ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କଲେ ବିରାଟ କୋହଲି

ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ଫଲୋୟର୍ସ ପାର କରିଥିବା ପ୍ରଥମ ଏସୀୟ ହେଉଛନ୍ତି ବିରାଟ କୋହଲି। ରୋନାଲଡୋ ଏବଂ ମେସିଙ୍କ ଗ୍ରୁପରେ ସାମିଲ ହେଲେ ବିରାଟ କୋହଲି ।

ପୁଣି ରେକର୍ଡ କଲେ ବିରାଟ । ଏଥର ପଡିଆରେ ନୁହେଁ ବରଂ ସୋସିଆଲ ମିଡିଆ ସାଇଟରେ । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୫୦ ମିଲିୟନ ଫଲୋୟର୍ସ ହୋଇଛନ୍ତି । ଆଉ ଏହି ରେସରେ ମେସି ଏବଂ ରୋନାଲଡୋଙ୍କୁ ଟକ୍କର ଦେଇଛନ୍ତି ବିରାଟ । ଇନଷ୍ଟାଗ୍ରାମରେ ୨୫୦ ମିଲିୟନ ପାର ହେବାରେ ପ୍ରଥମ ଏସୀୟ ଭାବେ ପରିଚିତ ହୋଇଛନ୍ତି ବିରାଟ । ଟିମ୍ ଇଣ୍ଡିଆର ବ୍ୟାଟର ବିରାଟ କୋହଲି ଇନଷ୍ଟାଗ୍ରାମର ଫଲୋୟର୍ସ ସଂଖ୍ୟାରେ ତୃତୀୟ ଆଥଲେଟ୍ ହୋଇଛନ୍ତି।

ତେବେ ଇନଷ୍ଟାଗ୍ରାମରେ ରୋନାଲଡୋଙ୍କର ୫୮୫ ମିଲିୟନ ଫଲୋୟର୍ସ ରହିଥିବା ବେଳ ମେସିଙ୍କର ୪୬୨ ମିଲିୟନ ଫଲୋୟର୍ସ ରହିଛନ୍ତି । ସେହିଭଳି ସିଏସକେର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ୪୨.୨ ମିଲିୟନ ଫଲୋୟର୍ସ ରହିଥିବା ବେଳେ ସଚିନଙ୍କର ୪୦.୩ ମିଲିୟନ ଫଲୋୟର୍ସ ରହିଛନ୍ତି ।

 

View this post on Instagram

 

A post shared by Virat Kohli (@virat.kohli)

ନିକଟରେ ବିରାଟ କୋହଲି ଆଇପିଏଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର(ଆରସିବି) ଟିମରେ ଖେଳୁଥିଲେ। ଆରସିବି ଚଳିତ ବର୍ଷ ପ୍ଲେ ଅଫ କୁ କ୍ୱାଲିଫାଏ କରିପାରିନାହିଁ। ତେବେ ଆଗକୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ରହିଛି, ତେଣୁ ବିରାଟ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛନ୍ତି। ଓଭାଲରେ ହେବାକୁ ଥିବା ଫାଇନାଲରେ ଭାରତ ଅଷ୍ଟେଲିଆକୁ ଭେଟିବ।

ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବା ବିରାଟ ୧୪ ମ୍ୟାଚରେ ୫୩.୨୫ ହାରରେ ୬୩୯ ରନ୍, ସ୍କୋର କରିଛନ୍ତି। ଯେଉଁଥିରେ ୬ ଅର୍ଦ୍ଧଶତକ ଏବଂ ଦୁଇଟି ଶତକ ରହିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ଆଇପିଏଲରେ ବିରାଟ ଏବଂ ଗୌତମ ଗମ୍ଭୀରଙ୍କ ବିବାଦ ଦେଖିବାକୁ ମିଳିଥିଲା । ମଇ ୧ ତାରିଖରେ ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚରେ ବେଙ୍ଗାଲୁରୁ ଲକ୍ଷ୍ନୌକୁ ୧୮ ରନରେ ହରାଇଥିଲା । ଏହି ମ୍ୟାଚ ସରିବା ପରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଥିଲା । ଏଥିପାଇଁ ଦୁହିଁଙ୍କ ୧୦୦ ପ୍ରତିଶତ ମ୍ୟାଚ୍‌ ଫି କଟିଥିଲା । ଏହି ଘଟଣାରେ ଲକ୍ଷ୍ନୌର ବୋଲର ନବୀନ୍-ଉଲ୍-ହକଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଥିଲା। ମ୍ୟାଚ୍ ଜିତିବାକୁ ଲକ୍ଷ୍ନୌକୁ ୧୨୭ ରନ୍ ଟାର୍ଗେଟ ଦେଇଥିଲା ବାଙ୍ଗାଲୋର । ଜବାବରେ ଲକ୍ଷ୍ନୌ ୧୦୮ରନରେ ସୀମିତ ରହିଯାଇଥିଲା । ମ୍ୟାଚ୍ ସରିବା ପରେ ସବୁ ଖେଳାଳି ଏକାଠି ହୋଇଥିଲେ ।

ଏତିକି ବେଳେ କୌଣସି କଥାକୁ ନେଇ କୋହଲି ଓ ଗମ୍ଭୀରଙ୍କ ଭିତରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଝଗଡ଼ା ଏତେ ଜୋରରେ ହୋଇଥିଲା ଯେ ବାକି ଖେଳାଳି ଓ ଷ୍ଟାଫ ସେମାନଙ୍କୁ ଅଟକାଇଥିଲେ । ବିରାଟ-ଗମ୍ଭୀର ଝଗଡା ବେଳର ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓରେ ଦେଖିବାକୁ ମିଳିଛି ଲକ୍ଷ୍ନୌ ଟିମର ଅମିତ ମିଶ୍ର ଓ ବେଙ୍ଗାଲରୁ ଟିମ୍ କ୍ୟାପଟେନ୍ ଡୁପ୍ଲେସିସ୍ ବିରାଟ-ଗମ୍ଭୀରଙ୍କୁ ଶାନ୍ତ କରିଥିଲେ ।

You might also like