରେ ଜନି ବେୟରେଷ୍ଟୋ ଓ ବେନ୍ ଷ୍ଟୋକସ୍ କ୍ରିଜକୁ ଆସିଥିଲେ । ୫ମ ଓ୍ଵିକେଟ ପାଇଁ ୭୫ ବଲରେ ୬୬ ରନ୍‌ର ପାଟର୍ନରସିପ କରିଥିଲେ ନୁହେଁ। ଖେଳ ଆରମ୍ଭ ହେବାର କିଛି ସମୟ ପରେ ମହମ୍ମଦ ଶାମି ବୋଲିଂ କରୁଥିଲେ । ଏହି ସମୟରେ ବିରାଟ କୋହଲି ଓ ଜନିଙ୍କ ମଧ୍ୟରେ କିଛି କଥାବାର୍ତ୍ତା ହୋଇଥିଲା । ଏପରିକି ଦୁଇ ଖେଳାଳି ଯୁକ୍ତିତର୍କ ଲାଗିଥିଲେ । ଫଳରେ ବାଧ୍ୟ ହୋଇ ଅମ୍ପାୟାର ହସ୍ତକ୍ଷେପ କରିଥିଲେ । ଉଭୟ ଅମ୍ପାୟାର ଜନି ଓ କୋହଲିଙ୍କୁ ଶାନ୍ତ ହେବାକୁ କହିଥିଲେ । ପରେ ପରିସ୍ଥିତି ଶାନ୍ତ ହେଲା ପରେ ବିରାଟ କୋହଲି ଓ ଜନି ବେୟରେଷ୍ଟୋ ହସି ହସି କଥା ହେଉଥିବା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ଦ୍ୱିତୀୟ ଦିନରେ ବର୍ଷା ହେଲା ବେଳେ ବିରାଟ ଓ ଜନିଙ୍କ ଫଟୋ ଭାଇରଲ ହୋଇଥିଲା । ଉଭୟ ହସି ହସି ପ୍ୟାଭିଲିୟନ ଆଡେ ଯାଉଥିଲେ । ଟେଷ୍ଟରେ ପ୍ରଥମେ ବ୍ୟାଟିଂ କରି ଭାରତ ୪୧୬ ରନ୍ ସ୍କୋର କରିଥିଲା । ଋଷଭ ପନ୍ତଙ୍କ ୧୪୬ ଓ ରବୀନ୍ଦ୍ର ଜାଡେଜାଙ୍କ ୧୦୪ ରନ୍ ବଳରେ ଭାରତ ୪୦୦ ରନ୍ ଅତିକ୍ରମ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.