ଫ୍ୟାନ୍ସ ଏବଂ ଟିମ୍‌ ମେମ୍ବରଙ୍କ ଭଲପାଇବା ଦେଖି ଫିଟନେସ୍‌ କଥା ଭୁଲିଗଲେ ବିରାଟ କୋହଲି, ଖାଇଚାଲିଲେ କେକ୍‌; ଭିଡିଓ ଭାଇରଲ

ଟିମ୍‌ ଇଣ୍ଡିଆର ଧୂଆଁଦାର ବ୍ୟାଟସମ୍ୟାନ୍‌ ବିରାଟ କୋହଲି ଆଜି ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏବେ ଟିମ୍‌ ଇଣ୍ଡିଆ ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରଲିଆରେ ରହିଛି। ତେଣୁ ବିରାଟ ନିଜର ଜନ୍ମଦିନ ଅଷ୍ଟ୍ରେଲିଆରେ ଟିମ୍‌ ମେମ୍ବରଙ୍କ ସହିତ ସେଲିବ୍ରେସନ କରୁଛନ୍ତି। ଜନ୍ମଦିନ ପାଇଁ ଏମସିଜିର ଡ୍ରେସିଂ ରୁମରେ ଟିମ୍‌ ସଦସ୍ୟ ଏବଂ ସପୋର୍ଟ ଷ୍ଟାଫ ସହିତ ନିଜର ଜନ୍ମଦିନ ପାଳନ କରୁଛନ୍ତି ବିରାଟ।

ବିରାଟଙ୍କର ଏକ ଭିଡିଓ ବିସିସିଆଇ ଅଫିସିଆଲ ଟ୍ଵିଟର ଆକାଉଣ୍ଟରରେ ସେୟାର କରିଛି। ଯେଉଁଥିରେ ବିରାଟ କେକ୍‌ କାଟିବା ସହିତ ଖାଉଥିବା ଦେଖିବାକୁ ମିଳିଛି। ଫିଟନେସ କଥା ଚିନ୍ତା ନ କରି ଜନ୍ମଦିନରେ କେକ୍‌ ଖାଇବାରେ ମସଗୁଲ୍‌ ରହିଛନ୍ତି ବିରାଟ କୋହଲି। ବିରାଟଙ୍କ ସହିତ ପ୍ୟାଡି ଅପଟନ ମଧ୍ୟ ସାମିଲ ରହିଛନ୍ତି। ବିରାଟ ଯେତେବେଳେ ରନ୍‌ କରନ୍ତି ନାହିଁ, ସେତେବେଳେ ପେଡି ଅପଟନଙ୍କ ଠାରୁ କୋଚିଂ ନିଅନ୍ତି।

ତେବେ ବିରାଟ କୋହଲି ସବୁବେଳେ ଫିଟନେସ ପ୍ରତି ସଜାଗ ରୁହନ୍ତି। ତେବେ ସବୁବେଳେ ଫିଟନେସ ଫ୍ରିକ ରହୁଥିବା ବିରାଟ ଜନ୍ମଦିନରେ ଭରପୁର କେକ୍‌ ଖାଉଛନ୍ତି।

 

View this post on Instagram

 

A post shared by Zee News (@zeenews)

ସୂଚନାଯୋଗ୍ୟ, ଭାରତୀୟ ଟିମ୍‌ ଆସନ୍ତାକାଲି ଜିମ୍ବାେଓ୍ଵ ବିପକ୍ଷରେ ସୁପର-୧୨ ରାଉଣ୍ଡ ଗ୍ରୁପ ୨ରେ ଶେଷ ମ୍ୟାଚ୍‌ ଖେଳିବ। ଟିମ୍‌ ଇଣ୍ଡିଆ ପାଇଁ ଆସନ୍ତାକାଲି ମ୍ୟାଚ୍‌ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।ତେବେ ଭାରତ ଏବେ ଗ୍ରୁପ-୨ରେ ୬ ପଏଣ୍ଟ ସହିତ ଶୀର୍ଷ ସ୍ଥାନରେ ରହିଛି।

ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି ଦୁନିଆର ସବୁଠାରୁ ଧନୀ କ୍ରିକେଟରଙ୍କ ମଧ୍ୟରେ ଅନ୍ଯତମ। ବିରାଟ ଯେତିକି ଆୟ କରନ୍ତି, ଦୁନିଆର କୌଣସି ବି କ୍ରିକେଟର ସେତିକି ଆୟ କରନ୍ତି ନାହିଁ। ଫୋବର୍ସ ଲିଷ୍ଟ ହିସାବରେ ବିରାଟ ଏହି ମାମଲାରେ ଆର୍ଜେଣ୍ଟିନା ଫୁଟବଲ ଖେଳାଳି ଲିୟୋନେଲ ମେସି ବହୁଙ୍କ ଠାରୁ ବହୁତ ପଛରେ।

ବିରାଟଙ୍କ ଆୟ ମେସିଙ୍କ ଠାରୁ ୫ ଗୁଣା କମ୍। ବିରାଟ ଗତ ୧ ବର୍ଷ ମଧ୍ୟରେ ୧୭୫ କୋଟି ଟଙ୍କା ଆୟ କରିଥିବା ବେଳେ ମେସି ପାଖାପାଖି ୮୮୯ କୋଟି ଟଙ୍କା ଆୟ କରନ୍ତି। ଫୋବର୍ସ ଲିଷ୍ଟରେ ମେସିଙ୍କ ସ୍ଥାନ ୧ ନଂରେ ରହିଛି। ଗତବର୍ଷ ମେସି ବିଜ୍ଞାପନରୁ ପ୍ରାୟତଃ ୬୪୪ କୋଟି ଟଙ୍କା ଆୟ କରିଛନ୍ତି। ସେହିପରି ବିଜେତା ପୁରସ୍କାର ଏବଂ ଦରମା ମିଶାଇ ବାର୍ଷିକ ୨୪୫ କୋଟି ଟଙ୍କା ଆୟ କରନ୍ତି। ମେସିଙ୍କ ପାଖରେ Ferrari 335 s spider scaglietti, Ferrari F430 spyder, Maserati Gran turismo MC stradale, land rover ଭଳି ଗାଡି ରହିଛି।

Also Read : ଅନୁଷ୍କା ନୁହେଁ ବିରାଟଙ୍କ ପ୍ରଥମ ପସନ୍ଦ ଥିଲେ କରିସ୍ମା, ଇଣ୍ଟରଭ୍ୟୁରେ କଲେ ଖୁଲାସା

Leave A Reply

Your email address will not be published.